ଯାଜପୁର ଜିଲ୍ଲା

ଉଇକିପିଡ଼ିଆ ରୁ
ଏହି ଲେଖାଟି 'ଯାଜପୁର ଜିଲ୍ଲା' ବାବଦରେ । 'ଯାଜପୁର ସହର' ନିମନ୍ତେ, ଯାଜପୁର ପ୍ରସଙ୍ଗଟି ଦେଖନ୍ତୁ ।
ଯାଜପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 20°51′00″N 86°19′59″E / 20.85°N 86.333°E / 20.85; 86.333ଦିଗବାରେଣି: 20°51′00″N 86°19′59″E / 20.85°N 86.333°E / 20.85; 86.333
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା ଯାଜପୁର
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୭ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା �.
ଜନସଂଖ୍ୟା (୨୦୧୧)
 • କ୍ରମାଙ୍କ ଓଡ଼ିଶାରେ ସପ୍ତମ (୭/୩୦)
 • ଘନତା ୬୩୦
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ ୭୫୫ xxx
ଗାଡି ପଞ୍ଜୀକରଣ OD-04
ଜିଲ୍ଲାପାଳ ଅନୀଲ କୁମାର ସାମଲ
ୱେବସାଇଟ ମୁଖ୍ୟ ୱେବସାଇଟ

ଯାଜପୁର ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଯାଜପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ସୋମବଂଶିୟ ରାଜା ଯଜାତି କେଶରୀଙ୍କ ଦ୍ଵାରା ସ୍ଥାପିତ ଯାଜପୁର ସହର ନାମରେ ଏହି ଜିଲ୍ଲାର ନାମକରଣ କରାଯାଇଅଛି ୤

ଇତିହାସ[ସମ୍ପାଦନା]

୧୯୯୩ ମସିହ ଅପ୍ରେଲ ମାସରେ ଯାଜପୁର ଗୋଟିଏ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ନେଲା ଓ ଯାଜପୁର ସଦର ଗୋଟିଏ ଉପଖଣ୍ଡ (ସବଡ଼ିଭିଜନ) ହୋଇରହିଲା । ଯାଜପୁର ସହର ଜିଲ୍ଲାର ସଦର ମହକୁମା ହୋଇରହିଲା । ଆଗେ ଯାଜପୁର ଅଞ୍ଚଳ ବିଭିନ୍ନ ନଦୀ ଦ୍ଵାରା ବହୁତ କ୍ଷତିଗ୍ରସ୍ଥ ହେଉଥିଲା । ସେ ନଦୀଗୁଡିକ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢା, ଖରସୁଆଁ ଇତ୍ୟାଦି । ଅବିଭକ୍ତ କଟକ ଜିଲ୍ଲାର ତ୍ରିକୋଣ ଭୂମି ଅଞ୍ଚଳ ଏହିସବୁ ନଦୀଗୁଡିକଦ୍ଵାରା ବନ୍ୟାରେ ଅପୂରଣୀୟ କ୍ଷତି ହେଉଥିଲା ଓ ବହୁତ ଫସଲ ନଷ୍ଟ ହେଉଥିଲା।

ଭୂଗୋଳ[ସମ୍ପାଦନା]

ଯାଜପୁର ଜିଲ୍ଲାର ଆୟତନ ୨,୮୮୭.୬୯ ବର୍ଗ କିମ। ଏହି ଜିଲ୍ଲାର ଉପର ଅଞ୍ଚଳ କିଛି ପାହାଡିଆ ଓ ଜଙ୍ଗଲଭୂମି ରହିଛି। ସମତଳ ଅଞ୍ଚଳରେ ଜଳସେଚନ ଦ୍ବାରା କୃଷିର ଉନ୍ନତି ହୋଇପାରୁଛି। ତଥାପି ଜଙ୍ଗଲ ଓ ପାହାଡିଆ ଜମିର ପରିମାଣ ୭୨୫ ବର୍ଗ କିଲୋମିଟର। ଯାଜପୁର ଜିଲ୍ଲା ଖଣିଜ ଦ୍ରବ୍ୟରେ ଭରପୁର। ଏହି ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ବହୁ ପରିମାଣରେ କ୍ରୋମାଇଟ୍ ଉତ୍ପାଦନ ହୁଏ। ଅନେକ ଲୁହାପଥର ଭରି ରହିଛି ଯାହାକି ଆମ ରାଜ୍ୟର ପାରାଦ୍ବୀପ ବନ୍ଦରରୁ ଜାହାଜ ଯୋଗେ ବିଦେଶକୁ ରତ୍ପାନୀ ହେଉଛି।

ଅବସ୍ଥିତି[ସମ୍ପାଦନା]

ମୁଖ୍ୟ ନଦୀ ଓ ଶାଖାନଦୀ[ସମ୍ପାଦନା]

  • ବୈତରଣୀ
  • ବ୍ରାହ୍ମଣୀ
  • ଖରସ୍ରୋତା
  • ବିରୂପା
  • ବୁଢ଼ା
  • କଣି
  • ବଡ଼ଗେଙ୍ଗୁଟି
  • କେଳୁଆ

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା [୧] ଅନୁସାରେ, ଯାଜପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୮,୨୬,୨୭୫ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୬,୯୧,୨୬୪ ଓ ସହରାଞ୍ଚଳରେ ୧,୩୫,୦୧୧ ଲୋକ ବାସ କରନ୍ତି ।[୨]

  • ପୁରୁଷ: ୯,୨୬,୦୫୮
  • ମହିଳା: ୯,୦୦,୨୧୭
    • ଛ ବର୍ଷରୁ କମ: ୨,୦୭,୩୧୦
  • ସାକ୍ଷରତା ହାର: ୮୦.୪୪%
    • ପୁରୁଷ: ୮୭.୩୬%
    • ମହିଳା: ୭୩.୩୭%

ଉତ୍ପନ୍ନ ଖାଦ୍ୟଶସ୍ୟ[ସମ୍ପାଦନା]

ଉତ୍ପନ୍ନ ଖାଦ୍ୟଶସ୍ୟ : ଧାନ, ମୁଗ, ବିରି, କୋଳଥ, ଚିନାବାଦାମ, ଆଳୁ, ଆଖୁ ଇତ୍ୟାଦି ଉତ୍ପନ୍ନ ହୁଏ ।

ସଦର ମହକୁମା[ସମ୍ପାଦନା]

  • ଯାଜପୁର

ବ୍ଳକ[ସମ୍ପାଦନା]

  • କୋରାଇ, ଧର୍ମଶାଳା, ବଡ଼ଚଣା, ଦଶରଥପୁର, ଦାନଗଦି, ବରି, ବିଞ୍ଝାରପୁର, ଯାଜପୁର ସଦର, ରସୁଲପୁର, ସୁକିନ୍ଦା

ଗ୍ରାମ ପଞ୍ଚାୟତ[ସମ୍ପାଦନା]

ମୋଟ ୨୮୦ ଗ୍ରାମ ପଞ୍ଚାୟତ

ପର୍ଯ୍ୟଟନ ସ୍ଥଳି[ସମ୍ପାଦନା]

ପ୍ରସିଦ୍ଧ ବ୍ୟକ୍ତି[ସମ୍ପାଦନା]

ପ୍ରସିଦ୍ଧ ବ୍ୟକ୍ତି ଓ କବି ଓ ଲେଖକ : ଅଭିମନ୍ୟୁ ସାମନ୍ତସିଂହାର, ବିଚ୍ଛନ୍ଦଚରଣ ପଟ୍ଟନାୟକ, ହାଡିଦାସ, ବିରୁପାକ୍ଷ କର ପ୍ରମୁଖ ।

ରାଜନୀତି[ସମ୍ପାଦନା]

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୪୮ ବିଞ୍ଝାରପୁର ଅନୁସୂଚିତ ଜାତି ବିଞ୍ଝାରପୁର, ଦଶରଥପୁର (ଅଂଶ) ପ୍ରମିଳା ମଲ୍ଲିକ ବିଜଦ
୪୯ ବରୀ ଅଣ ସଂରକ୍ଷିତ ବରୀ, ଯାଜପୁର (ଅଂଶ), ରସୁଲପୁର (ଅଂଶ) ଦେବାଶିଷ ନାୟକ ବିଜଦ
୫୦ ବଡ଼ଚଣା ଅଣ ସଂରକ୍ଷିତ ବଡ଼ଚଣା ଅମର ପ୍ରସାଦ ଶତପଥୀ ବିଜଦ*
୫୧ ଧର୍ମଶାଳା ଅଣ ସଂରକ୍ଷିତ ଧର୍ମଶାଳା, ରସୁଲପୁର (ଅଂଶ) କଳ୍ପତରୁ ଦାସ ବିଜଦ
୫୨ ଯାଜପୁର ଅଣ ସଂରକ୍ଷିତ ଯାଜପୁର (ପୌ), ଯାଜପୁର (ଅଂଶ), ଦଶରଥପୁର (ଅଂଶ) ପ୍ରଣବ ପ୍ରକାଶ ଦାସ ବିଜଦ
୫୩ କୋରେଇ ଅଣ ସଂରକ୍ଷିତ ବ୍ୟାସନଗର (ପୌ), ବ୍ୟାସନଗର (O. G), କୋରାଇ, ରସୁଲପୁର (ଅଂଶ) ପ୍ରିତୀରଞ୍ଜନ ଘଡ଼ାଇ ବିଜଦ
୫୪ ସୁକିନ୍ଦା ଅଣ ସଂରକ୍ଷିତ ସୁକିନ୍ଦା, ଦାନଗଦି ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜଦ

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]