ଉଇକିପିଡ଼ିଆ:ଚାଟସଭା

ଉଇକିପିଡ଼ିଆ ରୁ

Chatasabha Odia Wikipedia.png

ଉଇକିପିଡ଼ିଆରେ ଯୋଗଦାନ କରିବାକୁ ଚାହାନ୍ତି କି ?

ଆପଣ ପ୍ରଶ୍ନଟିଏ ପଚାରିବାର ୧୨ ଘଣ୍ଟା ଭିତରେ ଉତ୍ତର ଦିଆଯାଇଥାଏ । ଉତ୍ତର ଦେଖିବା ପାଇଁ http://or.wikipedia.org/wiki/WP:Q କୁ ଯାଆନ୍ତୁ ।
କିଛି ଅସୁବିଧା ହେଲେ odiawikiAt sign.svggmail.com କୁ ମେଲ କରନ୍ତୁ ।

ଓଡ଼ିଆ ଉଇକିପିଡ଼ିଆରେ କେମିତି ଲେଖିବେ ତାହା ଜାଣିବା ପାଇଁ ଏଠାରେ ପ୍ରଶ୍ନ ପଚାରିପାରିବେ, ଆପଣଙ୍କ ପ୍ରଶ୍ନର ଉତ୍ତର ଏଥିରେ ସମ୍ପାଦନା କରୁଥିବା କେହିଜଣେ ସଭ୍ୟ ଆଗାମୀ ୧୨ ଘଣ୍ଟା ଭିତରେ ଦେବେ

Shortcuts:

୧. ମୁଁ ଓଡ଼ିଆରେ କେମିତି ଟାଇପ କରିପାରିବି ?
Odia Wikipedia ULS enabling option.png ଓଡ଼ିଆରେ ଟାଇପ କରିବା ନିମନ୍ତେ ପ୍ରଥମେ ଆପଣଙ୍କୁ ଲଗ-ଇନ କରିବାକୁ ପଡ଼ିବ । ସମସ୍ତ ପୃଷ୍ଠାରେ ଉପରେ ଡାହାଣ ପଟେ ଲଗ-ଇନ (Log-in) ଲିଙ୍କରେ କ୍ଲିକ କରି ଆପଣ ଲଗ-ଇନ କରିପାରିବେ । ତା' ପରେ ଉପରେ ଥିବା ପସନ୍ଦକୁ ଯାଇ "Enable the Universal Language Selector" (ଚିତ୍ରରେ ଦେଖା ହେଲା ଭଳି) ଅପ୍‌ସନ‌ଟି ସକ୍ରିୟ କରିବେ ।

ULS guide-OR 02.png
ଏହା ପରେ ଆପଣ ଓଡ଼ିଆରେ ଟାଇପ କରି ଲେଖିପାରିବେ । ତେବେ ଲେଖିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଲେ-ଆଉଟ ବା ଅକ୍ଷର ସଜାଣି ମଧ୍ୟ ବାଛି ପାରିବେ । ଏଥିପାଇଁ ପୃଷ୍ଠାର ବାମ ପାଖରେ ଥିବା ଗିଅର ଆଇକନରେ WMF-Agora-Settings 000000.svg କ୍ଲିକ କରନ୍ତୁ ।ULS guide-OR 01.png
ଏହିପରି ଏକ ବଡ଼ Popup Window ଖୋଲିବ

ଓଡ଼ିଆ ବାଛନ୍ତୁ

Apply settingsରେ କ୍ଲିକ କରନ୍ତୁ


ULS guide-OR 03.png
ଖୋଜିବା ଘର (Search box)ରେ କ୍ଲିକ କରନ୍ତୁ ଟାଇପ କରିବା ଲେଆଉଟ ଭିତରୁ ଗୋଟେ ବାଛନ୍ତୁ (ଟ୍ରାନ୍ସଲିଟରେସନ/ଲେଖନୀ/ଇନସ୍କ୍ରିପ୍ଟ)
ULS guide-OR 04.png

ଓଡ଼ିଆ ଉଇକିପିଡ଼ିଆରେ "Lohit Oriya" ନାମକ ଫଣ୍ଟ ବ୍ୟବ‌ହାର ହୋଇଥାଏ । ଯଦି ଆପଣଙ୍କୁ ଉଇକିପିଡ଼ିଆ ପଢ଼ିବାରେ ଅସୁବିଧା ହେଉଛି ତେବେ ତଳ‌ଲିଖିତ ସେଟିଂ ବ୍ୟବ‌ହାର କରି ଆପଣଙ୍କ କମ୍ପ୍ୟୁଟରରେ ଥିବା ଓଡ଼ିଆ ଫଣ୍ଟକୁ Reset କରିପାରିବେ ।

ଗିଅର ଆଇକନରେ WMF-Agora-Settings 000000.svg କ୍ଲିକ କରନ୍ତୁ Fonts System Font ବାଛନ୍ତୁ Apply settings ବାଛନ୍ତୁ

ଓଡ଼ିଆରେ ଲେଖିବା ପାଇଁ Key Board ର କେଉଁ କେଉଁ Key ବ୍ୟବହାର କରିବେ ଜାଣିବା ନିମନ୍ତେ http://or.wikipedia.org/wiki/Typing_help ଦେଖନ୍ତୁ ।

୨. ମୁଁ ଉଇକିପିଡ଼ିଆରେ ଲେଖିବା ପାଇଁ ଚାହୁଁଛି, କେମିତି ଲେଖିବି ?

Searching article-or.png

ଏହା ବହୁତ ଭଲ କଥା ! ପ୍ରଥମେ ଆପଣଙ୍କୁ ଗୋଟିଏ ପ୍ରସଙ୍ଗ ଖୋଜିବାକୁ ପଡିବ । Ctl + M ଦବାଇ ଓଡ଼ିଆ ଲେଖାକୁ ସଚଳ କରାନ୍ତୁ । ଉପର ଡାହାଣ ପଟରେ ଆପଣ ଖୋଜିବା ବାକ୍ସ ପାଇବେ । ଆପଣ ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗଟିର ପ୍ରଥମ ଗୋଟିଏ ଦୁଇଟି ଅକ୍ଷର ଟାଇପ କରନ୍ତୁ । ଏହା ଆପଣଙ୍କୁ ସେହି ଲେଖାଟିର ଶୀର୍ଷକ ଦେଖାଇବ । ତା' ଉପରେ କ୍ଲିକ କରନ୍ତୁ । ପ୍ରସଙ୍ଗ ପୃଷ୍ଠାଟି ଖୋଲିବା ପରେ ଦେଖନ୍ତୁ କିପରି ସେହି ପ୍ରସଙ୍ଗଟିରେ ଅଧିକ ତଥ୍ୟ ଯୋଡ଼ି ତାହାକୁ ଉନ୍ନତ ମାନର କରିହେବ । ତାପରେ ଆପଣଙ୍କୁ ଡାହାଣ ପଟରେ ଥିବା "ଏହାକୁ ବଦଳାନ୍ତୁ" ଉପରେ କ୍ଲିକ କରିବାକୁ ହେବ ।

Edit button-or.jpg

ଏହା ଗୋଟିଏ ସମ୍ପାଦନା ବାକ୍ସ ଖୋଲିବ । ଆପଣ ଯଦି କିଛି ତ୍ରୁଟି ସୁଧାରିବାକୁ ଚାହୁଁଛନ୍ତି ତେବେ ବାକ୍ସ ଭିତରେ ସେହି ଶବ୍ଦଟିକୁ ଖୋଜନ୍ତୁ, ଏହାକୁ ବଦଳାନ୍ତୁ । ତା'ପରେ "ସାଇତିବେ" ଉପରେ କ୍ଲିକ କରି ଆପଣ ପ୍ରସଙ୍ଗଟିରେ କରିଥିବା ବଦଳକୁ ସାଇତିବେ ।
Save button-or.png

୩. ମୁଁ ପ୍ରସଙ୍ଗ ଗୁଡିକରେ ଅଧାରଗୁଡିକୁ ଦେଖୁଛି, ଏହା କଣ ଅଟେ ? ମୁଁ କୌଣସି ଏକ ପ୍ରସଙ୍ଗରେ ଆଧାର କେମିତି ଦେବି ?

  • ଉଇକିପିଡ଼ିଆରେ ସମସ୍ତେ ଲେଖିପାରିବେ, ତେଣୁ କିଛି ଲୋକ ଭୁଲ ତଥ୍ୟ ବି ଲେଖି ଦେଇ ପାରନ୍ତି । ଏହାକୁ ଏଡାଇବା ପାଇଁ ଆପଣଙ୍କୁ କିଛି ଭରସାଯୋଗ୍ୟ ଆଧାର ଦେବାକୁ ପଡିବ ।
  • ଆପଣ ପ୍ରକାଶ ପାଇଥିବା ବହି, ଲେଖା, ଖବରକାଗଜ ଏବଂ ୱେବସାଇଟ ଇତ୍ୟାଦିକୁ ଆଧାର ଭାବେ ଦେବା ଉଚିତ । ଆପଣ ଯେତେବେଳେ ଲେଖକ/ପ୍ରକାଶକ/ଖବରକାଗଜ/ୱେବସାଇଟର ତଥ୍ୟ ଦେଇଥାନ୍ତି, ପ୍ରକାଶନର ତାରିଖ ଏବଂ ପୃଷ୍ଠା ନମ୍ବର ଆପଣଙ୍କ ଲେଖାଟିକୁ ଅଧିକ ଭରସାଯୋଗ୍ୟ କରିଥାଏ ।
  • ଦୟାକରି କୌଣସି ବ୍ଲଗ, ଫେସବୁକ, ଟ୍ଵିଟର ଇତ୍ୟାଦିକୁ ଆଧାର ଭାବେ ଦିଅନ୍ତୁ ନାହିଁ କାରଣ ସେଥିରୁ ଜଣା ପଡେନି ଯେ ତଥ୍ୟଗୁଡିକ ସତ ନା ମିଛ ।

ମୁଁ ଆଧାର କେମିତି ଦେବି ?

  • ଆପଣ ଯେତେବେଳେ କୌଣସି ୱେବସାଇଟ/ବହିରେ କିଛି ଦେଖନ୍ତି, ତାହାର ଲେଖାଗୁଡ଼ିକ କପି ନ କରି ନିଜ ଭାଷାରେ କିଛି ଲେଖନ୍ତୁ । ବାକ୍ୟର ଶେଷରେ କ୍ଲିକ କରନ୍ତୁ । ଆପଣଙ୍କର ସମ୍ପାଦନା ବାକ୍ସରେ ଆପଣ ବହି ଭଳି ଏକ ଛବି ପାଇବେ ଯାହା ଏହି ଭଳି ଦେଖିବାକୁ :
    Reference-or.jpg

    ଯଦି ୱେବସାଇଟ ଥାଏ ତେବେ ସେହି ୱେବସାଇଟର ଠିକଣା ବା ଇଉଆରଏଲ (URL)ଟିକୁ କପି କରନ୍ତୁ ଓ ସେଠାରେ ପେଷ୍ଟ କରନ୍ତୁ । ଯଦି ବହି ଥାଏ ତେବେ ବହି ନାମ ଏବଂ ଲେଖକଙ୍କ ନାମ ଲେଖନ୍ତୁ । "ଭରିବେ" ଉପରେ କ୍ଲିକ କରନ୍ତୁ ।

ତାପରେ ଦେଖନ୍ତୁ କି ଯେ ପ୍ରସଙ୍ଗଟିରେ ଏହିଭଳି ଏକ ଛାଞ୍ଚ {{ଆଧାର}} ଅଛି ନା ନାହିଁ । ଏମିତି ଯଦି କିଛି ନ ଥାଏ ତେବେ ସେଠି ଏହା (ତଳ ଲିଖିତ ସିନଟାକ୍ସ) ଲେଖନ୍ତୁ ।
==ଆଧାର==
{{ଆଧାର}}

ବର୍ତ୍ତମାନ ଲେଖାଟିକୁ ସାଇତି ଦିଅନ୍ତୁ ।

୪. ଅକ୍ଷରଗୁଡିକୁ କିପରି ମୋଟା କିମ୍ବା ତେରଛା କରିବେ ?

Bold button-or.png

ପ୍ରଥମେ ଲେଖାଟିକୁ ବାଛନ୍ତୁ ଓ ସିଲେକ୍ଟ କରନ୍ତୁ । ସମ୍ପାଦନା ବାକ୍ସରେ ଥିବା ମୋଟା ଅକ୍ଷର ଉପରେ କ୍ଲିକ କରନ୍ତୁ । ଆପଣ ଯଦି ଲେଖାଟିକୁ ତେରଛା ଅକ୍ଷର କରିବାକୁ ଚାହୁଁଛନ୍ତି ତେବେ ତା ପରେ ଥିବା ତେରେଛା ଅକ୍ଷର ଉପରେ କ୍ଲିକ କରନ୍ତୁ । ଉଭୟ ମୋଟା ଓ ତେରଛା କରିବା ପାଇଁ ଦୁଇଟି ବଟନ ଉପରେ କ୍ଲିକ କରନ୍ତୁ ।

ନହେଲେ ନିଜେ କି ବୋର୍ଡ଼ ସାହାଯ୍ୟରେ ମୋଟା ଅକ୍ଷର ପାଇଁ ତିନି ତିନୋଟି (''') ଓ ତେରଛା ଅକ୍ଷର ପାଇଁ ଦୁଇ ଦୁଇଟି ('') ଇନଭର୍ଟେଡ଼ କମା (single quotes) ଶବ୍ଦର ଦୁଇ ପଟରେ ଦିଅନ୍ତୁ । ଉଭୟ ପାଇଁ ପାଞ୍ଚଟି ଦିଅନ୍ତୁ; ଉଦାହରଣ ଭାବେ '''''ଶବ୍ଦ''''' ଲେଖନ୍ତୁ, ଏହା ଏମିତି ଶବ୍ଦ ଦେଖାଯିବ ।

୫. ମୁଁ ଗୋଟିଏ ନୂଆ ଶିରୋନାମା କରିବାକୁ ଚାହୁଁଛି, କେମିତି ତିଆରି କରିବି ?

ଆପଣ ଯଦି ନୂଆ ଶିରୋନାମାଟିଏ ତିଆରି କରିବାକୁ ଚାହୁଁଛନ୍ତି ତାହେଲେ ଶିରୋନାମାର ଆଗରେ ଓ ପଛରେ == (ଦୁଇଟି ସମାନ ଚିହ୍ନ) ଦିଅନ୍ତୁ । ଉଦାହରଣ ସ୍ୱରୂପ, ଆପଣ ଯଦି ଗୋଟିଏ ନୂଆ ଶିରୋନାମା "ଇତିହାସ" ଲେଖିବାକୁ ଚାହୁଁଛନ୍ତି ତେବେ ତଳ ଲେଖା ପରି ଲେଖନ୍ତୁ :
== ଇତିହାସ ==

ତାହାକୁ ଲେଖିବା ପରେ ଏଣ୍ଟର ଦବାନ୍ତୁ ଏବଂ ସେହି ଶିରୋନାମାର ଲେଖା (ବିଷୟବସ୍ତୁ) ଲେଖନ୍ତୁ । ଠିକ ସେହିପରି ଉପ ଶିରୋନାମା, ଉପ ଉପ ଶିରୋନାମା ଦେବା ପାଇଁ ତିନୋଟି, ତାପରେ ଚାରୋଟି "ସମାନ ଚିହ୍ନ" ଦୁଇପଟରେ ଦେଇପାରିବେ ।