ବାରିପଦା
| ବାରିପଦା | |
| — ସହର — | |
|
|
|
| ଦିଗବାରେଣି | 21.94°N 86.72°E / 21.94°N 86.72°Eଦିଗବାରେଣି: 21.94°N 86.72°E / 21.94°N 86.72°E |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଭାରତର ଜିଲାସବୁ | ମୟୂରଭଞ୍ଜ |
| ଲୋକସଂଖ୍ୟା | ୯୪,୯୪୭ (2001[update]) |
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
| ପରିସୀମା |
• ୩୬ ମିଟରs ( ଫୁଟ) |
ବାରିପଦା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ଓ ଏକ ପ୍ରମୁଖ ସହର ।
ବାରିପଦା ନିକଟରେ ଥିବା ଶିମିଳିପାଳଠାରେ ବନ୍ୟଜନ୍ତୁ ଅଭୟାରଣ୍ୟ ଅଛି । ଏହି ସହରରେ ପୁରାତନ ମନ୍ଦିରସବୁ ଅଛି ଓ ଏହା ଜଙ୍ଗଲ, ସବୁଜିମା ଆଦିରେ ଭରା ।
ବିଷୟସୂଚୀ |
ଭୌଗଳିକ ଅବସ୍ଥାନ [ସମ୍ପାଦନା]
ଏହାର ଅବସ୍ଥାନ 21°56′N 86°43′E / 21.94°N 86.72°E । ବାରିପଦା ଓଡିଶାର ପୂର୍ବରେ ଅବସ୍ଥିତ । ଏହା ୨୧°୯୪`ଉତ୍ତର, ୮୬°୭୨` ପୁର୍ବରେ ଅଛି । ସମୁଦ୍ର ପତନରୁ ଏହାର ଉଚ୍ଚତା ୩୬ ମିଟର (୧୧୮ ଫୁଟ) । [୧]
ଲୋକଗଣନା [ସମ୍ପାଦନା]
୨୦୦୧ ଜଣଗଣନା ଅନୁସାରେ,[୨] ବାରିପଦର ଲୋକସଂଖ୍ୟା ୯୪,୯୪୭ । ପୁରୁଷ ୫୩% ଆଉ ମହିଳା ୪୭% । ବାରିପଦାର ପଢୁଆ ହାର ୭୭%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ରୁ ବେଶି, ୮୭% ପୁରୁଷ, ୬୫% ମହିଳା । ଲୋକସଖ୍ୟାର ୧୧% ଛ ବର୍ଷରୁ କମ ।
ଗମନା ଗମନ [ସମ୍ପାଦନା]
ଓଡିଶାରେ, ରେଳ ଯାତାୟାତରେ ବାରିପଦା ପ୍ରଥମ । ସେତେବେଳର ରାଜା ଏଚ.ଏଚ. ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେବ ବାରିପଦାକୁ ନେରୋଗଜ ରେଳ ଦ୍ଵାରା ହାଓଡ଼ା-ଚେନ୍ନାଇ ପଥକୁ ସଂଯୋଗ କରିଥିଲେ ।
ଚଳଣି [ସମ୍ପାଦନା]
ବାରିପଦା ଛଉ ନାଚ ପାଇଁ ବିଶ୍ଵ ପ୍ରସିଦ୍ଧ । ଚୈତ୍ର ପର୍ବ ଏପ୍ରିଲ ମଝିରେ ମନାଯାଏ, ଯାହା ସେଠିକାର ଦକ୍ଷତା ଦର୍ଶାଇଥାଏ । ଉତ୍ତରସାଇ ଓ ଦକ୍ଷିଣସାଇ ଦୁଇଟି ଯାହା ଛଉ ନାଚ ପ୍ରଦର୍ଶନ କରିଥାନ୍ତି । ମୁଢ଼ି ପାଇଁ ବାରିପଦା ଓଡିଶା ପ୍ରସିଦ୍ଧ ।
ପର୍ଯ୍ୟଟନ [ସମ୍ପାଦନା]
ଏଠାରେ ରଥଯାତ୍ରା ଏକ ବଡ଼ ପର୍ବ । ପୁରୀ ପରେ ବାରିପଦା ରଥଯାତ୍ରା ଓଡିଶାରେ ଦ୍ଵିତୀୟ ।
ଶିକ୍ଷା [ସମ୍ପାଦନା]
ବାରିପଦାର ତକତତ୍ପୁରରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଅବସ୍ଥିତ । ଏଠାରେ ମଧ୍ୟ ମହାରାଜା ପୂର୍ଣଚନ୍ଦ୍ର ମହାବିଦ୍ୟାଳୟ ଓ ମହାରାଜା ପୂର୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ଅବସ୍ଥିତ । ସବୁଠୁ ପୁରାତନ ବିଦ୍ୟଳୟ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲ(୧୮୮୯) । ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଅଛି ।
ଆଧାର [ସମ୍ପାଦନା]
- ↑ Falling Rain Genomics, Inc -Baripada
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. http://web.archive.org/web/20040616075334/http://www.censusindia.net/results/town.php?stad=A&state5=999. Retrieved 2008-11-01.
|
|||||||||||||||||
|
||||||||||||||||||||||||||