ଏହି ଲେଖାଟି ବଲାଙ୍ଗୀର ଜିଲ୍ଲା ବାବଦରେ । ବାକିସବୁ ପାଇଁ,
ବଲାଙ୍ଗୀର ଦେଖନ୍ତୁ ।
ବଲାଙ୍ଗୀର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗୀର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହରସବୁ ହେଲେ ଟିଟଲାଗଡ଼, ପାଟନାଗଡ଼, କଣ୍ଟାବାଞ୍ଝି, ଲୋଇସିଙ୍ଘା, ସଇଁତଳା, ବେଲପଡା, ତୁସରା, ଅଗଲପୁର, ଦେଓଗାଁ, ଚୁଡାପଲ୍ଲୀ ।
ମୁଖ୍ୟ ନଦୀ ଓ ଶାଖାନଦୀ [ସମ୍ପାଦନା]
- ମହାନଦୀ
- ତେଲ
- ଉନଦର, ଲାନ୍ଥ୍, ସୁନଗଡ଼ ଓ ସୁଖତେଲ (ତେଲ ନଦୀର ଶାଖାନଦୀ)
- ଅଙ୍ଗ
- ଜିରା
- ସେଲଷିଙ୍ଗ
୨୦୧୧ ଜନଗଣନା[୧] ଅନୁସାରେ, ବଲାଙ୍ଗୀର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୪୮,୫୭୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୪୧୩ ଓ ସହରାଞ୍ଚଳରେ ୧,୯୭,୧୬୧ ଲୋକ ବାସ କରନ୍ତି [୨] ।
- ପୁରୁଷ: ୮,୩୧,୩୪୯
- ମହିଳା: ୮,୧୭,୨୨୫
- ସାକ୍ଷରତା ହାର ୬୫.୫୦%
- ପୁରୁଷ: ୭୭.୦୮%
- ମହିଳା: ୫୩.୭୭%
ପ୍ରଶାସନିକ ବିଭାଗ [ସମ୍ପାଦନା]
- ଉପଖଣ୍ଡ: (୩): ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼
- ପୌରାଞ୍ଚଳ: (୪)
- ପୌର ପରିଷଦ: (୧): ବଲାଙ୍ଗୀର
- ବିଜ୍ଞାପିତ ଅଞ୍ଚଳ ପରିଷଦ (୩): ଟିଟିଲାଗଡ଼, ପାଟଣାଗଡ଼ ଓ କଣ୍ଟାବାଞ୍ଝି
- ପଞ୍ଚାୟତ ସମିତି (ବ୍ଲକ): (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁରେଇକେଲା,
- ତହସିଲ (୧୪): ଆଗଲପୁର, ଖପ୍ରାଖୋଲ, ଗୁଡ଼ଭେଲା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଙ୍ଗମୁଣ୍ଡା, ବଲାଙ୍ଗୀର, ବେଲପଡ଼ା, ଲୋଇସିଂହା, ମୁରିବାହାଲ, ସଇଁତଳା, ଟିଟିଲାଗଡ଼ ଓ ତୁସରା
ଏହି ଜିଲ୍ଲାରୁ କଳିକେଶ ନାରାୟଣ ସିଂହ ଦେଓ ଲୋକସଭାକୁ ନିର୍ବାଚିତ ହୋଇଅଛନ୍ତି ।
ଏହି ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲା:
| # |
ନିର୍ବାଚନ ମଣ୍ଡଳୀ |
ଆରକ୍ଷଣ |
ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) |
୧୪ଶ ବିଧାନ ସଭା ସଦସ୍ୟ |
ରାଜନୈତିକ ଦଳ |
| ୬୬ |
ଲୋଇସିଂହା |
ଅନୁସୂଚିତ ଜାତି |
ଲୋଇସିଂହା, ଆଗଲପୁର, ପୁଇଁତଳା |
ରମାକାନ୍ତ ସେଠ |
ବିଜଦ |
| ୬୭ |
ପାଟଣାଗଡ଼ |
ଅଣ ସଂରକ୍ଷିତ |
ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା |
କନକ ବର୍ଦ୍ଧନ ସିଂଦେଓ |
ଭାଜପା |
| ୬୮ |
ବଲାଙ୍ଗୀର |
ଅଣ ସଂରକ୍ଷିତ |
ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ |
ଅନଙ୍ଗ ଉଦୟ ସିଂହ ଦେଓ |
ବିଜଦ |
| ୬୯ |
ଟିଟିଲାଗଡ଼ |
ଅଣ ସଂରକ୍ଷିତ |
ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) |
ସୁରେନ୍ଦ୍ର ସିଂହ ଭୋଇ |
କଂଗ୍ରେସ |
| ୭୦ |
କଣ୍ଟାବାଞ୍ଝି |
ଅଣ ସଂରକ୍ଷିତ |
କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ |
ସନ୍ତୋଷ ସିଂହ ସାଲୁଜା |
କଂଗ୍ରେସ |
|
ବଲାଙ୍ଗୀର ଜିଲ୍ଲା
|
|
|
|
|
| ସହର |
|
|
| ପର୍ଯ୍ୟଟନ ସ୍ଥଳ |
|
|
| ପର୍ବପର୍ବାଣୀ ଓ ଲୋକକଳା |
|
|
ସହର ଓ ସଦର
ଅନ୍ୟ ଜିଲ୍ଲାରେ |
|
|