| ଓଡ଼ିଆ (ōḍiā) |
 |
| କେଉଁଠି କୁହାଯାଏ |
ଭାରତ ଓ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଦି ଆରବ, ବର୍ମା, ମାଲେସିଆ, ସିଙ୍ଗାପୁର, ସିଂହଳରେ ବସବାସ କରୁଥିବା ଓଡ଼ିଆ |
| ଅଞ୍ଚଳ |
ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ |
| ସର୍ବମୋଟ କହୁଥିବା ଲୋକସଂଖ୍ୟା |
୩,୩୦,୧୭,୪୪୬ (୨୦୧୧) |
| କ୍ରମାଙ୍କ |
୩୧ (୧୯୯୬) |
| ଭାଷା ପରିବାର |
|
| ଲେଖିବା ପ୍ରଣାଳୀ |
ଓଡ଼ିଆ ଲିପି |
| ସରକାରୀ ସ୍ଥିତି |
| କେଉଁଠାରେ ଏହା ସରକାରୀ ଭାଷା: |
ଓଡ଼ିଶା |
| କିଏ ପରିଚାଳନା କରନ୍ତି: |
No official regulation |
| ଭାଷା କୋଡ଼ |
| ISO 639-1 |
or |
| ISO 639-2 |
ori |
| ISO 639-3 |
ori |
| ଲିଙ୍ଗୁଆସ୍ଫେର |
– |
|
ଭାରତରେ ମାତୃଭାଷା ଓଡ଼ିଆରେ କଥାହେଉଥିବା ଲୋକ
|
|
|
ଏହି ପୃଷ୍ଠାରେ ଇଣ୍ଡିକ ଲେଖା ଅଛି । ରେଣ୍ଡରିଙ୍ଗ ଠିକରେ ନହେଲେ ଆପଣ ମାତ୍ରା, ଫଳା ଓ ଯୁକ୍ତାକ୍ଷରଗୁଡିକ ଠିକରେ ଦେଖିପାରିବେ ନାହିଁ ।ଅଧିକ... |
|
ଓଡ଼ିଆ, ଓଡ଼ିଶାର ପ୍ରଶାସନିକ ଭାଷା ଓ ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।[୧][୨][୩]
ଅବଲୋକନ
ଓଡ଼ିଆ ଓଡ଼ିଶାର ମୁଖ୍ୟ ଭାଷା ଓ ୮୩.୩ ଭାଗ ଲୋକେ ଏହି ଭାଷାରେ କଥା ହୋଇଥାନ୍ତି । ଯଦିଓ ଆସାମୀ ଓ ବଙ୍ଗଳା ଭାଷାର ଉଚ୍ଚାରଣ ଏହାର ଉଚ୍ଚାରଣ ପରି ଏହି ଭାଷାର ଇତିହାସ ଉକ୍ତ ଦୁଇ ଭାଷା ଠାରୁ ପୁରୁଣା ।
ଓଡ଼ିଆ କୁହାଯାଉଥିବା ପାଖାପାଖି ରାଜ୍ୟ
ଓଡ଼ିଆ ଭାଷା ଓଡ଼ିଶା ପାଖାପାଖି ଅନେକ ରାଜ୍ୟରେ କୁହାଯାଏ ।ପଶ୍ଚିମ ବଙ୍ଗଳାର ମେଦିନୀପୁର ସମେତ ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡର ସିଂହଭୂମି ଜିଲା, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗର ଓ ବିଶାଖାପାଟଣା ଜିଲା, ଛତିଶଗଡ଼ର ପୂର୍ବ ଜିଲ୍ଲାମାନଙ୍କରେ ବହୁଳ ଭାବରେ କୁହା ଯାଏ । ଗୁଜୁରାଟର ସୁରଟ ଭାରତର ଦ୍ଵିତୀୟ ଓଡ଼ିଆ ଭାଷା ବହୁଳ ଅଞ୍ଚଳ । ଏହାଛଡା ବେଙ୍ଗାଳୁରୁ, ହାଇଦ୍ରାବାଦ, ପଣ୍ଡିଚେରୀ, ଚେନ୍ନାଇ, ଗୋଆ, ମୁମ୍ବାଇ, ଜାମସେଦପୁର, ବରୋଦା, ରାୟପୁର, ଅହମଦାବାଦ, ଦିଲ୍ଲୀ, କଲିକତା, ଖଡଗପୁର, ଗୁଆହାଟୀ, ପୁଣେ ଓ ସିଲଭାସା ଆଦି ସହରରେ ଓଡ଼ିଆ ଭାଷାଭାଷୀ ଲୋକ ଦେଖାଯାନ୍ତି ।
ଇତିହାସ
ଓଡ଼ିଆ ଏକ ଭାରତୀୟ ଭାଷା । ମୂଳ ଓଡ଼ିଆ ଭାଷା ପାଳି ଓ ମାଗଧୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଥିବା ଭାଷା ବିଜ୍ଞାନୀମାନେ ପ୍ରମାଣ ଦିଅନ୍ତି, ଏହି ଭାଷା ଭାରତରେ ୧,୫୦୦ ବର୍ଷରୁ ଅଧିକ ବର୍ଷ ଆଗରୁ କହାଯାଉଥିଲା ଓ ବୌଦ୍ଧ ଧର୍ମର ତିପିଟକଓ ଜୈନ ଧର୍ମଗ୍ରନ୍ଥର ମୂଳ ଭାଷା ଥିଲା । [୪] । ଓଡ଼ିଆ ବାକି ଭାରତୀୟ ଭାଷାମାନଙ୍କ ତୁଳନାରେ ଖୁବ କମ ପାରସୀ ଓ ଆରବୀ ଭାଷା ଦ୍ଵାରା ପ୍ରାଭାବିତ ।
ଇଂଲଣ୍ଡର କୁଇନଟେସେନସିଆଲଙ୍କ ଭାଷା ବିଭାଗର ମତରେ[୫] ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ବେଳରେ ତିଆରି ଖଣ୍ଡଗିରି ଓ ହାତିଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ । ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ ପାଳି ଭାଷାରୁ । ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି ପାଳି ଆଉ ଲିପି ହେଉଛି ବ୍ରାହ୍ମୀ, ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠୁ ପୁରାତନ । ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଳି ଭାଷାରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଅଡେନବର୍ଗଙ୍କ ମତରେ ପାଳି ଭାଷା ହିଁ ଓଡ଼ିଆ ଭାଷାର ମୂଳ ।
ଓଡ଼ିଆ ଶବ୍ଦର ବ୍ୟବହାର ଅନେକ ଗୁଡ଼ିଏ ଜାଗାରେ ୭ମ ମସିହାର ଶିଳାଲିପିରେ ଦେଖିବାକୁ ମିଳିଥାଏ । ଯେମିତିକି ଓଡ଼ିଆ ଶବ୍ଦ କୁମ୍ଭାର /kumbha:rɔ/ ର ବ୍ୟବହାର ୭ମ ମସିହାର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖରେ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ ଭିତୁରୁ /bhituru/ ଆଉ ପନ୍ଦର /pɔndɔrɔ/ ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ।
ଓଡ଼ିଆ କଥନ
- କହୁଥିବା ଲୋକସଂଖ୍ୟା: ୩,୩୦,୧୭,୪୪୬ (୨୦୧୧)[୬]
- କୁହାଯାଉଥିବା ସ୍ଥାନ: ଓଡିଶା (ଭାରତ)
ଓଡ଼ିଆ ଲିପି
ସ୍ଵରବର୍ଣ୍ଣ
| ଲିଖନ |
ନାମ |
ଉଚ୍ଚାରଣ |
| ଅ |
a |
/ɔ/ |
| ଆ |
ā |
/a/ |
| ଇ |
i |
/i/ |
| ଈ |
ī |
/i/ |
| ଉ |
u |
/u/ |
| ଊ |
ū |
/u/ |
| ଋ |
i |
/i/ |
| ଈ |
r̥ |
/ru/ |
| ଏ |
e |
/e/ |
| ଓ |
o |
/o/ |
ଇଉନିକୋଡ଼ରେ ଓଡ଼ିଆ
ଓଡ଼ିଆର ଇଉନିକୋଡ଼ ଲିପି ଏହିପରି - U+0B00 ଉଦାହରଣ: U+0B7F । ଧୂଷର ଜାଗାସବୁ ଦିଆଯାଇନଥିବା କୋଡ଼ ପାଇଁ ।
ଓଡ଼ିଆ[୧]
ଇଉନିକୋଡ଼.ଅର୍ଗ ସାରଣୀ (PDF) |
| |
୦ |
୧ |
୨ |
୩ |
୪ |
୫ |
୬ |
୭ |
୮ |
୯ |
A |
B |
C |
D |
E |
F |
| U+0B0x |
|
ଁ |
ଂ |
ଃ |
|
ଅ |
ଆ |
ଇ |
ଈ |
ଉ |
ଊ |
ଋ |
ଌ |
|
|
ଏ |
| U+0B1x |
ଐ |
|
|
ଓ |
ଔ |
କ |
ଖ |
ଗ |
ଘ |
ଙ |
ଚ |
ଛ |
ଜ |
ଝ |
ଞ |
ଟ |
| U+0B2x |
ଠ |
ଡ |
ଢ |
ଣ |
ତ |
ଥ |
ଦ |
ଧ |
ନ |
|
ପ |
ଫ |
ବ |
ଭ |
ମ |
ଯ |
| U+0B3x |
ର |
|
ଲ |
ଳ |
|
ଵ |
ଶ |
ଷ |
ସ |
ହ |
|
|
଼ |
ଽ |
ା |
ି |
| U+0B4x |
ୀ |
ୁ |
ୂ |
ୃ |
ୄ |
|
|
େ |
ୈ |
|
|
ୋ |
ୌ |
୍ |
|
|
| U+0B5x |
|
|
|
|
|
|
ୖ |
ୗ |
|
|
|
|
ଡ଼ |
ଢ଼ |
|
ୟ |
| U+0B6x |
ୠ |
ୡ |
ୢ |
ୣ |
|
|
୦ |
୧ |
୨ |
୩ |
୪ |
୫ |
୬ |
୭ |
୮ |
୯ |
| U+0B7x |
୰ |
ୱ |
୲ |
୳ |
୴ |
୵ |
୶ |
୷ |
|
|
|
|
|
|
|
|
Notes
- ୧.^ ଇଉନିକୋଡ଼ ସଙ୍କଳନ ୬.୦ ଅନୁସାରେ
|
ଆଧାର
ବାହାର ଲିଙ୍କ
|
|
|
| କେନ୍ଦ୍ର ସ୍ତରର ସରକାରୀ ଭାଷା |
|
|
| ରାଜ୍ୟ ସ୍ତରର ସରକାରୀ ଭାଷା |
|
|