ଓଡ଼ିଆ ଭାଷା

ଉଇକିପିଡ଼ିଆ ରୁ
ଓଡ଼ିଆ (ōḍiā)
Odia bhasa.png
କେଉଁଠି କହାଯାଏ ଭାରତଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଦି ଆରବ, ବର୍ମା, ମାଲେସିଆ, ସିଙ୍ଗାପୁର, ସିଂହଳରେ ବସବାସ କରୁଥିବା ଓଡ଼ିଆ
ଅଞ୍ଚଳ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ
ସର୍ବମୋଟ କହୁଥିବା ଲୋକେ ୩,୩୦,୧୭,୪୪୬ (୨୦୧୧)
କ୍ରମାଙ୍କ ୩୧ (୧୯୯୬)
ଭାଷା ପରିବାର
ଲେଖିବା ପ୍ରଣାଳୀ ଓଡ଼ିଆ ଲିପି
ସରକାରୀ ସ୍ଥିତି
କେଉଁଠାରେ ଏହା ସରକାରୀ ଭାଷା: Seal of Orissa.gifଓଡ଼ିଶା
କିଏ ପରିଚାଳନା କରନ୍ତି: No official regulation
ଭାଷା କୋଡ଼
ISO 639-1 or
ISO 639-2 ori
ISO 639-3 ori
ଲିଙ୍ଗୁଆସ୍ଫେର
Oriyaspeakers.png
ଭାରତରେ ମାତୃଭାଷା ଓଡ଼ିଆରେ କଥାହେଉଥିବା ଲୋକ
Indic script
ଏହି ପୃଷ୍ଠାରେ ଇଣ୍ଡିକ ଲେଖା ଅଛି । ରେଣ୍ଡରିଙ୍ଗ ଠିକରେ ନହେଲେ ଆପଣ ମାତ୍ରା, ଫଳା ଓ ଯୁକ୍ତାକ୍ଷରଗୁଡିକ ଠିକରେ ଦେଖିପାରିବେ ନାହିଁ ।ଅଧିକ...

ଓଡ଼ିଆ, ଓଡ଼ିଶାର ପ୍ରଶାସନିକ ଭାଷାଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।[୧][୨][୩]

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଅବଲୋକନ

ଓଡ଼ିଆ ଓଡ଼ିଶାର ମୁଖ୍ୟ ଭାଷା ଓ ୮୩.୩ ଭାଗ ଲୋକେ ଏହି ଭାଷାରେ କଥା ହୋଇଥାନ୍ତି । ଯଦିଓ ଆସାମୀ ଓ ବଙ୍ଗଳା ଭାଷାର ଉଚ୍ଚାରଣ ଏହାର ଉଚ୍ଚାରଣ ପରି ଏହି ଭାଷାର ଇତିହାସ ଉକ୍ତ ଦୁଇ ଭାଷା ଠାରୁ ପୁରୁଣା ।

[ଏହାକୁ ବଦଳାନ୍ତୁ] ଓଡ଼ିଆ କୁହାଯାଉଥିବା ପାଖାପାଖି ରାଜ୍ୟ

ଓଡ଼ିଆ ଭାଷା ଓଡ଼ିଶା ପାଖାପାଖି ଅନେକ ରାଜ୍ୟରେ କୁହାଯାଏ ।ପଶ୍ଚିମ ବଙ୍ଗଳାର ମେଦିନୀପୁର ସମେତ ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡସିଂହଭୂମି ଜିଲା, ଆନ୍ଧ୍ର ପ୍ରଦେଶଶ୍ରୀକାକୁଲମ, ବିଜୟନଗରବିଶାଖାପାଟଣା ଜିଲା, ଛତିଶଗଡ଼ର ପୂର୍ବ ଜିଲ୍ଲାମାନଙ୍କରେ ବହୁଳ ଭାବରେ କୁହା ଯାଏ । ଗୁଜୁରାଟର ସୁରଟ ଭାରତର ଦ୍ଵିତୀୟ ଓଡ଼ିଆ ଭାଷା ବହୁଳ ଅଞ୍ଚଳ । ଏହାଛଡା ବେଙ୍ଗାଳୁରୁ, ହାଇଦ୍ରାବାଦ, ପଣ୍ଡିଚେରୀ, ଚେନ୍ନାଇ, ଗୋଆ, ମୁମ୍ବାଇ, ଜାମସେଦପୁର, ବରୋଦା, ରାୟପୁର, ଅହମଦାବାଦ, ଦିଲ୍ଲୀ, କଲିକତା, ଖଡଗପୁର, ଗୁଆହାଟୀ, ପୁଣେସିଲଭାସା ଆଦି ସହରରେ ଓଡ଼ିଆ ଭାଷାଭାଷୀ ଲୋକ ଦେଖାଯାନ୍ତି ।

[ଏହାକୁ ବଦଳାନ୍ତୁ] ଇତିହାସ

ଓଡ଼ିଆ ଏକ ଭାରତୀୟ ଭାଷା । ମୂଳ ଓଡ଼ିଆ ଭାଷା ପାଳିମାଗଧୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଥିବା ଭାଷା ବିଜ୍ଞାନୀମାନେ ପ୍ରମାଣ ଦିଅନ୍ତି, ଏହି ଭାଷା ଭାରତରେ ୧,୫୦୦ ବର୍ଷରୁ ଅଧିକ ବର୍ଷ ଆଗରୁ କହାଯାଉଥିଲା ଓ ବୌଦ୍ଧ ଧର୍ମର ତିପିଟକଜୈନ ଧର୍ମଗ୍ରନ୍ଥର ମୂଳ ଭାଷା ଥିଲା । [୪] । ଓଡ଼ିଆ ବାକି ଭାରତୀୟ ଭାଷାମାନଙ୍କ ତୁଳନାରେ ଖୁବ କମ ପାରସୀଆରବୀ ଭାଷା ଦ୍ଵାରା ପ୍ରାଭାବିତ ।

ଇଂଲଣ୍ଡର କୁଇନଟେସେନସିଆଲଙ୍କ ଭାଷା ବିଭାଗର ମତରେ[୫] ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ବେଳରେ ତିଆରି ଖଣ୍ଡଗିରି ଓ ହାତିଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ । ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ ପାଳି ଭାଷାରୁ । ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି ପାଳି ଆଉ ଲିପି ହେଉଛି ବ୍ରାହ୍ମୀ, ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠୁ ପୁରାତନ । ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଳି ଭାଷାରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଅଡେନବର୍ଗଙ୍କ ମତରେ ପାଳି ଭାଷା ହିଁ ଓଡ଼ିଆ ଭାଷାର ମୂଳ ।

ଓଡ଼ିଆ ଶବ୍ଦର ବ୍ୟବହାର ଅନେକ ଗୁଡ଼ିଏ ଜାଗାରେ ୭ମ ମସିହାର ଶିଳାଲିପିରେ ଦେଖିବାକୁ ମିଳିଥାଏ । ଯେମିତିକି ଓଡ଼ିଆ ଶବ୍ଦ କୁମ୍ଭାର /kumbha:rɔ/ ର ବ୍ୟବହାର ୭ମ ମସିହାର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖରେ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ ଭିତୁରୁ /bhituru/ ଆଉ ପନ୍ଦର /pɔndɔrɔ/ ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ।

ଅତୀତର କଳିଙ୍ଗ ଭୁଇଁ

[ଏହାକୁ ବଦଳାନ୍ତୁ] ଓଡ଼ିଆ କଥନ

  • କହୁଥିବା ଲୋକସଂଖ୍ୟା: ୩,୩୦,୧୭,୪୪୬ (୨୦୧୧)[୬]
  • କୁହାଯାଉଥିବା ସ୍ଥାନ: ଓଡିଶା (ଭାରତ)

[ଏହାକୁ ବଦଳାନ୍ତୁ] ଓଡ଼ିଆ ଲିପି

[ଏହାକୁ ବଦଳାନ୍ତୁ] ସ୍ଵରବର୍ଣ୍ଣ

ଲିଖନ ନାମ ଉଚ୍ଚାରଣ
a /ɔ/
ā /a/
i /i/
ī /i/
u /u/
ū /u/
i /i/
/ru/
e /e/
o /o/

[ଏହାକୁ ବଦଳାନ୍ତୁ] ଇଉନିକୋଡ଼ରେ ଓଡ଼ିଆ

ଓଡ଼ିଆର ଇଉନିକୋଡ଼ ଲିପି ଏହିପରି - U+0B00 ଉଦାହରଣ: U+0B7F । ଧୂଷର ଜାଗାସବୁ ଦିଆଯାଇନଥିବା କୋଡ଼ ପାଇଁ ।

ଓଡ଼ିଆ[୧]
ଇଉନିକୋଡ଼.ଅର୍ଗ ସାରଣୀ (PDF)
  A B C D E F
U+0B0x        
U+0B1x    
U+0B2x  
U+0B3x         ି
U+0B4x            
U+0B5x                      
U+0B6x    
U+0B7x                
Notes
୧.^ ଇଉନିକୋଡ଼ ସଙ୍କଳନ ୬.୦ ଅନୁସାରେ

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା