କୋଣାର୍କ

ଉଇକିପିଡ଼ିଆ ରୁ
କୋଣାର୍କ
—  ସହର  —
କୋଣାର୍କ
କୋଣାର୍କର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19.90°N 86.12°E / 19.9°N 86.12°E / 19.9; 86.12ଦିଗବାରେଣି: 19.90°N 86.12°E / 19.9°N 86.12°E / 19.9; 86.12
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ପୁରୀ
ଲୋକସଂଖ୍ୟା ୧୫,୦୧୫ (2001)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


୨ ମିଟରs (. ଫୁଟ)

ବେବସାଇଟ konark.nic.in http://www.konark.nic.in/ konark.nic.in

କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ସହର ।[୧] ଏହା ଭୁବନେଶ୍ଵରଠାରୁ ୬୫ କି.ମି. ଦୁରରେ ଅବସ୍ଥିତ । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ଵାରା ସ୍ଥାପିତ ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଅଛି । ଏହା ଚନ୍ଦ୍ରଭାଗା ଓ ବଙ୍ଗୋପ ସାଗର କୂଳରେ ଅବସ୍ଥିତ । କୋଣାର୍କରେ ବାର୍ଷିକ ନାଚ ଓ ଗୀତ ଉତ୍ସବ ପ୍ରତି ଡିସେମ୍ବର ମାସରେ ପାଳନ ହୁଏ । ଏଥିରେ ଅନେକ ଭାରତୀୟ ନାଚ ପ୍ରଦର୍ଶିତ ହୁଏ।[୨]

କୋଣାର୍କ ସୂର୍ଯ୍ୟ ମନ୍ଦିର[ସମ୍ପାଦନା]

କୋଣାର୍କ ସୂର୍ଯ୍ୟ ମନ୍ଦିର

ଏହି ମନ୍ଦିରଟି ଗଢିଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ l ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା l ଏହାର ନାମଥିଲା କୋଣଗର l ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ୍ l୧୩ ଫୁଟ୍ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ଗଢାହେଲା ରଥ ରୂପରେ l

ମନ୍ଦିରଟି କଳିଙ୍ଗ ସ୍କୁଲ୍ ଅଫ୍ ଇଣ୍ଡିଆନ୍ ଟେମ୍ପଲ୍ସର। ୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜ୍ବତୀକରୁଥିଲେ lସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ l ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରୀଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରୀଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା l ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା l ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା l ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ l ସେଥିରେ ସାତଟି ପଥର ଘୋଡା ଯୋଖା ହେଲା l ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା l ଓଡିଶାର ୧୨ବର୍ଷର ରାଜସ୍ଵ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା l

ଆଧାର[ସମ୍ପାଦନା]

ଆଗକୁ ପଢ଼ିବେ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]