ଓଡ଼ିଶାର ଇତିହାସ
ଓଡ଼ିଶାର ଇତିହାସ ଓଡ଼ିଶାର ଆରମ୍ଭ, ଓଡ଼ିଆ ସଭ୍ୟତାର ସୃଷ୍ଟି ଓ ବିକାଶ, ଭାଷା, ସାହିତ୍ୟ, ପରିବେଶ, ଲୋକଙ୍କର ଜୀବନଯାପନ, ଚଳଣି ଆଦିର କ୍ରମାନୁସାରେ ଥିବା ଘଟଣାସବୁକୁ ନେଇ ଗଠିତ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ସଂକ୍ଷେପରେ
- ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
- ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
- କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା | ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରମ୍ହଦେଶ(ମିଆଁମାର), ସାମ(ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ(ଭିଏତନାମ), ଚୀନ, ଜବନ(ଜାପାନ), କୁକୁଟ(କୋରିଆ), ମକ୍କସିଖ(ମେକ୍ସିକୋ), ମିସର(ଇଜିପ୍ଟ), ସିମିଳି(ଆରବ), ବାବିଲନ(ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିନ୍ହ ଏବେ ବି ଦେଖିବାକୁ ମିଳେ | ସଂମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା |
- ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭାଗ ଅନ୍ତର୍ଭୁକ୍ତ |
- ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
- ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ବ , କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ | ଜୈନ ଧର୍ମର ପ୍ରସାର |
- ୩ଯ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ,ମାଠର,ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
- ୭୯୫ ଖ୍ରୀ. - କେଶରୀ ରାଜବଂଶ | ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ | ଯାଜପୁର ରେ ରାଜଧାନୀ ସ୍ଥାପନ |
- ୧୦୭୮-୧୪୩୪ ଖ୍ରୀ. - ଗଙ୍ଗ ରାଜବଂଶ |ଅନନ୍ତବର୍ମା ଚୋଳଗଙ୍ଗ ଦେବ ଙ୍କ ରାଜତ୍ୱ ପ୍ରାରମ୍ଭ |
- ୧୦୭୮-୧୧୫୦ ଖ୍ରୀ. - ଚୋଳଗଙ୍ଗ ଦେବଙ୍କ ରାଜୁତି | ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ | କଟକ ହେଲା ନୂଆ ରାଜଧାନୀ (୧୧୭୦ ଖ୍ରୀ. approx.) |
- ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ | ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ |
- ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ୱାରା ବାରବାଟୀ ଦୂର୍ଗ ନିର୍ମିତ |
- ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ | କୋଣାର୍କ ସୂର୍ଯ୍ୟ-ମନ୍ଦିର ନିର୍ମିତ |
- ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ | ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ |
- ୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ |
- ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ |
- ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ | ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି 'କଳାପାହାଡ଼' ଦ୍ୱାରା ଓଡ଼ିଶା ଅଧିକୃତ |
- ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର |
- ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର |
- ୧୮୦୩ ଖ୍ରୀ. - ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) |
- ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ |
- ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ | ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ |
- ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଏପ୍ରିଲ୍ ୧୩) |
- ୧୯୫୦ ଖ୍ରୀ. - ସ୍ୱାଧୀନ ଭାରତରେ ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ |
[ଏହାକୁ ବଦଳାନ୍ତୁ] ୭ ମ ଶତାବ୍ଦୀ
୭ ମ ଶତାବ୍ଦୀ କାଳରେ ଓଡ଼ିଶାର ନିଜର ଶାସକ ମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।
ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କ ଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।
[ଏହାକୁ ବଦଳାନ୍ତୁ] ଆଫଗାନ ଓ ମୋଗଲ ଶାସନ
ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲ ମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୧୭ ଖ୍ରୀ. ରେ ପାଇକ ମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜ ମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋରଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।
ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।
[ଏହାକୁ ବଦଳାନ୍ତୁ] ଇଂରେଜ ଶାସନ
୧୮୦୩ ବେଳକୁ ଇଂରେଜ ମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜ ମାନେ ବନିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ ରେ ଭୂରାଜସ୍ଵ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ଵଂସ ସାଧନ ଲକ୍ଷ୍ୟ ରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।
ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜୁରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ । [୧]
[ଏହାକୁ ବଦଳାନ୍ତୁ] ଜିଲ୍ଲା ଗଠନ
୧୯୩୬ ମସିହା ଅପ୍ରେଲ ପହିଲା ଦିନ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ନେଇ ୩୨,୬୯୫ ବର୍ଗମାଇଲ ଓ ୮୦ଲକ୍ଷ ୪୩ହଜାର ୬୮୧ ଜନସଂଖ୍ୟା କୁ ନେଇ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତର (ଆଠଗଡ଼, ଆଠମଲ୍ଲିକ, କଳାହାଣ୍ଡି, କେନ୍ଦୁଝର, ଖଣ୍ଡପଡ଼ା, ଗାଙ୍ଗପୁର, ଢେଙ୍କାନାଳ, ତାଳଚେର, ତିଗିରିଆ, ଦଶପଲ୍ଲା, ନରସିଂହପୁର, ନୟାଗଡ଼, ନୀଳଗିରି, ପାଟନା, ପାଲଲହଡ଼ା, ବଉଦ, ବଡ଼ମ୍ବା, ବଣାଇ, ବାମଣ୍ଡା, ରଣପୁର, ରେଢ଼ାଖୋଲ, ସୋନପୁର ଓ ହିନ୍ଦୋଳ) ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା ପରେ ମୟୂରଭଞ୍ଜର ଓଡ଼ିଶା ସହ ମିଶ୍ରଣ ହୋଇଥିଲା ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ପହଞ୍ଚିଲା ୧କୋଟି ୪୬ଲକ୍ଷ ୪୫ହଜାର ୯୪୬ରେ ଓ କ୍ଷେତ୍ରଫଳ ହେଲା ୬୦ହଜାର ୧୭୦ ବର୍ଗମାଇଲ ୧୯୫୦ ଜାନୁଆରୀ ୨୬ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗହେଲା ମୋଟ ଜିଲ୍ଲା ସଂଖ୍ୟା ହେଲା ୧୩ ୧୯୯୩ ଏହି ୧୩ଟି ଜିଲ୍ଲା ପୁନର୍ଗଠିତ ହୋଇ ୩୦ଟି ଜିଲ୍ଲା ହେଲା
[ଏହାକୁ ବଦଳାନ୍ତୁ] ଟୀକା
- ↑ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ. ଅଝାଲ ସିଲାଇ ନିମକ ମହାଲ. ଉନ୍ନୟନୀ (ବାଲେଶ୍ଵର). ୨୦୦୬ ପୃ. ୮୧-୮୨