ଜଗନ୍ନାଥ
| ଜଗନ୍ନାଥ | |
|---|---|
ରଥ ଯାତ୍ରା ସମୟରେ ରଥାରୁଢ ଜଗନ୍ନାଥ |
|
| ସଂସ୍କୃତ ଅନୁବାଦ | Jàgannāth |
| ଉପାଧି | ଦେବ (ବିଷ୍ଣୁ) |
| ବାସସ୍ଥାନ | ନୀଳାଚଳ |
| ମନ୍ତ୍ର | ଜଗନ୍ନାଥସ୍ୱାମୀ ନୟନପଥଗାମୀ ଭବତୁ ମେ |
| ଅସ୍ତ୍ର | ଶଙ୍ଖ, ଚକ୍ର, ଗଦା, ପଦ୍ମ |
| ସାଥି | ଲକ୍ଷ୍ମୀ |
| ବାହନ | ଗରୁଡ଼ |
ଶ୍ରୀ ଜଗନ୍ନାଥ ଭାରତର ଓଡ଼ିଶାର ପୁରୀରେ ହିନ୍ଦୁ, ବୌଦ୍ଧ ଧର୍ମାବଲମ୍ବୀ ତଥା ଶବରମାନଙ୍କ ଦ୍ଵାରା ପୂଜିତ ଜଣେ ଦେବତା । ହିନ୍ଦୁ ମତବାଦ ଅନୁସାରେ ସେ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ଶ୍ରୀଜଗନ୍ନାଥ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । [୧] ତେବେ ଶ୍ରୀ ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ ।
ପୁରୀରେ ପ୍ରତିବର୍ଷ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ ଯାହାକୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ହିନ୍ଦୁମାନେ ପୁରୀକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ।
ବିଷୟସୂଚୀ |
ବ୍ୟାକରଣିକ ଅର୍ଥ [ସମ୍ପାଦନା]
ବ୍ୟାକରଣ ଦୃଷ୍ଟିରୁ ଜଗନ୍ନାଥ ଶବ୍ଦର ଅର୍ଥ "ଜଗତି" (ସର୍ବୋଚ୍ଚ ସ୍ଥାନ, 'ରତ୍ନବେଦୀ') ଉପରେ ବିଜେ କରିଥିବା "ନାଥ" (ସ୍ଵାମୀ/ମାଲିକ) | ତେବେ ଅଧିକାଂଶ ସମୟରେ ପଣ୍ଡିତମାନେ ଏହାକୁ ସଂସ୍କୃତ ସନ୍ଧି ପ୍ରକରଣ ଆଧାରରେ 'ଜଗତ୍+ନାଥ' ବୋଲି ଯୁକ୍ତି ଦର୍ଶାଇଥାନ୍ତି, ଯାହା ଓଡ଼ିଆ ସନ୍ଧି ନିୟମ ଦୃଷ୍ଟିରୁ ଭ୍ରମାତ୍ମକ ମନେହୁଏ । ଜଗନ୍ନାଥ ଓଡ଼ିଶାରେ ନାନା ନାମରେ ଜଣାଶୁଣା, ଜଗା, ଜଗବନ୍ଧୁ (ଜଗତର ବନ୍ଧୁ), କାଳିଆ ସାଆନ୍ତ (କଳା ବର୍ଣ୍ଣର ଠାକୁର),ଦାରୁବ୍ରହ୍ମ/ଦାରୁ ଦେବତା (ଦାରୁ/କାଠରେ ତିଆରି ଦେବତା), ଚକା ଆଖି/ଚକା ନୟନ (ଗୋଲ ଆଖିଥିବା ଦେବତା), ଚକା ଡୋଳା (ଗୋଲ ଆଖି ଡୋଳା ଥିବା ଦେବତା)|
ଜଗନ୍ନାଥ ବୁଦ୍ଧଙ୍କୁ ବୁଝାଉଥିବା ଏକ ତିବତୀୟ ଶବ୍ଦ । [୨] କେତେକ ଗବେଷକଙ୍କ ମତରେ ଜଗନ୍ନାଥ ଶବ୍ଦ ଆଦିବାସୀ ଶବ୍ଦ "ଜଗନେଲୋ" (କାଠରେ ତିଆରି ଦେବତା) ଶବ୍ଦରୁ ଆସିଛି ଯାହା ଆଗକାଳର ଶବର ମାନଙ୍କ ଦ୍ଵାରା ପୂଜା ପାଉଥିବା ଜଗନ୍ନାଥଙ୍କୁ ବୁଝାଇଥାଏ । [୩]
ଇତିହାସ [ସମ୍ପାଦନା]
କିମ୍ବଦନ୍ତୀ [ସମ୍ପାଦନା]
ବୌଦ୍ଧ ବିଶ୍ଵାସ [ସମ୍ପାଦନା]
ବରୋଦାରୁ ପ୍ରକାଶିତ ଇନ୍ଦଭୁତିଙ୍କ ରଚିତ ଜ୍ଞାନସିଦ୍ଧି ପୋଥିରେ ଜଗନ୍ନାଥ ବୁଦ୍ଧ ରୂପରେ ପୂଜିତ ହେଉଥିଲେ ବୋଲି ବର୍ଣ୍ଣିତ ହୋଇଅଛି।
- ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନବରର୍ଚିତଂ ।
ସର୍ବବୁଦ୍ଧମୟଂ ସିଦ୍ଧି - ବ୍ୟାପିନଂ ଗଗନୋପମଂ ।
ସର୍ବଦଂ ସର୍ବସତ୍ତ୍ବେଭ୍ୟଃ ସର୍ବଜ୍ଞ ବର ବଜ୍ରିନଂ ।
ଭକ୍ତ୍ୟହଂ ସର୍ବଭବେନ କକ୍ଷ୍ୟେ ତତ୍ସଧନଂ ବଜ୍ରିନଂ ॥
ମାନେ: ଜଗନ୍ନାଥ ମହାଜିନଙ୍କ ଦେଇ ଓ ବୁଦ୍ଧ ରୂପରେ ପୂଜିତ ହୋଇଥାନ୍ତି । ସେ ବୋଧିରେ ପରିପୂର୍ଣ୍ଣ, ମହାବୁଦ୍ଧ ଓ ଆକାଶ ସହ ତୁଳନୀୟ । ସେ ଜୀବମାନଙ୍କୁ ସବୁ କିଛି ଦାନ କରିଥାନ୍ତି । ସେ ସର୍ବଜ୍ଞ ଓ ବଜ୍ରଯାନୀଙ୍କ ଭିତରେ ଶ୍ରେଷ୍ଠ । ମୁଁ ଭକ୍ତିରେ ସେହି ଜଗନ୍ନାଥଙ୍କୁ ପ୍ରଣାମ କରି ତାହାଙ୍କ ସାଧନାର ଉପାୟ କହୁଅଛି ।[୪]
ଓଡ଼ିଶାର ପୁରାତନ କବିଗଣ ଜଗନ୍ନାଥଙ୍କୁ ବୁଦ୍ଧ ରୂପେ ଗ୍ରହଣ କରି କବିତା ରଚି ଅଛନ୍ତି । ସାରଳା ମହାଭାରତର ସଭା ପର୍ବରେ ବର୍ଣ୍ଣିତ:
- ବଉଧ ରୂପରେ କଳି କାଳାନ୍ତକ ସାଧି
କୃତାନ୍ତକ ଦର୍ପଗଞ୍ଜ ଅଟ କୃପାନିଧି |[୫]
ଦାରୁବ୍ରହ୍ମ ଗୀତା:
- ଷଷ୍ଠ ଦିବସ ଅନ୍ତରେଣ, ପାଦ ଯେ ପାଣି ହେଲ କ୍ଷୀଣ
ବଉଧରୂପ ହେବ ପାଇଁ, ପାଦପାଣି ଛାଡ଼ିଲେ ତହିଁ ||[୬]
- ସମୁଦ୍ରରେ ମେଲିଣ ଦିଅ ପ୍ରଭୁ ଦେବରାଜା
କଳିଯୁଗେ ପାଇବେ ସେ ଦାରୁବ୍ରହ୍ମ ପୂଜା
ଠାକୁରେ ବୋଇଲେ ରାଜା ହୋଇଲୁକି ବାଇ
କଳିଯୁଗେ ବସିବୁ ବଉଧରୂପ ହୋଇ ॥[୭]
ଶୂନ୍ୟ ସଂହିତା: ନିଜ ବଂଶ ଘେନି ବଉଧରୂପରେ ନୀଳାଚଳେ ଅଛି ରହି[୮]
ଅନନ୍ତ ଗୁପ୍ତଗୀତା:
- ତହୁଁ ବୌଦ୍ଧରୂପେ ଭଗବାନ, ରହିଲେ ପୁରୁଷୋତ୍ତମ ଭୁବନ ।
ବୌଦ୍ଧରୂପେ ନୀଳଗିରି ମୋହି ॥[୯]
ଉପରେ ଥିବା ଏହିସବୁ ପୁରାଣରୁ ଜଣା ଯାଇଇଥାଏ ଯେ ପୁରୀ ଠାରେ ଓଡ଼ିଆଙ୍କ ଦେଇ ଜଗନ୍ନାଥ ବୁଦ୍ଧ ରୂପରେ ପୂଜିତ ହେଉଥିଲେ । ଓଡ଼ିଆ କବି ଜୟଦେବ ମଧ୍ୟ ଗୀତ ଗୋବିନ୍ଦରେ ଜଗନ୍ନାଥଙ୍କୁ ଦଶାବତାରରେ ସ୍ଥାନିତ କରିଅଛନ୍ତି । ଓଡ୍ଡ଼ିଆଣର ସମ୍ବଳକ (ଆଧୁନିକ ସମ୍ବଲପୁର)ର ରାଜା ଇନ୍ଦଭୁତି (ଇନ୍ଦ୍ରଭୂତି) ଜଗନ୍ନାଥଙ୍କୁ ବୁଦ୍ଧ ରୂପରେ ପୂଜା କରୁଥିଲେ । ଏହି ଧର୍ମ ଧାରଣା କ୍ରମେ ନେପାଳ ଓ ତିବବତକୁ ବ୍ୟାପିଥିଲା । ଅଧୁନା ସେଠାରେ ବୁଦ୍ଧଙ୍କୁ ଜଗନ୍ନାଥ ନାମରେ ପୂଜା କରାଯାଇଥାଏ ।[୧୦]
ଇନ୍ଦଭୁତିଙ୍କ ଗୁରୁ ଅନଙ୍ଗବଜ (ଆଚାର୍ଯ୍ୟ, ଯୋଗି, ଯୋଗୀଶ୍ଵର ଆଦି ନାମରେ ତେଙ୍ଗୁର ପୋଥିରେ ନାମିତ)ଙ୍କ ରଚିତ ଓ ବରୋଦାରୁ ପ୍ରକାଶିତ ପ୍ରାଜ୍ଞୋପାୟୋବିନିଶ୍ଚୟସିଦ୍ଧି ଗ୍ରନ୍ଥରେ ସିଦ୍ଧ ଅନଙ୍ଗବଜ ଜଗନ୍ନାଥଙ୍କ ଉପରେ ବର୍ଣ୍ଣନା ରହିଅଛି ।
- ସଦା ପରହିତସୈବ ଚର୍ଯୟାକମ୍ପ୍ୟଚେତସା
ପର୍ଯୁପାସ୍ୟୋ ଜଗନ୍ନଥୋ ଗୁରୁଃ ସର୍ବାର୍ଥସିଦ୍ଧିଦ ଦଃ ॥[୧୧]
ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା [ସମ୍ପାଦନା]
- ଚନ୍ଦନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା): ଗନ୍ଧଲେପନ ଯାତ୍ରା
- ସ୍ନାନ ପୂର୍ଣ୍ଣିମା: ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
- ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି
- ହରିଶୟନ ଏକାଦଶୀ: ଆଷାଢ଼ ଶୁକ୍ଳ ଏକାଦଶୀ: ବାହୁଡ଼ା ଏକାଦଶୀ
- କର୍କଟ ସଂକ୍ରାନ୍ତି: ଶ୍ରାବଣ କୃଷ୍ଣ ଦ୍ୱିତୀୟା: ଦକ୍ଷିଣାୟନ ଯାତ୍ରା
- ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ:
- ହରି ଉତ୍ଥାପନ ଏକାଦଶୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା
- ପ୍ରାବରଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ଓଢ଼ଣ ଷଷ୍ଠୀ / ଗୁହ ଷଷ୍ଠୀ : ଏହିଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି
- ଦେବାଭିଷେକ: ଫାଲ୍ଗୁନ ଶୁକ୍ଳ ପୂର୍ଣ୍ଣିମା: ପୁଷ୍ୟାଭିଷେକ
- ମକର ସଂକ୍ରାନ୍ତି: ମାଘ କୃଷ୍ଣ ସପ୍ତମୀ: ଉତ୍ତରାୟଣ ଯାତ୍ରା
- ଦୋଳୋତ୍ସବ (ବସନ୍ତୋତ୍ସବ): ଫାଲ୍ଗୁନ ଶୁକ୍ଳ ପୂର୍ଣ୍ଣିମା
- ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ
ଟୀକା [ସମ୍ପାଦନା]
- ↑ "Kamat Research Database: The Jagannath Car Festival". kamat.com. 2012. http://www.kamat.com/database/?CitationID=10387. Retrieved 20 April 2012. "In the 12th century, Jagannath was worshipped as the Buddha's incarnation of Vishnu"
- ↑ Allen, Marguerite (2012). "Kamat Research Database: The Jagannath Car Festival". kamat.com. http://www.kamat.com/database/?CitationID=10387. Retrieved 20 April 2012. ""Jagannath" was originally a Tibetan term meaning Buddha"
- ↑ Mohanty (1980) quoting Misra
- ↑ Two Vajrayana Works. p. 31
- ↑ ସାରଳା ଦାସ.ସାରଳା ମହାଭାରତ. ସଭା ପର୍ବ। ପୃ. ୨
- ↑ ଦାରୁବ୍ରହ୍ମ ଗୀତା
- ↑ ଦାସ ଜଗନ୍ନାଥ.ଓଡ଼ିଆ ଭାଗବତ
- ↑ ଅଚ୍ୟୁତାନନ୍ଦ. ଶୂନ୍ୟ ସଂହିତା
- ↑ ଅନନ୍ତ ଦାସ. ଅନନ୍ତ ଗୁପ୍ତଗୀତା
- ↑ କର ଡା.କରୁଣାକାର. ଆଶ୍ଚର୍ଯ ଚର୍ଯାଚୟ। ଓଡ଼ିଶା ସାହିତ୍ୟ ଏକାଡେମି (୧୯୬୯)
- ↑ ପ୍ରାଜ୍ଞୋପାୟୋବିନିଶ୍ଚୟସିଦ୍ଧି. ପୃ. ୨୬
ଆଧାର [ସମ୍ପାଦନା]
- Das, M.N. (ed.): Sidelights on History and Culture of Orissa, Cuttack, 1977.
- Eschmann, A., H. Kulke and G.C. Tripathi (Ed.): The Cult of Jagannātha and the Regional Tradition of Orissa, 1978, Manohar, Delhi.
- Hunter, W.W. Orissa: The Vicissitudes of an Indian Province under Native and British Rule, Vol. I, Chapter-III, 1872.
- Mahapatra, G.N.: Jagannātha in History and Religious Tradition, Calcutta, 1982.
- Mahapatra, K.N.: Antiquity of Jagannātha Puri as a place of pilgrimage, OHRJ, Vol.III, No.1, April, 1954, p. 17.
- Mahapatra, R.P.: Jaina Monuments of Orissa, New Delhi, 1984.
- Mishra, K.C.: The Cult of Jagannath, Firma K.L. Mukhopadhyaya, Calcutta, 1971.
- Mishra, K.C.: The Cult of Jagannath, Calcutta, 1971.
- Mohanty, B.: Patachitras of Orissa. (Study of Contemporary Textile Crafts of India). Ahmedabad, India: Calico Museum of Textiles, 1980.
- Mukherji, Prabhat: The History of Medieval Vaishnavism in Orissa, Calcutta, 1940.
- Padhi, B.M.: Daru Devata (Oriya), Cuttack, 1964.
- Panda, L.K.: Saivism in Orissa, New Delhi, 1985.
- Patnaik, H.S.: Lord Jagannath, His Temple, Cult and Festivals, New Delhi, 1994.
- Patnaik, N.: Sacred Geography of Puri : Structure and Organisation and Cultural Role of a Pilgrim Centre, Year: 2006, ISBN 81-7835-477-2
- Rajguru, S.N.: "Inscriptions of Jagannath Temple and Origin of Purushottam Jagannath" Vol.-I.
- Ray, B.L.: Studies in Jagannatha Cult, Classical Publishing Company, New Delhi, 1993.
- Ray, Dipti: Prataparudradeva, the last great Suryavamsi King of Orissa (A.D. 1497 to A.D .
- Research Journals Shri Jagannatha - Jyothih, (Vol-I to V).
- Sahu, N.K.: Buddhism in Orissa, Utkal University, 1958.
- Singh, N.K.: Encyclopaedia of Hinduism, Volume 1.
- Starza-Majewski, Olgierd M. L: The Jagannatha temple at Puri and its Deities, Amsterdam, 1983.
- Starza-Majewski, Olgierd Maria Ludwik: The Jagannatha Temple At Puri: Its Architecture, Art And Cult, E.J. Brill (Leiden and New York). [1993]
- Upadhyay, Arun Kumar: Vedic View of Jagannath: Series of Centre of Excellence in Traditional Shastras:10, Rashtriya Sanskrita Vidyapeetha, Tirupati-517507, AP. [2006]
ଅଧିକ ତଥ୍ୟ [ସମ୍ପାଦନା]
- Jaganath temple, Official website
- http://rathjatra.nic.in/
- http://www.jagannathculture.com
- Shri Jagannath Swami Website
- Beshas (Appearances) of Lord Shri Jagannath
- http://www.Rathyatra.co.uk/
- http://www.jagannathtemplepuri.com/
- Appearance of Lord Jagannath
|
|||||||||||||||||