ଇଦ ଉଲ-ଫିତର
| عيد الفطر ଇଦ ଉଲ-ଫିତ୍ର (ରମଜାନ ମାସସାରା ଉପବାସ କରିବାପରେ ଭୁରି ଭୋଜନର ମଜା) |
|
|---|---|
ମାଲେସିଆରେ ଇଦ-ଉଲ-ଫିତ୍ର |
|
| ନାଆଁ | ଆରବୀ: عيد الفطر EĪd ul-Fiṭr |
| ଅନ୍ୟ ନାଆଁ | ଇଦ୍, "ରମଜାନ ଇଦ୍", ରୋଜାର ଇଦ (ବଂଲାଦେଶ), "ଛୋଟ ଇଦ୍"; ଇଦୁଲ ଫିତ୍ରି, ହରି ଲେବାରନ (ଇଣ୍ଡୋନେସିଆ) |
| ପାଳନକାରୀ | ମୁସଲମାନ ବା ମହମଡିଆନ ସମ୍ପ୍ରଦାୟ |
| ପ୍ରକାର | ଇସଲାମୀୟ ପର୍ବ |
| ବିଶେଷତା | ରମଜାନ ମାସର ଅନ୍ତ |
| ତାରିଖ | ୧ ଶୱାଲ |
| ପାଳନ | ଭୋଜି ବିଶେଷ କରି ଦି ପହର ବା ସକାଳ ଖିଆ, ମିଠେଇ, ନୂଆ ପୋଷାକ ପରିଧାନ, ପିଲାମାନଙ୍କୁ ଉପହାର ପ୍ରଦାନ ଆଦି |
| ପାଳନ ସବୁ | ସାମୂହିକ ପ୍ରାର୍ଥନା, ଦାନାଦି ଅର୍ପଣ (ଜକତ ଅଲ-ଫିତ୍ର) |
| ସମ୍ପର୍କିତ | ରମଜାନ, ଇଦ ଅଲ-ଆଧା |
ଇଦ ଉଲ ଫିତର, "ଇଦୁଲ ଫିତର", ଇଦ ଉଲ-ଫିତ୍ର, ବା ଆରବୀ ଭାଷାରେ عيد الفطر (‘Īdu l-Fiṭr) ଯାହାକୁ ସଂକ୍ଷେପରେ ଇଦ କୁହାଯାଏ, ଏକ ମୁସଲିମ ପର୍ବ ଅଟେ। ଏହା ରମଜାନ ମାସର ଶେଷରେ ପାଳନ କରାଯାଏ।
ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଏଇଦିନ ସାରାବିଶ୍ୱ ମୁସଲମାନମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି। ଏଇ ଦିନକୁ ଆଲ୍ଲା(ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ଜ୍ଞାନ କରାଯାଏ।
ଇସଲାମୀ କେଲେଣ୍ଡର ଶବ୍ବଲର ଦଶମ ମାସର ପ୍ରଥମ ଦିନ ଏହା ପାନ କରାଯାଏ। ଇସଲାମୀ ପଞ୍ଜିକାର ପ୍ରତିମାସ ପରି ଏଇ ମାସଟି ମଧ୍ୟ ଆକାଶରେ ଚାନ୍ଦ ଦେଖିଲାପରେଯାଇ ଆରମ୍ଭ ହୋଇଥାଏ। ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ। ମାସସାରା ମୁସଲମାନମାନେ ଉପବାସ କରିଥାନ୍ତି। ଇସଲାମୀ ସାଲରେ ଥିବା ଦିଓଟି ଇଦ ଭିତରୁ ଏହା ଗୋଟିଏ। ଆର ଗୋଟିକ ହେଲା '''ଇଦ ଉଲ-ଅଜହା'''। ଇଦ ଉଲ-ଫିତ୍ରକୁ ପୈଗଂବର ମହମ୍ମଦ ସନ ୬୨୪ରେ ଜଂଗ-ଏ-ବଦର ପରେ ପାଳନ କରିଥିଲେ।
ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି। ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ଏଇ ଦିନ କଳିତକରାଳ, ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି।
ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷାଦେଇଥାନ୍ତି। ଏହି ଦାନକୁ ଜକାତ ଉଲ-ଫିତ୍ର କହନ୍ତି। ଏହି ଦାନ ଦୁଇ କିଲୋଗ୍ରାମ ଓଜନର କୌଣସିବି ଖାଦ୍ୟଦ୍ରବ୍ୟ ହୋଇପାରେ, ଯଥା, ଅଟା ବା ସେତିକି ପରିମାଣର ଖାଦ୍ୟର ମୂଲ୍ୟ ବି ହୋଇପାରେ। ପ୍ରାର୍ଥନା ଆଗରୁ ଏହି ଜକାତ ଗରିବମାନଙ୍କ ଭିତରେ ବଣ୍ଟାଯାଏ।
ଏଇଦିନ ସଲାତ ନାମକ ଦୁଇଟି ପର୍ଯ୍ୟାୟ (ରକ୍କା)ବିଶିଷ୍ଟ ଏକ ବିଶେଷ ପ୍ରାର୍ଥନା କରାଯାଏ, ଯାହା ଏକ ମୁକ୍ତ ପ୍ରାଙ୍ଗଣ ଅଥବା ହଲ ଭିତରେ କରାଯାଇଥାଏ। [୧] ଏହାକୁ ସାମୂହିକ ଭାବ(ଜମାତ)ରେ କରିବା ଅପହିହାର୍ଯ୍ୟ ହୋଇଥାଏ। ଏଇ ପ୍ରାର୍ଥନାରେ ଅଧିକ ଆଠଗୋଟି ମୁଦ୍ରା (ହାତକୁ କାନ ପାଖକୁ ଉଠାଇବା) ରହିଥାଏ ଯାହାକୁ ଆଲ୍ଲା ହୁ ଆକବର (ଈଶ୍ୱର ମହାନ ଅଟନ୍ତି) କହିଲା ବେଳେ ସମ୍ପନ୍ନ କରାଯାଏ। ଏଥିମଧ୍ୟରୁ ପ୍ରଥମ ତିନିଟି ପ୍ରଥମ ରକ୍କାର ଆରମ୍ଭରେ କରାଯାଇଥାଏ ଓ ଶେଷ ତିନିଟି ରୁକୁର ଅବ୍ୟବହିତ ପୂର୍ବରୁ ଦ୍ୱିତୀୟ ରକ୍କାରେ କରାଯାଇଥାଏ (ହନାଫି ମତରେ)। [୨] ଏଇ ଇଦ ଉଲ-ଫିତ୍ର ସଲାତ ଫର୍ଦ(ବାଧ୍ୟତାମୂଳକ), ମୁସ୍ତାହବ (କରଣୀୟ) ବା ମନ୍ଦୁବ (ଐଚ୍ଛିକ) ହେବ, ତାହା କେଉଁ ମତରୁ ପ୍ରେରିତ ତା’ ଉପରେ ନିର୍ଭର କରେ।
ମୁସଲମାନମାନେ ବିଶ୍ୱାସ କରନ୍ତି କୁରାନ ସରିଫ ଅନୁସାରେ ସେମାନଙ୍କୁ ଆଲ୍ଲା ରମଜାନ ମାସସାରା ଉପବାସ ରଖିବାକୁ [୩] ଏବଂ ଇଦ ପ୍ରାର୍ଥନା ଆଗରୁ ଜକତ ଓ ଫିତ୍ର ଅର୍ପଣ କରିବାକୁ କହିଛନ୍ତି।
ବିଷୟସୂଚୀ |
ଆହୁରି ଦେଖନ୍ତୁ [ସମ୍ପାଦନା]
Notes [ସମ୍ପାଦନା]
ସଂଦର୍ଭ [ସମ୍ପାଦନା]
- Encyclopedia of Islam and the Muslim World. Edited by Martin, Richard C. Macmillan Reference, 2004. vol. 1
- The Umm al-Qurra calendar of Saudi Arabia (with computed and announced dates for Eid ul-Fitr)
ବାହାର ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Eid ul-fitr ଉପରେ ମାଧ୍ୟମ ରହିଅଛି |
- When is Hari Raya Puasa in 2012?
- When is Eid 2011
- Eid Ul Fitr Celebrations
- "An Egyptian family's Eid al-Fitr feast." CNN.
- Eid ul Fitr and Zakat ul Fitr
- Sadqah Fitr, Eid Night & Sunnats of Eid Day, How to Read Eid Salaah, 6 Fasts of Shawwal
- Eid Ul Fitr Celebrations at TheHolidaySpot