ଅଶୋକ (ଗଛ)

ଉଇକିପିଡ଼ିଆ ରୁ
ଅଶୋକ
ଅଶୋକ ଫୁଲ (ଓଡ଼ିଶାର ରାଜ୍ୟ ଫୁଲ)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
(unranked): Angiosperms
(unranked): Eudicots
(unranked): Rosids
ଗଣ: Fabales
କୁଳ: Fabaceae
ପ୍ରଜାତି: Saraca
ଜାତି: S. asoca
ବାଇନୋମିଆଲ ନାଆଁ
Saraca asoca
(Roxb.) Wilde
Synonyms

Saraca indica Linnaeus

ଅଶୋକ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ର ଗୁଡ଼ିକ କେନ୍ଦୁ ଗଛ ପରି ଦିଶେ । ଏହାର ଫୁଲ ପେନ୍ଥା,ପେନ୍ଥା ହୋଇ ହୋଇଥାଏ । ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ । ଏହା ଓଡ଼ିଶାର ରାଜ୍ୟ ପୁଷ୍ପ।

ବିଷୟସୂଚୀ

ବିବିଧ ଭାରତୀୟ ପ୍ରାଦେଶିକ ନାମ [ସମ୍ପାଦନା]

ଅଶୋକ ଡାଳ
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଅଶୋକ
ସଂସ୍କୃତ ବଞ୍ଜୁଳ, ଅଶୋକ, ହେମପୁଷ୍ପ, ତାମ୍ର ବଲ୍ଲଭ, ବଙ୍କେଲି, ପିଣ୍ଡି ପୁଷ୍ପ, ଗନ୍ଧପୁଷ୍ପ, ସୀତାପୁଷ୍ପ, ନଟପୁଷ୍ପ ଓ ସୀତାରକ୍ଷିଣୀ କୁହାଯାଏ।
ହିନ୍ଦୀ ଅଶୋକ
ତେଲୁଗୁ ଅଂଶେଚେଟ୍ଟୁ, ଅଶୋମାନା ଓ ଦେବୀଛାୟାଡୁ
ବଙ୍ଗଳା ଅଶୋକ

ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]

ତିକ୍ତରସ ମିଶ୍ରିତ କଷାୟରସ, ଉଷ୍ଣବୀର୍ଯ୍ୟ। ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ।

ବ୍ୟବହାର [ସମ୍ପାଦନା]

ଅଶୋକ ଗଛର ସର୍ବାଙ୍ଗ ଔଷଧରୂପେ ବ୍ୟବହାର କରାଯାଏ। ବିଶେଷ କରି ଏହାର ଛେଲିକୁ ସମସ୍ତ ପ୍ରକାର ସ୍ତ୍ରୀ ରୋଗରେ ପ୍ରୟୋଗ କରାଯାଏ। ଅଶୋକ ସ୍ତ୍ରୀରୋଗର ଚିକିତ୍ସା ପାଇଁ ପ୍ରସିଦ୍ଧ।

ଅଶୋକ ମଳରୋଧକ, ବଳକାରକ, ବର୍ଣ୍ଣବର୍ଦ୍ଧକ, ରକ୍ତଶୁଦ୍ଧିକାରକ, ପ୍ରଦର, ବାଧକ, ଯୋନିରୋଗ, ଜ୍ୱର, ଦାହ, ତୃଷ୍ଣା, ଶୂଳ, କୃମି, ଉଦର ରୋଗ, ଶୋଥ, ଅଜୀର୍ଣ୍ଣ, ବାୟୁ ବିକୃତି, ବିଷଦୋଷ, ଗୁଳ୍ମ, ପ୍ଳୀହା, ପେଟଫମ୍ପା, ବ୍ରଣ, ଅପଚୀ, ଦୁଗ୍ଧକ୍ଷତ, ଦନ୍ତମୂଳ ପୀଡା ଓ ବମନ ପ୍ରଭୃତିର ନିବାରକ ଅଟେ।

ସ୍ତ୍ରୀ ରୋଗରେ ଅଶୋକଗଛ ମୂଳର ଛେଲିକୁ ପାଣିରେ ସିଝାଇ ବ୍ୟବହାର କରାଯାଏ। ଅଶୋକ ଛାଲିକୁ ମେଥି ସହିତ ସମାନ ମାତ୍ରାରେ ନେଇ କୁଟି ଚୂର୍ଣ୍ଣ କରି ଏହି ଚୂର୍ଣ୍ଣକୁ ଉଷ୍ଣଜଳ ଓ ମହୁ ସହିତ ସେବନ କଲେ ଯାବତୀୟ ସ୍ତ୍ରୀ ରୋଗ ଦୂର ହୁଏ। ସ୍ତ୍ରୀ ରୋଗ ନିବାରଣ ଓ ଗର୍ଭଧାରଣରେ ଅସାମର୍ଥ୍ୟତାର ଦୂରୀକରଣ ପାଇଁ ଅଶୋକ ଛେଲିକୁ ଗାଈଦୁଧ ଓ ପାଣି ସହିତ ସିଝାଇ ଅଥବା ମେଥି, ଶତାବରୀ ସହିତ ପ୍ରୟୋଗ କରାଯାଏ। କୃମି ନିବାରଣ ପାଇଁ ଏହାର ଛେଲି ଅଥବା ପତ୍ରର ରସକୁ କାମରେ ଲଗାଯାଏ। ଅଶୋକ ମୂଳ ଛେଲି, ଚନ୍ଦନଅପାମାର୍ଗମୂଳ ଏ ତିନି ପଦାର୍ଥକୁ ଚିକ୍କଣ କରି ବାଟି ଦେହରେ ଲଗାଇଲେ ଦେହର ଦୁର୍ଗନ୍ଧ ଦୂର ହୁଏ। ଅଶୋକ ପତ୍ରକୁ ବାଟି ଲେପଦେଲେ ବାଗୀ, ବ୍ରଣ, ବଥ ଆଦି ଭଲ ହୁଏ।

ଶୁକ୍ଳପକ୍ଷ ଅଷ୍ଟମୀଦିନ ଏହାର ଆଠଟି କଳିକା ନେଇ ଜଳଗଣ୍ଡୁଷ ପାନ କଲେ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ଶୋକରେ ଅଭିଭୂତ ହେବାକୁ ପଡେନା ବୋଲି ମାନ୍ୟତା ରହିଛି।

ଆଧାର [ସମ୍ପାଦନା]

ଅଧିକ ତଥ୍ୟ [ସମ୍ପାଦନା]