ମହାଭାରତ

ଉଇକିପିଡ଼ିଆ ରୁ
ସଂସ୍କୃତ ମହାଭାରତ ପଦାବଳୀରେ କୁରୁକ୍ଷେତ୍ରର ବର୍ଣ୍ଣନା

ମହାଭାରତ, ମହର୍ଷି ବ୍ୟାସଦେବଙ୍କ ରଚିତ ଅଷ୍ଟାଦଶ ପର୍ବଯୁକ୍ତ ବିରାଟ ସଂସ୍କୃତ ପଦ୍ୟଗ୍ରନ୍ଥ ବା ମହାକାବ୍ୟ । ମହାଭାରତ ପର୍ବ ସଂଗ୍ରହାଧ୍ୟାୟ ରେ ସୂଚିତ ଅଧ୍ୟାୟ ଓ ଶ୍ଳୋକମାନଙ୍କ ସଂଖ୍ୟାକୁ ମୋଟ କଲେ ଏଥିରେ ପ୍ରାୟ ୧୯୨୩ଟି ଅଧ୍ୟାୟ ଓ ୧,୦୪,୮୩୬ ଶ୍ଳୋକ (ପ୍ରତି ଶ୍ଳୋକରେ ଚାରି ଚରଣ ବା ଦୁଇ ଧାଡ଼ି) ଥିବାର ଜଣାଯାଏ ।

ଉତ୍କଳର ଶୁଦ୍ରମୁନି ସାରଳା ଦାସ ମହାଭାରତକୁ ଓଡ଼ିଆ ପଦ୍ୟରେ ଲେଖିଅଛନ୍ତି; କିନ୍ତୁ ସେଥିରେ ମୂଳ ଗ୍ରନ୍ଥର ଅନେକ ବିଷୟକୁ ଛାଡ଼ିଯାଇ ଅଛନ୍ତି । ଗଞ୍ଜାମ ଧରାକୋଟର ପୂର୍ବତନ ରାଜା କୃଷ୍ଣସିଂହ ସମଗ୍ର ସଂସ୍କୃତ ମହାଭାରତକୁ ଓଡ଼ିଆ ପଦ୍ୟରେ ଅନୁବାଦ କରିଥିଲେ ।

[ଏହାକୁ ବଦଳାନ୍ତୁ] ମହାଭାରତର ଅଷ୍ଟାଦଶ ପର୍ବ

  1. ଆଦି ପର୍ବ
  2. ସଭା ପର୍ବ
  3. ବନ ପର୍ବ
  4. ବିରାଟ ପର୍ବ
  5. ଉଦ୍ଯୋଗ ପର୍ବ
  6. ଭୀଷ୍ମ ପର୍ବ
  7. ଦ୍ରୋଣ ପର୍ବ
  8. କର୍ଣ୍ଣ ପର୍ବ
  9. ଶଲ୍ୟ ପର୍ବ
  10. ସୌପ୍ତିକ ପର୍ବ
  11. ନାରୀ ପର୍ବ
  12. ଶାନ୍ତି ପର୍ବ
  13. ଅନୁଶାସନ ପର୍ବ
  14. ଅଶ୍ଵମେଧ ପର୍ବ
  15. ଆଶ୍ରମ ବାସ ପର୍ବ
  16. ମୁଷଳ ପର୍ବ
  17. ମହାପ୍ରସ୍ଥାନ ପର୍ବ
  18. ସ୍ଵର୍ଗାରୋହଣ ପର୍ବ

[ଏହାକୁ ବଦଳାନ୍ତୁ] ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା