ଓଡ଼ିଆ ଲୋକ

ଉଇକିପିଡ଼ିଆ‌ରୁ
ଓଡ଼ିଆ ଲୋକ
ଗୋପବନ୍ଧୁ ଦାସ ନନ୍ଦିତା ଦାସ
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
 ଭାରତ୩,୩୦,୧୭,୪୪୬ (୨୦୧୧)
Mauritius ମରିସସ୧୦,୦୦୦
 Australia୫୫,୦୦୦
 Germany୨୦,୦୦୦
ଭାଷାସମୂହ
ଓଡି଼ଆ
ଧର୍ମ
ହିନ୍ଦୁ ଧର୍ମ, ଖ୍ରୀଷ୍ଟ ଧର୍ମ, ମୁସଲମାନ ଧର୍ମ
ସମ୍ବନ୍ଧିତ ସମ୍ପ୍ରଦାୟ
ଇଣ୍ଡୋ-ଆର୍ଯ୍ୟ

ଓଡ଼ିଆ ଲୋକ (ଇଂରାଜୀ: Odia, Oriya) ଭାରତୀୟ ରାଜ୍ୟ ଓଡ଼ିଶାର ଏକ ଇଣ୍ଡୋ-ଆର୍ଯ୍ୟ ଜାତିଗତ ଗୋଷ୍ଠୀ । ଓଡ଼ିଆ ଭାଷା ସେମାନଙ୍କର ମାତୃଭାଷା । ଓଡ଼ିଆ ଲୋକେ ଓଡ଼ିଶାରେ ମୁଖ୍ୟତଃ ସଂଖ୍ୟାଗରିଷ୍ଠ ଭାବେ ବସବାସ କରିବା ଛଡ଼ା ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମ ବଙ୍ଗରେ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟାଲଘୁ ଭାବେ ରହନ୍ତି ।[୧]

ବ୍ୟପ୍ତୁତ୍ତି[ସମ୍ପାଦନା]

ପ୍ରଥମ ଓଡ଼ିଆମାନଙ୍କୁ ଓଡ୍ର କିମ୍ବା କଳିଙ୍ଗ (ପରେ ଉତ୍କଳ ନାମରେ ପରିବର୍ତ୍ତନ ହେଲା) କୁହାଯାଉଥିଲା । ଓଡ଼ିଆ ଶବ୍ଦର ବ୍ୟବହାର ମହାଭାରତ ଭଳି ମହାକାବ୍ୟରେ ମଧ୍ୟ ଉଲ୍ଲେଖ ହୋଇଛି । ମହାଭାରତରେ ଲଢ଼ିଥିବା ଜାତିମାନଙ୍କ ମଧ୍ୟରୁ ଏକ ବୋଲି ଓଡ୍ରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ପାଲି ସାହିତ୍ୟ ସେମାନଙ୍କୁ ଓଡକ ବୋଲି ଉଲ୍ଲେଖ କରାଯାଇଛି । ଟଲେମି ଏବଂ ପ୍ଲିନି ଦି ଏଲଡର ଭାରତର ପୂର୍ବ ଉପକୂଳରେ ବାସ କରୁଥିବା ଓରେଟାମାନଙ୍କ ବାବଦରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଆଧୁନିକ ଶବ୍ଦ ଓଡ଼ିଆ ୧୫ଶ ଶତାବ୍ଦୀରେ ମଧ୍ୟଯୁଗୀୟ ମୁସଲିମ ଇତିହାସକାରମାନଙ୍କଦ୍ୱାରା ବ୍ୟବହୃତ ହୋଇଥିଲା ପରେ ଓଡ଼ିଶାର ଗଜପତି ରାଜାମାନେ ଗ୍ରହଣ କରିଥିଲେ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Minahan, James (2012). Ethnic Groups of South Asia and the Pacific: An Encyclopedia. ISBN 9781598846591.