ପୁରୀ

ଉଇକିପିଡ଼ିଆ ରୁ
ପୁରୀ
—  ସହର  —
ପୁରୀ
ପୁରୀର ଅବସ୍ଥାନ
Orissaରେ ଓ ଭାରତ
ଦିଗବାରେଣି 19.81°N 85.83°E / 19.81°N 85.83°E / 19.81; 85.83ଦିଗବାରେଣି: 19.81°N 85.83°E / 19.81°N 85.83°E / 19.81; 85.83
ଦେଶ ଭାରତ
ରାଜ୍ୟ Orissa
ଭାରତର ଜିଲାସବୁ ପୁରୀ
ପୌରପାଳ, ଶାନ୍ତିଲତା ପ୍ରଧାନ
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


୦ ମିଟରs (0 ଫୁଟ)

ପିନକୋଡ଼ • ୭୫୨ ୦୦x
ଟେଲିଫୋନ • +୦୬୭୫୨
ଗାଡ଼ି • 0R-13
ବଡ଼ ଦାଣ୍ଡ (ବଡ଼ ଦାଁଡ)

ପୁରୀ ଓଡ଼ିଶାର ଏକ ପ୍ରମୁଖ ସହର । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ଯୋଗୁଁ ପୃଥିବୀ ବିଖ୍ୟାତ ।

[ଏହାକୁ ବଦଳାନ୍ତୁ] ଦର୍ଶନୀୟ ସ୍ଥାନ

ଦେଉଳମୁଁଡ(ଦୋଳମଣ୍ଡପ) ସାହିରୁ ଦିଶେ ବଡ଼ ଦେଉଳ
  • ଅଠରନଳା

ଅଠରନଳା ହେଉଛି ଅଷ୍ଟାଦଶ ପୁରାଣର ପ୍ରତୀକ। ଅଷ୍ଟାଦଶ ପୁରାଣ ପାଠ ଓ ନାନାଦି ବ୍ରତ ଉପବାସ କରିଲା ପରେ ଯେମିତି ଧର୍ମ ଦିଗକୁ ମନବଳେ, ସେମିତି ଅଠରନଳା ପାର ହେଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦିଶେ।

ବସ୍ ଯୋଗେ ପୁରୀକୁ ଆସିଲାବେଳେ ବାଟରେ ଅଠରନଳା ପଡ଼ିଥାଏ। ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ। ଏଥିରେ ଥିବା ଖିଲଣଗୁଡ଼ିକ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ। ଏହାର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି। କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ମତ୍ସ୍ୟକେଶରୀଙ୍କ ରାଜତ୍ବକାଳରେ ନିର୍ମିତ ହୋଇଥିଲା।

  • ପଞ୍ଚତୀର୍ଥ

ବ୍ରହ୍ମ ପୁରାଣ ଅନୁସାରେ ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ଜଗନ୍ନାଥ ଓ ବଳରାମଙ୍କୁ ରତ୍ନବେଦୀରେ ଦର୍ଶନ, ସମୁଦ୍ରରେ ସ୍ନାନ ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ : ଏହାକୁ ପଞ୍ଚତୀର୍ଥ କୁହାଯାଏ।

ହଳଧରକୃତ ସ୍ମୃତି ଦର୍ପଣ ଅନୁସାରେ ମାର୍କଣ୍ଡେୟ, ଶ୍ଵେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ହେଉଛି ପଞ୍ଚତୀର୍ଥ।

କେହି କେହି ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ମାର୍କଣ୍ଡେଶ୍ୱର ଶିବଙ୍କର ଦର୍ଶନ, ଅକ୍ଷୟବଟ ଓ ବଟମୂଳରେ ଥିବା ବଟେଶ୍ୱରଙ୍କୁ ଦର୍ଶନ, ମନ୍ଦିର ଭିତରେ ଗରୁଡ଼ ଓ ଠାକୁରଙ୍କୁ ଦର୍ଶନ, ଉଗ୍ରସେନଙ୍କୁ ଦର୍ଶନ କରି ସାଗର ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ଓ ତଦୁପରାନ୍ତ ନୃସିଂହଙ୍କୁ ଦର୍ଶନ କରିବାକୁ ପଞ୍ଚତୀର୍ଥ କହିଥାନ୍ତି।

ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ପଞ୍ଚତୀର୍ଥ ବ୍ରତର ସଂକଳ୍ପ କରି ଏହାକୁ ସ୍ନାନ ପୂର୍ଣ୍ଣମୀଦିନ ଉଦ୍​ଯାପନ କରାଯାଏ। କେହି କେହି କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ଏହି ବ୍ରତର ସଂକଳ୍ପ କରି ପୂର୍ଣ୍ଣମୀ ଦିନ ଉଦ୍​ଯାପନ କରିଥାନ୍ତି। ପଞ୍ଚତୀର୍ଥରେ ପିଣ୍ଡଦାନ ବିଧି ଶାସ୍ତ୍ର ସମ୍ମତ ଅଟେ। ପଞ୍ଚତୀର୍ଥର ଘାଟ ନିଲାମ ହୋଇ ମିଳୁଥିବା ଆୟ ଶ୍ରୀମନ୍ଦିରକୁ ଯାଏ।

  • ମହର୍ଷି ଅଙ୍ଗିରାଙ୍କ ଆଶ୍ରମ[୧]
ହିନ୍ଦୁ ପୁରାଣୋକ୍ତ ସପ୍ତର୍ଷିମାନଙ୍କ ମଧ୍ୟରେ ଅନ୍ୟତମ ମହର୍ଷି ଅଙ୍ଗିରାଙ୍କ ଆଶ୍ରମ ଶ୍ରୀମନ୍ଦିରଠାରୁ ୩ଶହ ମିଟର ଦୂର ଦୋଳମଣ୍ଡପ ସାହିରେ ଅଛି ୤ ଆଶ୍ରମ ଭିତରେ ରହିଛି ବର ଓ ଅଶ୍ୱତ୍ଥ ବୃକ୍ଷ ୤ ଏହି ବୃକ୍ଷ ପରସ୍ପର ମଧ୍ୟରେ ଏତେ ନିବିଡ଼ ଯେ ତାହା ଗୋଟିଏ ବୃକ୍ଷର ଭ୍ରମ ସୃଷ୍ଟି କରୁଛି ୤ ନୀଳାଦ୍ରୀ ମହୋଦୟର ସଂସ୍କୃତ ଗ୍ରନ୍ଥରେ ଅଙ୍ଗିରା ଆଶ୍ରମରେ ଥିବା ବୃକ୍ଷକୁ କାମ୍ୟବଟ ବା କାମନା ବୃକ୍ଷ ବୋଲି ବର୍ଣ୍ଣନା କରାଯାଇଛି ୤ ଶ୍ରୀମନ୍ଦିରରେ ଥିବା କଳ୍ପବଟର ସମସାମୟିକ ଏହି ବୃକ୍ଷ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି ୤ ଗ୍ରନ୍ଥରେ କାମ୍ୟବଟଠାରୁ କଳ୍ପବଟ ପର୍ଯ୍ୟନ୍ତ ଭୂମିକୁ ପୁଣ୍ୟଭୂମି ବୋଲି ଧରାଯାଇଛି ୤ ଏହି କାମ୍ୟବଟ ବୃକ୍ଷ ମୂଳରେ ରହିଛି ମହର୍ଷିଙ୍କ ତପସ୍ୟାସ୍ଥଳୀ ୤ ତପସ୍ୟାସ୍ଥଳୀଟି ଗଛର ଚେର ଏବଂ ଓହଳରେ ଗୁମ୍ଫାକୃତି ହୋଇଯାଇଛି ୤ ଗୁମ୍ଫା ନିକଟରେ ତିନିଠାକୁରଙ୍କ ଏକ ମନ୍ଦିର ରହିଛି ୤ ଅଷ୍ଟମ ଶତାବ୍ଦୀର ପଟଳ ଆକୃତିର ଶ୍ରୀମନ୍ଦିର ଢାଞ୍ଚାରେ ରହିଥିବା ଏହି ମନ୍ଦିର ଭିତରେ ତିନିଠାକୁର ପୂଜା ପାଉଛନ୍ତି ୤ ସବୁଠି ତିନିଠାକୁର ପୂର୍ବାଭିମୁଖୀ ଥିବା ବେଳେ ଏଠାରେ ଦକ୍ଷିଣାଭିମୁଖୀ୤ ଏହି ମନ୍ଦିରଠାରୁ ମହର୍ଷିଙ୍କ ତପସ୍ୟାସ୍ଥଳୀ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଅଛି ୤ ଭାରତର କୌଣସି ସ୍ଥାନରେ ମହର୍ଷିଙ୍କ ମୂର୍ତ୍ତି ରହିଥିବା ସୂଚନା ନ ଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ଅଙ୍ଗିରାଙ୍କ ଆଶ୍ରମରେ ତାଙ୍କର ମୂର୍ତ୍ତି ପୂଜା ପାଉଛି ୤ ଏହି ଆଶ୍ରମ ସହ ଶ୍ରୀଜୀଉମାନଙ୍କ ନୀତିର ସମ୍ପର୍କ ରହିଛି ୤ ଆଶ୍ରମକୁ ସୁଦର୍ଶନ ମହାପ୍ରଭୁ ବର୍ଷକୁ ଚାରିଥର ଭ୍ରମଣ କରୁଥିବା ବେଳେ ଶ୍ରୀଜୀଉମାନଙ୍କ ମଙ୍ଗଳଆଳତି ଓ ଧୂପ ପରେ ଏଠାରେ ଆଳତି ଓ ଧୂପ ନୀତି ହୋଇଥାଏ ୤
  • ମାର୍କଣ୍ଡେୟ ପୁଷ୍କରଣୀ

ଏହି ପୁଷ୍କରିଣୀର ଉତ୍ତର ୩୫୦ ଫୁଟ, ପୂର୍ବ ୫୦୫ ଫୁଟ, ଦକ୍ଷିଣ ୩୮୫ ଫୁଟ ଓ ପଶ୍ଚିମ ୫୪୨ ଫୁଟ ଲମ୍ବ ଅଟେ। ମାର୍କଣ୍ଡେୟ ମୁନି ତପସ୍ୟାକରି ଶିବଙ୍କୁ ସନ୍ତୁଷ୍ଟ କରି ମୃତ୍ୟୁଞ୍ଜୟ ହୋଇଥିବାରୁ ତାଙ୍କରି ନାମାନୁସାରେ ଏହି ପୁଷ୍କରିଣୀଟି ନାମିତ ବୋଲି କିମ୍ବଦନ୍ତୀ ରହିଛି। ଏହି ପୁଷ୍କରିଣୀ ତୀରରେ ମାର୍କଣ୍ଡେଶ୍ୱର ମନ୍ଦିର, ମୃତ୍ୟୁଞ୍ଜୟ ଲିଙ୍ଗ, ପଞ୍ଚପାଣ୍ଡବ ଓ କାଳୀୟଦଳନ ମୂର୍ତ୍ତୀ ରହିଛି।

ମାଦଳାପାଞ୍ଜି ଅନୁସାରେ କୋସଳକେଶରୀ ରାଜା ମାର୍କଣ୍ଡେଶ୍ୱର ମନ୍ଦିର ଓ ପୁଷ୍କରିଣୀର ପଶ୍ଚିମ ପାର୍ଶ୍ୱସ୍ଥ ପଥର ପାଚେରୀ ନିର୍ମାଣ କରାଇଥିଲେ।


  • ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀ
  • ନରେନ୍ଦ୍ର ପୁଷ୍କରଣୀ
ବେଳାଭୁଇଁରେ ବେଳବୁଡ଼
  • ସମୁଦ୍ର
  • ଚକ୍ରତୀର୍ଥ
  • ସୁନାର ଗୌରାଙ୍ଗ
  • ଗୁଣ୍ଡିଚାଘର ବା ଗୁଣ୍ଡିଚା ମନ୍ଦିର
  • ଶ୍ରୀ ନୃସିଂହ ମନ୍ଦିର
  • ଶ୍ରୀ ସିଦ୍ଧ ମହାବୀର
  • ଶରଧାବାଲି
  • ମାଉସୀ ମା ଦେଉଳ
  • ଶ୍ରୀ ଲୋକନାଥ ମନ୍ଦିର
  • ଶ୍ରୀ କପାଳ ମୋଚନ
  • ଶ୍ରୀ ବେଡ଼ି ହନୁମାନ
  • ଶ୍ରୀ ଯମେଶ୍ୱର
  • ଶ୍ରୀ ଦକ୍ଷିଣକାଳୀ
  • ସିଦ୍ଧ ବକୁଳ
  • ଶ୍ରୀ ଶ୍ୟାମାକାଳୀ
  • ଶ୍ରୀ ଅଷ୍ଟସମ୍ଭୁ
  • ଶ୍ରୀ ତୋଟା ଗୋପୀନାଥ
  • ଦେଢ଼ଶୁର ଭାଇବୋହୁ କୁଅ
  • ଅନ୍ତର୍ବେଦୀ

[ଏହାକୁ ବଦଳାନ୍ତୁ] ଆଧାର

  1. ଧରିତ୍ରୀ, ୨୩ଅକ୍ଟୋବର୨୦୧୧, ପୃଷ୍ଠା-୧, ୧୩

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା