ଓଡ଼ିଶା ଦିବସ

ଉଇକିପିଡ଼ିଆ ରୁ
ନବଗଠିତ ଆଧୁନିକ ଓଡ଼ିଶାର ମାନଚିତ୍ର

ଓଡ଼ିଶା ଦିବସ ବା ଉତ୍କଳ ଦିବସ ପହିଲା ଅପ୍ରେଲ ଦିନ ସମଗ୍ର ଓଡ଼ିଶାରେ ପାଳନ କରାଯାଏ । ଅପ୍ରେଲ ପହିଲା ୧୯୩୬ରେ ଓଡ଼ିଶା ରାଜ୍ୟ ଗଠନ ହେବା ଦିନରେ ଏହା ପାଳନ କରାଯାଏ ।

୧୫୬୮ରେ ଶେଷ ହିନ୍ଦୁ ରଜା ମୁକୁନ୍ଦ ଦେବଙ୍କ ଦେହଛାଡିବା ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ [୧] କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ବାମଣ୍ଡାର ରଜା ସୁଢଳ ଦେବ ଓ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପହିଲା ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା- କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, କୋରାପୁଟଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅସ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । 1936 ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା କୁ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। 1992 ମସିହାରେ ଓଡ଼ିଶାର 13ଟି ଜିଲ୍ଲାକୁ ପୁନର୍ବିଭାଜନ କରି 30ଟି ଜିଲ୍ଲାରେ ଭାଗ କରାଗଲା। ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଏ। [୧],[୨][୩] ଏବେ ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି ।

ଆଧାର[ସମ୍ପାଦନା]