ଭାରତୀୟ ସମ୍ବିଧାନ
| ଏହି ଲେଖାଟି ଏକ ମୁଣ୍ଡିଆ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରନ୍ତେ । |
ଗୋଟିଏ ସ୍ଵାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ଵାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା
ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ଵ ସମ୍ବିଧାନ ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ, ବଳବନ୍ତ ରାଏ ମେହେଟା, କେ. ଏମ. ମୁନ୍ସୀ, ସରୋଜିନୀ ନାଇଡୁ ଓ ରାଜକୁମାରୀ ଅମୃତ କାଉରଙ୍କ ଭଳି ତୁଙ୍ଗ ନେତାମାନେ ସାମିଲ ଥିଲେ ୧୯୪୭ ଅଗଷ୍ଟ ୨୯ରେ ଏକ ସ୍ଥାୟୀ ସମ୍ବିଧାନ ପ୍ରସ୍ତୁତ କରିବା ଲାଗି ଏକ ଚିଠା କମିଟି ନିଯୁକ୍ତ କରାଗଲା ଡ. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସାତଜଣିଆ କମିଟି ୧୯୪୭ ନଭେମ୍ବର ୪ ତାରିଖ ଦିନ ସମ୍ବିଧାନ ଚିଠା (ପ୍ରାରୂପ) ପ୍ରସ୍ତୁତ କରି ସମ୍ବିଧାନ ସଭାକୁ ପ୍ରଦାନ କରିଥିଲେ ସମ୍ବିଧାନ ସଭାର ବୈଠକ ୧୬୬ଥର ବସିଥିଲା ଏବଂ ୩୦୮ ସଦସ୍ୟ ଏହା ଉପରେ ବ୍ୟାପକ ଚିଚାର ଆଲୋଚନା କରିଥିଲେ ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ଚିଠା ଗୃହିତ ହୋଇଥିଲା ଭାରତର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ୨ବର୍ଷ ୧୧ମାସ ୧୮ଦିନ ବ୍ୟାପୀ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇ ଶେଷରେ ସମ୍ବିଧାନ ସଭାର ୩୦୮ଜଣ ସଦସ୍ୟ ଏହାର ହିନ୍ଦୀ ଓ ଇଂରାଜୀ ସଂସ୍କରଣରେ ୧୯୫୦ ଜାନୁଆରୀ ୨୪ ତାରିଖ ସ୍ଵାକ୍ଷର କଲେ ଦସ୍ତଖତର ଦୁଇ ଦିନ ପରେ ଜାନୁଆରୀ ୨୬ ତାରିଖରୁ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା ଜାନୁଆରୀ ୨୬ ଏଇଥିପାଇଁ ଚୟନ କରାଯାଇଥିଲା ଯେ, ୧୯୩୦ ମସିହାର ଏହି ଦିନରେ ଭାରତର ସ୍ବାଧୀନତା ଘୋଷଣାନାମା ଗୃହିତ ହୋଇଥିଲା ୧୯୩୦ ମସିହା ଜାନୁଆରୀ ୨୬ ତାରିଖରୁ ଭାରତୀୟ ଜାତୀୟ କଂଗ୍ରେସ ଏହି ଦିବସକୁ ପୂର୍ଣ୍ଣ ସ୍ଵରାଜ ଦିବସ ବା ସ୍ଵାଧୀନତା ଦିବସ ଭାବେ ପାଳି ଆସୁଥିବାରୁ ଏହି ଦିନକୁ ସମ୍ବିଧାନର କାର୍ଯ୍ୟକାରୀ ଦିବସ ବା ଗଣତନ୍ତ୍ର ଦିବସ ରୂପେ ଘୋଷଣା ପାଇଁ ସ୍ଥିରୀକୃତ ହୋଇଥିଲା ମୂଳ ଗ୍ରନ୍ଥ ଦୁଇଟିର ପ୍ରତିଟି ପୃଷ୍ଠା ଚିତ୍ରିତ ହାତଲେଖାରେ ତିଆରି ହୋଇଛି ଏଥିରେ ଶାନ୍ତିନିକେତନର କଳାକାର ଶ୍ରୀ ବେହର ରାମମନୋହର ସିହ୍ନାଙ୍କ ଙ୍କ ଅନ୍ୟ ମାନଙ୍କ ହସ୍ତଲିପିର ଚାତୁର୍ଯ୍ୟ ରହିଛି
ଭାରତର ସମ୍ବିଧାନର ପ୍ରାରମ୍ଭରେ ପ୍ରାକ୍କଥନ (The Preamble) ରହିଛି ମୂଳ ସମ୍ବିଧାନରେ ସର୍ବମୋଟ ୨୨ଗୋଟି ଭାଗ ବା ଅଧ୍ୟାୟ (Part) ମଧ୍ୟରେ ୩୯୫ଟି ଧାରା (Articles) ଓ ୮ଗୋଟି ପରିଶିଷ୍ଟ (Schedule) ରହିଥିଲା ୨୦୧୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ୧୧୪ଥର ସମ୍ବିଧାନ ସଂଶୋଧନ ହୋଇ ସାରିଲାଣି ବର୍ତ୍ତମାନ ରୂପରେ ଭାରତୀୟ ସମ୍ବିଧାନରେ ପ୍ରାକ୍କଥନ ସହ ସର୍ବମୋଟ ୨୨ଗୋଟି ଭାଗ ବା ଅଧ୍ୟାୟ (Part) ମଧ୍ୟରେ ୪୫୦ଟି ଧାରା (Articles) ଓ ୧୨ଗୋଟି ପରିଶିଷ୍ଟ (Schedule) ଅଛି
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ପ୍ରାକ୍କଥନ
[ଏହାକୁ ବଦଳାନ୍ତୁ] ଭାଗ-୧
[ଏହାକୁ ବଦଳାନ୍ତୁ] ଭାଗ-୨
[ଏହାକୁ ବଦଳାନ୍ତୁ] ଭାଗ-୩
ବର୍ତ୍ତମାନ ସମ୍ବିଧାନର ତୃତୀୟ ଭାଗରେ ୬ଗୋଟି ମୌଳିକ ଅଧିକାର ବର୍ଣ୍ଣିତ ହୋଇଅଛି ମୂଳ ସମ୍ବିଧାନରେ ଥିବା ସାତଗୋଟି ମୌଳିକ ଅଧିକାର ମଧ୍ୟରୁ ୧୯୭୮ମସିହାରେ ସମ୍ପତ୍ତିଗତ ଅଧିକାରଟିକୁ ବାଦ୍ ଦିଆଯାଇଛି
- ସମାନତା ଅଧିକାର
- ସ୍ଵତନ୍ତ୍ରତା ବା ସ୍ଵାଧୀନତା ଅଧିକାର
- ଶୋଷଣ ବିରୁଦ୍ଧରେ ଅଧିକାର
- ଧର୍ମଗତ ସ୍ଵାଧୀନତା ଅଧିକାର
- ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର
- ସାମ୍ବିଧାନିକ ପ୍ରତିକାର ବା ପ୍ରତିଷେଧ ଅଧିକାର
[ଏହାକୁ ବଦଳାନ୍ତୁ] ଭାଗ-୪
ନାଗରିକର ୧୧ଗୋଟି ମୌଳିକ କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ଅଛି