ଧଉଳି

ଉଇକିପିଡ଼ିଆ ରୁ
ଧଉଳି ଶାନ୍ତି ସ୍ତୁପ

ଧଉଳି ପାହାଡ଼ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।

ଇତିହାସ[ସମ୍ପାଦନା]

ଏଠାରେ ଥିବା ୬କ ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି । [୧] । ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ [୨] । ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।

ଶାନ୍ତି ସ୍ତୁପ, ଧଉଳିଗିରି

ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲା । ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା । ଅଶୋକଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ଵର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ ମହାଭାରତ ସମୟର ଅଶ୍ଵତ୍ଥାମା ହସ୍ତୀ ନାମରେ ଓ ପାହାଡ଼ଟି କୁ ଅଶ୍ଵତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି । ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୁହ କୁ ପଞ୍ଚୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି ।

ବୁଦ୍ଧ ମୁର୍ତ୍ତି, ଶାନ୍ତି ସ୍ତୁପ, ଧଉଳିଗିରି

ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି[ସମ୍ପାଦନା]

  1. ବୌଦ୍ଧ ଜିଲ୍ଲାରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଦ୍ଧ/ବଉଦ ଏହି ଜିଲ୍ଲା ର ନାଆଁ ଦିଆଯାଇଛି ।
  2. ଖଣ୍ଡଗିରି, ଭୁବନେଶ୍ୱର
  3. ଉଦୟଗିରି, ଭୁବନେଶ୍ୱର
  4. ରତ୍ନଗିରି, ଯାଜପୁର
  5. ଲଳିତଗିରି, ଯାଜପୁର
  6. ଜଉଗଡ଼, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ

ବୌଦ୍ଧ ଧର୍ମ ଶ୍ରେଣୀବିଭାଗ[ସମ୍ପାଦନା]

  • ଥେରବାଦ
  • ମହାଯାନ
  • ବଜ୍ରଯାନ
  • ସହଜଯାନ

ଟୀକା[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]