ଛଉ ନାଚ

ଉଇକିପିଡ଼ିଆ ରୁ

ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।[୧]

ବିଷୟସୂଚୀ

ପ୍ରକାର [ସମ୍ପାଦନା]

ଏହା ମୁଖ୍ୟତଃ ତିନି ପ୍ରକାରର:

  • ମୟୂରଭଞ୍ଜ ଛଉ
ଏହା ମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟଜନ୍ତ୍ରର ବାଦନ କରି ନାଚ ମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ ।
  • ସଢ଼େଇକଳା ଛଉ
ଏହା ପୁରାତନ ଓଡ଼ିଶା ଓ ଏବେକାର ଝାଡ଼ଖଣ୍ଡର ସଢ଼େଇକଳାରେ ଦେଖିବାକୁ ମିଳେ ।
  • ପୁରୁଲିଆ ଛଉ
ଏହା ପଶ୍ଚିମବଙ୍ଗର ପୁରୁଲିଆ ଠାରେ ଦେଖିବାକୁ ମିଳେ

ଛଉ ଶବ୍ଦର ଜନ୍ମ [ସମ୍ପାଦନା]

ଓଡ଼ିଆ ଭାଷାର ପ୍ରଖ୍ୟାତ ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ "ଛଉ" ଶବ୍ଦ ଓଡ଼ିଆ ଶବ୍ଦ "ଛାଉଣି"ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନା ମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି।[୧][୨]

ଟୀକା [ସମ୍ପାଦନା]

  1. ୧.୦ ୧.୧ Claus, p. 109
  2. "The Chhau". Seraikela-Kharsawan district official website. http://seraikela.nic.in/chhau/chhau_hss.htm#SARAIKELACHHAU. Retrieved 2009-03-15. 

ଦ୍ରଷ୍ଟବ୍ୟ [ସମ୍ପାଦନା]

ବାହାର ଆଧାର [ସମ୍ପାଦନା]