ସମ୍ବାଦ (ଖବରକାଗଜ)

ଉଇକିପିଡ଼ିଆ‌ରୁ
ସମ୍ବାଦ
ମାଲିକଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ
ପ୍ରତିଷ୍ଠାତାସୌମ୍ୟରଞ୍ଜନ ପଟ୍ଟନାୟକ
ପ୍ରକାଶକବିଜୟ କୁମାର ପଟ୍ଟନାୟକ
ସମ୍ପାଦକସୌମ୍ୟରଞ୍ଜନ ପଟ୍ଟନାୟକ
ପ୍ରତିଷ୍ଠିତ୧୯୮୪ [୧]
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟhttp://sambadepaper.com

ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱରସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । [୨] ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ ।[୩] 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା[୪] ଇତ୍ୟାଦି ଆରମ୍ଭ କରିଥିଲା ।

ସମ୍ବାଦ କେବଳ ଏକ ଖବରକାଗଜ ନରହି, ଏକ ସାମାଜିକ ଅନୁଷ୍ଠାନ ରୂପରେ ନିଜକୁ ଗଢିତୋଳିଛି । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ସମ୍ବାଦର ନିଜର ଅବଦାନ ରଖିଛି । ସମ୍ବାଦ, ଆମ ଓଡ଼ିଶା[୫] ନାମକ ଏକ ସଂସ୍ଥା ଗଠନ କରି, ଓଡ଼ିଶାର କୋଣ ଅନୂକୋଣରେ ବିଭିନ୍ନ ପ୍ରତିଯୋଗିତା[୬] ଆଦି ଆୟୋଜନ କରି, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ, ଆଗ୍ରହ ସୃଷ୍ଟିକରିବାକୁ ଚେଷ୍ଟା ହୋଇଛି । ସେହି ଆମ ଓଡ଼ିଶା ମାଧ୍ୟମରେ ରକ୍ତଦାନ[୭] କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । ପରବର୍ତ୍ତୀ ସମୟରେ 'ଆମ ଓଡ଼ିଶା' ଏକ ରାଜନୈତିକ ଦଳ ଭାବରେ ରୂପାନ୍ତରିତ ହୋଇଛି ।

ଆଧାର[ସମ୍ପାଦନା]

  1. Economic and political weekly. Sameeksha Trust. 1997. Retrieved 16 July 2012.
  2. Vir Bala Aggarwal (1 January 2002). Media and Society: Challenges and Opportunities. Concept Publishing Company. pp. 151–. ISBN 978-81-7022-996-4. Retrieved 16 July 2012.
  3. "'ସମ୍ବାଦ'ର ପ୍ରଥମ ସମ୍ପାଦକ". ସମ୍ବାଦ ୨୧/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 21 December 2015.[permanent dead link]
  4. http://orissa.gov.in/e-magazine/Orissareview/Sept2004/englishPdf/growth.pdf
  5. "ଆର୍କାଇଭ୍ କପି". Archived from the original on 2013-01-16. Retrieved 2012-09-03. {{cite web}}: Cite has empty unknown parameter: |1= (help)
  6. http://www.aamaodisha.org.in/kahinki-kipari.php[permanent dead link]
  7. "ଆର୍କାଇଭ୍ କପି". Archived from the original on 2013-07-15. Retrieved 2012-09-03. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ[ସମ୍ପାଦନା]