କଳିଙ୍ଗ ସାମ୍ରାଜ୍ୟର ବେପାର ବଣିଜର ସମୁଦ୍ର ପଥ
କଳିଙ୍ଗ ଭାରତୀୟ ଉପମହାଦେଶର ମଧ୍ୟ-ପୂର୍ବ ଭାଗରେ ଏକ ପୁରାତନ ସାମ୍ରାଜ୍ୟ ଥିଲା ଯାହା ଏବେକାର ଓଡ଼ିଶା, ଆନ୍ଧ୍ର ପ୍ରଦେଶର ସୀମାନ୍ତ ଆନ୍ଧ୍ରାରେ ବ୍ୟାପିଥିଲା । [୧] ଧନଧାନ୍ୟରେ ପରିପୂର୍ଣ୍ଣ ଓ ଶସ୍ୟଶ୍ୟାମଳା ଏହି ସାମ୍ରାଜ୍ୟ ଗଙ୍ଗା (ଦାମୋଦର)ରୁ ଗୋଦାବରୀ ଯାଏଁ ଓ ବଙ୍ଗୋପ ସାଗରରୁ ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା ଯାଏଁ ବ୍ୟାପି ଥିଲା ।[୧]
ଖାରବେଳଙ୍କ ଉତଥାନ [ସମ୍ପାଦନା]
ଖାରବେଳ କଳିଙ୍ଗର ଜଣେ ବୀର ଯୋଦ୍ଧା-ରାଜା ଥିଲେ ।[୨] ସେ ମଧ୍ୟ ଭାରତୀୟ ଉପମହାଦେଶରେ ଜୈନ ଧର୍ମର ଅଭ୍ୟୁତ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ତାହାଙ୍କୁ ଭାରତ ଇତିହାସରେ ସେତେ ଗୁରୁତ୍ଵ ଦିଆଯାଇନାହିଁ । ଭୁବନେଶ୍ଵରର ହାତୀଗୁମ୍ଫା ଶିଳାଲେଖ ଅନୁସାରେ ସେ ମଗଧର ରାଜଗୃହ ଆକ୍ରମଣ କରିଥିଲେ ଯାହା ଇଣ୍ଡୋ-ଗ୍ରୀକ ରାଜା ଦେମେଟ୍ରିଅସଙ୍କୁ ମଥୁରା ଫେରିଯିବାକୁ ବାଧ୍ୟ କରିଥିଲା ।[୩] କିନ୍ତୁ ଶିଳାଲେଖ ସେ ମଗଧକୁ କଳିଙ୍ଗ ସହ ମିଶାଇ ଦେଇଥିଲେ ବୋଲି ବୁଝାଇ ନଥାଏ , ବରଂ ଏହା ତାଙ୍କର ଶୁଙ୍ଗ ଶାସକ ପୁଷ୍ୟମିତ୍ର ଓ ଅଗ୍ନିମିତ୍ରଙ୍କ ସହ ଭଲ ବୁଝାମଣାକୁ ବୁଝାଇଥାଏ ଯାହା ମୌର୍ଯ୍ୟ ସାମ୍ରାଜ୍ୟର ମୂଳ ନାସ କରିବାରେ ସାହାଯ୍ୟ କରିଥିଲା ।
- ↑ ୧.୦ ୧.୧ An Advanced History of India. By R.C. Majumdar, H.C. Raychaudhuri, and Kaukinkar Datta. 1946. London: Macmillan
- ↑ Agrawal, Sadananda (2000): Śrī Khāravela, Sri Digambar Jain Samaj, Cuttack, Orissa
- ↑ Shashi Kant (2000): The Hathigumpha Inscription of Kharavela and the Bhabru Edict of Ashoka, D K Printworld Pvt. Ltd.