କଳାହାଣ୍ଡି ଜିଲ୍ଲା

ଉଇକିପିଡ଼ିଆ ରୁ
କଳାହାଣ୍ଡି
—  ଜିଲ୍ଲା  —
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°04′59″N 83°12′00″E / 20.083°N 83.2°E / 20.083; 83.2ଦିଗବାରେଣି: 20°04′59″N 83°12′00″E / 20.083°N 83.2°E / 20.083; 83.2
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା କଳାହାଣ୍ଡି
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୫ଟି ଆସନ
କ୍ଷେତ୍ରଫଳ
 - ଜିଲ୍ଲା ୭,୯୨୦ କି.ମି. (୩,୦୫୭.୯ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୧,୦୦୩ / (ପୁରୁଷ/ନାରୀ)
  • ଅନୁପାତ ୯୪୭ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୬୦.୨୨
   • ପୁରୁଷ ୭୩.୩୪
   • ନାରୀ ୪୭.୨୭
 - ସ୍ଥାନାଙ୍କ ଓଡ଼ିଶାରେ ଏକାଦଶ (୧୧/୩୦)
 - ଘନତା ୧୯୯/କି.ମି. (୫୧୫.୪/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୬୬ xxx
ଗାଡ଼ି କୋଡ଼ OD-08
ଜିଲ୍ଲାପାଳ ଗୋବିନ୍ଦ୍ର ଚନ୍ଦ୍ର ସେଠୀ
ୱେବସାଇଟ ମୁଖ୍ୟ ୱେବସାଇଟ

କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଭାରତର ଓଡ଼ିଶାରେ ଥିବା ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ଵ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।[୧]

ଅସୁରଗଡ଼ ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।[୨]

ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ଵରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ ନୂଆପଡ଼ାକୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ ରାୟଗଡ଼ା ଜିଲାକୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାଆଁ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।[୩] ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ଏବେ ଯାଏଁ ବି କଳାହାଣ୍ଡିନୂଆପଡ଼ା ଜିଲ୍ଲା ଅଛି।

ଭୂଗୋଳ[ସମ୍ପାଦନା]

କଳାହାଣ୍ଡିର ପ୍ରକୃତି

କଳାହାଣ୍ଡି 20°4′58.8″N 83°12′0″E / 20.083°N 83.2°E / 20.083; 83.2 ରେ ଅବସ୍ଥିତ ।[୪] ଓ ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି ।

ଜନଗଣନା[ସମ୍ପାଦନା]

୨୦୧୧ ଜନଗଣନା [୫] ଅନୁସାରେ କଳାହାଣ୍ଡି ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୭୩,୦୫୪ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୧୩୦ ଓ ସହରାଞ୍ଚଳରେ ୧,୨୧,୯୨୪ ଲୋକ ବାସ କରନ୍ତି [୬] |

  • ପୁରୁଷ: ୭,୮୫,୧୭୯
  • ମହିଳା: ୭,୮୭,୮୭୫
    • ଛ ବର୍ଷରୁ କମ: ୨,୧୪,୧୧୧
  • ସାକ୍ଷରତା ହାର ୬୦.୨୨%
    • ପୁରୁଷ: ୭୩.୩୪%
    • ମହିଳା: ୪୭.୨୭%

ଲୋକକଳା[ସମ୍ପାଦନା]

କଳାହାଣ୍ଡି ଆକ୍ଷରିକ ଭାବରେ କଳାରେ ଭରା ହାଣ୍ଡିକୁ ବୁଝାଇଥାଏ । ଏହି ଶବ୍ଦ ଗୁଡ଼ହାଣ୍ଡି ଗୁମ୍ଫାରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ଵାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ହବସିପୁରୀ ଢାଞ୍ଚାରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଲିପଦରର କାଠ କମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।

ଲୋକ ନାଟ[ସମ୍ପାଦନା]

ଘୁମୁରା ନାଚ

କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିରସମ୍ବଲପୁର ଜିଲାରେ ଦେଖାଯାଉଥିବା ଡାଲଖାଇ, ଜାଇଫୁଲ, ରସରକେଳି, ସଜନୀ' ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।[୭] ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା କୋରାପୁଟ ଜିଲାର ବୋରିଆ ଗୀତ, ନିଆଳିମାଳି, କଳାକୋଳିକ ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।

କଳାହାଣ୍ଡିର ଘୁମୁରା ନାଚ

କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ବେଲଖଡୀ କୁସୁଲଳା

ଆଧାର[ସମ୍ପାଦନା]

  1. B.Mishra, J. Bengal Art, Vol.9&10, 2004-2005, 383-410
  2. P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79
  3. http://www.mindfully.org/Food/Kalahandi-Syndrome-Sharma19apr02.htm
  4. Orissa District Gazetters, Kalahandi, 2
  5. Census 2011: Odisha: Provisional Population Totals
  6. Census 2011: Odisha: Rural Urban Distribution
  7. C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation

ଅଧିକ ତଥ୍ୟ[ସମ୍ପାଦନା]