ପୁଷ୍ପଗିରି ମହାବିହାର
| ପୁଷ୍ପଗିରି ମହାବିହାର | |
| ରତ୍ନଗିରିର ବୌଦ୍ଧ ବିହାର | |
| ପୁଷ୍ପଗିରିର ଅବସ୍ଥାନ | |
| ଅଞ୍ଚଳ | ଯାଜପୁର ଜିଲ୍ଲା, ଓଡ଼ିଶା |
|---|---|
| ଦିଗବାରେଣି | |
| ଇତିହାସ | |
| ଚଳଣି | ବୌଦ୍ଧବାଦ |
| ସ୍ଥାନ ଟୀକା | |
| ଅବସ୍ଥା | ଭଗ୍ନାଂଶ |
| ବୌଦ୍ଧବାଦ
|
| ଧର୍ମ ବା ମତବାଦ ଚାରୋଟି ସତ |
| ଆଚରଣ ତିନୋଟି ରତନ |
|
ପରମ୍ପରା · ଧର୍ମଗ୍ରନ୍ଥ |
ପୁଷ୍ପଗିରି ମହାବିହାର ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ଏକ ପୁରାତନ ଓ ପ୍ରମୁଖ ବୌଦ୍ଧ ମହାବିହାର ଥିଲା ଯାହା ଭାରତୀୟ ଉପମହାଦେଶର ଏକ ମୁଖ୍ୟ ମହାବିହାର ଭାବରେ ୧୧ଶ ଶତାବ୍ଦୀ ଯାଏଁ କାର୍ଯ୍ୟକ୍ଷମ ଥିଲା ।[୧][୨]
ବିଷୟସୂଚୀ |
ଇତିହାସ [ସମ୍ପାଦନା]
୨୦୦୭ସୁଦ୍ଧା ଏହି ମହାବିହାରର ଭଗ୍ନାଂଶ ପୁରାପୁରି ଉଦ୍ଧାର କରାଯାଇପାରି ନାହିଁ, ତେଣୁ ଏହାର ମୂଳ ଇତିହାସ ଜଣାପଡ଼ି ନାହିଁ । ମହାବିହାରର ମୁଖ୍ୟ ତିନୋଟି ଅଞ୍ଚଳ ଭିତରୁ କେବଳ ଲଳିତଗିରି କଟକ ଜିଲାରେ ରହି ଅଛି । ପ୍ରତିମା ଖୋଦେଇ ଗବେଷଣାରୁ ଜଣାଯାଇଛି ଯେ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରେ ସୁଙ୍ଗ ଶାସନ ସମୟରେ ଲଳିତଗିରିର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିଲା ଯାହା ତାହାକୁ ପୃଥିବୀର ସର୍ବପୁରାତନ ବୌଦ୍ଧ ସ୍ଥଳର ମାନ୍ୟତା ଦେଇଥାଏ ।
ଏବେକାର ଅବସ୍ଥା [ସମ୍ପାଦନା]
ଏବେ, ଏହାର ଭଗ୍ନାଂଶ ଲାଙ୍ଗୁଡ଼ି ପାହାଡ଼ର ଉପରେ, ମହାନଦୀର ତ୍ରିକୋଣଭୂମିରୁ ୯୦ କି.ମି. ଦୂରରେ ଯାଜପୁର ଓ କଟକ ଜିଲାରେ ଏହା ରହିଅଛି ।[୩]
ଗଠନ ଶୈଳୀ [ସମ୍ପାଦନା]
ମୁଖ୍ୟ ମହାବିହାର ପରିସର ପାହାଡ଼ ମୁଣ୍ଡିଆରେ ବ୍ୟାପିରହିଥିଲା ଯାହାର ଭଗ୍ନାଂଶ କେତେକ ସ୍ତୁପ, ବୌଦ୍ଧ ବିହାର, ମନ୍ଦିର ଓ ମୂର୍ତ୍ତୀ ତଥା ଗୁପ୍ତ ସାମ୍ରାଜ୍ୟର ସ୍ଥାପତ୍ୟ କଳାର ପ୍ରମାଣା ଦେଇଥାଏ ।[୪] ବ୍ରାହ୍ମଣୀ ନଦୀର ଏକ ଶାଖାନଦୀ କେଳୁଆ ନଇ ଏହି ଲାଙ୍ଗୁଡ଼ି ପାହାଡ଼ର ଉତ୍ତର-ପୂର୍ବ ଭାଗକୁ ବହିଯାଇଅଛି ଯାହା ସେକାଳର ମହାବିହାର ପରିସରକୁ ଏକ ମନୋରମ ପରିବେଶ ଯୋଗାଇଦେଇଥିବ ବୋଲି ଅନୁମାନ କରାଯାଇଥାଏ । ସମଗ୍ର ମହାବିହାରଟି ଆଖପାଖର ଲଳିତଗିରି, ରତ୍ନଗିରି ଓ ଉଦୟଗିରି ଆଦି ପାହାଡ଼ ଯାଏଁ ବ୍ୟାପି ରହିଥିଲା ।
ପର୍ଯ୍ୟଟନ [ସମ୍ପାଦନା]
ଏ.ଏସ.ଆଇ (ASI) ଏହା ପାଇଁ ନାନାଦି ଯୋଜନା ଆରମ୍ଭ କରିଅଛି । ୨୦୦୭ରେ, ମହାବିହାର ପାଖରେ ଅଧିକ ଜାଗା ଅଧିଗ୍ରହଣ କାମ ଆରମ୍ଭ କରାଯାଇଥିଲା । ପୁନନିର୍ମାଣ ସରିଲେ ଏହା ପୃଥିବୀର ଏକ ମୁଖ୍ୟ ବୌଦ୍ଧସ୍ଥଳ ଭାବରେ ପରିଗଣିତ ହୋଇପାରିବ ।[୫]ରାଜ୍ୟ ସରକାର ଅଧୁନା ଏଠାରେ ସବୁ ବର୍ଷ ଏକ ବୁଦ୍ଧ ମହୋତ୍ସବର ଆୟୋଜନ କରୁଅଛନ୍ତି ।[୬]
ଲାଙ୍ଗୁଡ଼ି ପାହାଡ଼ରେ ଅନେକ ବୌଦ୍ଧ ସ୍ଥଳ ମାନ ମଧ୍ୟ ରହିଅଛି । ଏହା ନିକଟରେ ଥିବା "କାଇମା ପାହାଡ଼"ରେ ଚାରୋଟି ଖୋଣ୍ଡାଲାଇଟ (khondalite) ନିର୍ମିତ ଅଖଣ୍ଡ ଖମ୍ବଦେଇ ବେଢ଼ା ହାତୀର ପଥର ଖୋଦା ମୂର୍ତ୍ତୀ ରହିଅଛି, ଯାହା ମୌର୍ଯ୍ୟ ଶାସନ କାଳ ଖ୍ରୀ.ପୂ. ୨ରେ ତିଆରି କରାଯାଇଥିଲା । ବ୍ରାହ୍ମଣୀ ଓ କିମିରିଆ ନଦୀ କୁଳରେ ଥିବା "ଦେଉଳି ପାହାଡ଼"ର ଗୁମ୍ଫା ଭିତରେ ପଥର ଖୋଦା ବୌଦ୍ଧ ବିହାରସବୁ ଅଛି । ବଜ୍ରଗିରି, ସାରପୁର ଓ ପାଇକରାପୁରଠାରେ ମଧ୍ୟ ଅନେକ ବୌଦ୍ଧ ସ୍ଥଳସବୁ ଆବିଷ୍କାର କରାଯାଇଛି । ଲାଙ୍ଗୁଡ଼ି ଠାରେ ସମ୍ଭବତ ଭାରତୀୟ ଉପମହାଦେଶର ସର୍ବବୃହତ ବୌଦ୍ଧ ବିହାର ରହିଅଛି ।[୭]
ଗମନାଗମନ [ସମ୍ପାଦନା]
ଲାଙ୍ଗୁଡ଼ିକୁ ଜାତୀୟ ରାଜପଥ ୫ରୁ ଜାରକା ଓ ଚଣ୍ଡିଖୋଲ ଦେଇ ଯାଇହେବ । ଏଠାକୁ କଟକ ଓ ଭୁବନେଶ୍ଵରରୁ ମଧ୍ୟ ସହଜରେ ଯାଇହେବ । ଅକ୍ଟୋବରରୁ ଫେବୃଆରୀ ଏଠାକୁ ଯିବାର ସବୁଠାରୁ ଭଲ ସମୟ ।[୮]
ଆଧାର [ସମ୍ପାଦନା]
- ↑ "Orissa: Introduction". http://www.orissa.gov.in/intro.htm.
- ↑ "The past comes alive in temples of Orissa". 03-Mar-2002. http://www.tribuneindia.com/2002/20020303/spectrum/travel.htm.
- ↑ "Langudi : A newly discovered Buddhist site in Orissa". http://www.indiasite.com/archaeology/langudi.html.
- ↑ "Puspagiri". http://www.art-and-archaeology.com/india/ratna/ra01.html.
- ↑ "Discovery of Buddhist stupa may turn remote hamlet into tourist hotspot". http://www.buddhistchannel.tv/index.php?id=4,1193,0,0,1,0.
- ↑ "Master plan mooted to develop Buddhist sites". 29-Nov-2005. http://www.archaeologynews.org/link.asp?ID=52561&Title=MASTER%20plan%20mooted%20to%20develop%20Buddhist%20sites.
- ↑ "Langudi: A newly discovered Buddhist site in Orissa". http://www.india9.com/i9show/Langudi-Hill-50293.htm.
- ↑ "Buddhist Tourism: Langudi, Orissa". http://www.buddhist-tourism.com/countries/india/temples-monuments/langudi-orissa.html.
|
|||||||||||||||||
|
|||||||||||||||||||||||||||||||||||||||||||