ଜଗନ୍ନାଥ

ଉଇକିପିଡ଼ିଆ ରୁ
ଜଗନ୍ନାଥ

ରଥ ଯାତ୍ରା ସମୟରେ ରଥାରୁଢ଼ ଜଗନ୍ନାଥ
ସଂସ୍କୃତ ଅନୁବାଦ Jàgannāth
ଉପାଧି ଦେବ (ବିଷ୍ଣୁ)
ବାସସ୍ଥାନ ନୀଳାଚଳ
ମନ୍ତ୍ର ଜଗନ୍ନାଥସ୍ୱାମୀ ନୟନପଥଗାମୀ ଭବତୁ ମେ
ଅସ୍ତ୍ର ଶଙ୍ଖ, ଚକ୍ର, ଗଦା, ପଦ୍ମ
ସାଥି ଲକ୍ଷ୍ମୀ
ବାହନ ଗରୁଡ଼

ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ଵମାନବର ଏକ ବିସ୍ମୟ ଦେବତା। ସେ ହେଉଛନ୍ତି ଜ୍ୟୋତିଃ ରୂପ ପରଂବ୍ରହ୍ମ । ଶ୍ରୀଜଗନ୍ନାଥ ବେଦାନ୍ତର ପରବ୍ରହ୍ମ, ଯୋଗୀର ପରମେଶ୍ଵର ଭକ୍ତର ଭଗବାନ। ହିନ୍ଦୁ ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ଶ୍ରୀଜଗନ୍ନାଥ ପୂଜା ପାଇ ଆସୁଛନ୍ତି । ଦ୍ଵାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । [୧] ତେବେ ଶ୍ରୀ ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ।

ପୁରୀ ଜଗନ୍ନାଥ ଶ୍ରୀମନ୍ଦିର ଓ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବଡଦାଣ୍ଡରେ ତିନି ରଥ

ଇତିହାସ[ସମ୍ପାଦନା]

ଜଗନ୍ନାଥଙ୍କ ଶ୍ରୀମନ୍ଦିର ନୀଳଚକ୍ରରେ ଉଡୁଥିବା ପତିତ ପାବନ ବାନା

କିମ୍ବଦନ୍ତୀ[ସମ୍ପାଦନା]

ଜଗନ୍ନାଥ ତତ୍ତ୍ଵ ବିଚାର[ସମ୍ପାଦନା]

ଶ୍ରୀଜଗନ୍ନାଥ ସଂସ୍କୃତି[ସମ୍ପାଦନା]

ମହନୀୟତା[ସମ୍ପାଦନା]

ଗଜପତିଙ୍କ ଭୂମିକା[ସମ୍ପାଦନା]

ଘୋଷ ଯାତ୍ରା[ସମ୍ପାଦନା]

ଇତିହାସ[ସମ୍ପାଦନା]

ପୁରାଣ ଓ ସାହିତ୍ଯରେ ଜଗନ୍ନାଥ[ସମ୍ପାଦନା]

ବ୍ୟାକରଣିକ ଅର୍ଥ[ସମ୍ପାଦନା]

ବ୍ୟାକରଣ ଦୃଷ୍ଟିରୁ ଜଗନ୍ନାଥ ଶବ୍ଦର ଅର୍ଥ "ଜଗତି" (ସର୍ବୋଚ୍ଚ ସ୍ଥାନ, 'ରତ୍ନବେଦୀ') ଉପରେ ବିଜେ କରିଥିବା "ନାଥ" (ସ୍ଵାମୀ/ମାଲିକ) | ତେବେ ଅଧିକାଂଶ ସମୟରେ ପଣ୍ଡିତମାନେ ଏହାକୁ ସଂସ୍କୃତ ସନ୍ଧି ପ୍ରକରଣ ଆଧାରରେ 'ଜଗତ୍+ନାଥ' ବୋଲି ଯୁକ୍ତି ଦର୍ଶାଇଥାନ୍ତି, ଯାହା ଓଡ଼ିଆ ସନ୍ଧି ନିୟମ ଦୃଷ୍ଟିରୁ ଭ୍ରମାତ୍ମକ ମନେହୁଏ । ଜଗନ୍ନାଥ ଓଡ଼ିଶାରେ ନାନା ନାମରେ ଜଣାଶୁଣା, ଜଗା, ଜଗବନ୍ଧୁ (ଜଗତର ବନ୍ଧୁ), କାଳିଆ ସାଆନ୍ତ (କଳା ବର୍ଣ୍ଣର ଠାକୁର),ଦାରୁବ୍ରହ୍ମ/ଦାରୁ ଦେବତା (ଦାରୁ/କାଠରେ ତିଆରି ଦେବତା), ଚକା ଆଖି/ଚକା ନୟନ (ଗୋଲ ଆଖିଥିବା ଦେବତା), ଚକା ଡୋଳା (ଗୋଲ ଆଖି ଡୋଳା ଥିବା ଦେବତା)|

ଜଗନ୍ନାଥ ବୁଦ୍ଧଙ୍କୁ ବୁଝାଉଥିବା ଏକ ତିବତୀୟ ଶବ୍ଦ । [୨] କେତେକ ଗବେଷକଙ୍କ ମତରେ ଜଗନ୍ନାଥ ଶବ୍ଦ ଆଦିବାସୀ ଶବ୍ଦ "ଜଗନେଲୋ" (କାଠରେ ତିଆରି ଦେବତା) ଶବ୍ଦରୁ ଆସିଛି ଯାହା ଆଗକାଳର ଶବର ମାନଙ୍କ ଦ୍ଵାରା ପୂଜା ପାଉଥିବା ଜଗନ୍ନାଥଙ୍କୁ ବୁଝାଇଥାଏ । [୩]

ବିଶ୍ଵାସ[ସମ୍ପାଦନା]

ବରୋଦାରୁ ପ୍ରକାଶିତ ଇନ୍ଦଭୁତିଙ୍କ ରଚିତ ଜ୍ଞାନସିଦ୍ଧି ପୋଥିରେ ଜଗନ୍ନାଥ ବୁଦ୍ଧ ରୂପରେ ପୂଜିତ ହେଉଥିଲେ ବୋଲି ବର୍ଣ୍ଣିତ ହୋଇଅଛି। ଓଡ଼ିଶାର ପୁରାତନ କବିଗଣ ଜଗନ୍ନାଥଙ୍କୁ ବୁଦ୍ଧ ରୂପେ ଗ୍ରହଣ କରି କବିତା ରଚି ଅଛନ୍ତି । କେତେକ ପୁରାଣରୁ ଜଣା ଯାଇଥାଏ ଯେ ପୁରୀ ଠାରେ ଓଡ଼ିଆଙ୍କ ଦେଇ ଜଗନ୍ନାଥ ବୁଦ୍ଧ ରୂପରେ ପୂଜିତ ହେଉଥିଲେ । ଓଡ଼ିଆ କବି ଜୟଦେବ ମଧ୍ୟ ଗୀତ ଗୋବିନ୍ଦରେ ଜଗନ୍ନାଥଙ୍କୁ ଦଶାବତାରରେ ସ୍ଥାନିତ କରିଅଛନ୍ତି ।

ଶ୍ରୀ ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା[ସମ୍ପାଦନା]

  1. ଚନ୍ଦନ ଯାତ୍ରା: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା): ଗନ୍ଧଲେପନ ଯାତ୍ରା
  2. ସ୍ନାନ ପୂର୍ଣ୍ଣିମା: ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ, ଗଜ ବେଶ
  3. ରଥଯାତ୍ରା: ଆଷାଢ଼ ଶୁକ୍ଳ ଦ୍ୱିତୀୟା: ରଥରେ ଆଡ଼ପ ମଣ୍ଡପ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି ୤
  4. ହରିଶୟନ ଏକାଦଶୀ: ଆଷାଢ଼ ଶୁକ୍ଳ ଏକାଦଶୀ: ବାହୁଡ଼ା ଏକାଦଶୀ ୤
  5. କର୍କଟ ସଂକ୍ରାନ୍ତି: ଶ୍ରାବଣ କୃଷ୍ଣ ଦ୍ୱିତୀୟା: ଦକ୍ଷିଣାୟନ ଯାତ୍ରା
  6. ପାର୍ଶ୍ୱପରିବର୍ତ୍ତନ ଏକାଦଶୀ: ଭାଦ୍ରବ ଶୁକ୍ଳ ଏକାଦଶୀ:
  7. ହରି ଉତ୍ଥାପନ ଏକାଦଶୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ: ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା୤
  8. ପ୍ରାବରଣ ଷଷ୍ଠୀ: ମାର୍ଗଶିର ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ଓଢ଼ଣ ଷଷ୍ଠୀ / ଗୁହ ଷଷ୍ଠୀ : ଏହିଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରନ୍ତି୤
  9. ଦେବାଭିଷେକ: ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା: ପୁଷ୍ୟାଭିଷେକ
  10. ମକର ସଂକ୍ରାନ୍ତି: ମାଘ କୃଷ୍ଣ ସପ୍ତମୀ: ଉତ୍ତରାୟଣ ଯାତ୍ରା
  11. ଦୋଳୋତ୍ସବ (ବସନ୍ତୋତ୍ସବ): ଫାଲ୍‌ଗୁନ ଶୁକ୍ଳ ପୂର୍ଣ୍ଣିମା
  12. ଦମନକ ଲାଗି ବା ଦମନକ ଚୋରି: ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ

ଆଧାର[ସମ୍ପାଦନା]

  1. "Kamat Research Database: The Jagannath Car Festival". kamat.com. 2012. http://www.kamat.com/database/?CitationID=10387. Retrieved 20 April 2012. "In the 12th century, Jagannath was worshipped as the Buddha's incarnation of Vishnu" 
  2. Allen, Marguerite (2012). "Kamat Research Database: The Jagannath Car Festival". kamat.com. http://www.kamat.com/database/?CitationID=10387. Retrieved 20 April 2012. ""Jagannath" was originally a Tibetan term meaning Buddha" 
  3. Mohanty (1980) quoting Misra

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Das, M.N. (ed.): Sidelights on History and Culture of Orissa, Cuttack, 1977.
  • Eschmann, A., H. Kulke and G.C. Tripathi (Ed.): The Cult of Jagannātha and the Regional Tradition of Orissa, 1978, Manohar, Delhi.
  • Hunter, W.W. Orissa: The Vicissitudes of an Indian Province under Native and British Rule, Vol. I, Chapter-III, 1872.
  • Mahapatra, G.N.: Jagannātha in History and Religious Tradition, Calcutta, 1982.
  • Mahapatra, K.N.: Antiquity of Jagannātha Puri as a place of pilgrimage, OHRJ, Vol.III, No.1, April, 1954, p. 17.
  • Mahapatra, R.P.: Jaina Monuments of Orissa, New Delhi, 1984.
  • Mishra, K.C.: The Cult of Jagannath, Firma K.L. Mukhopadhyaya, Calcutta, 1971.
  • Mishra, K.C.: The Cult of Jagannath, Calcutta, 1971.
  • Mohanty, B.: Patachitras of Orissa. (Study of Contemporary Textile Crafts of India). Ahmedabad, India: Calico Museum of Textiles, 1980.
  • Mukherji, Prabhat: The History of Medieval Vaishnavism in Orissa, Calcutta, 1940.
  • Padhi, B.M.: Daru Devata (Oriya), Cuttack, 1964.
  • Panda, L.K.: Saivism in Orissa, New Delhi, 1985.
  • Patnaik, H.S.: Lord Jagannath, His Temple, Cult and Festivals, New Delhi, 1994.
  • Patnaik, N.: Sacred Geography of Puri : Structure and Organisation and Cultural Role of a Pilgrim Centre, Year: 2006, ISBN 81-7835-477-2
  • Rajguru, S.N.: "Inscriptions of Jagannath Temple and Origin of Purushottam Jagannath" Vol.-I.
  • Ray, B.L.: Studies in Jagannatha Cult, Classical Publishing Company, New Delhi, 1993.
  • Ray, Dipti: Prataparudradeva, the last great Suryavamsi King of Orissa (A.D. 1497 to A.D .
  • Research Journals Shri Jagannatha - Jyothih, (Vol-I to V).
  • Sahu, N.K.: Buddhism in Orissa, Utkal University, 1958.
  • Singh, N.K.: Encyclopaedia of Hinduism, Volume 1.
  • Starza-Majewski, Olgierd M. L: The Jagannatha temple at Puri and its Deities, Amsterdam, 1983.
  • Starza-Majewski, Olgierd Maria Ludwik: The Jagannatha Temple At Puri: Its Architecture, Art And Cult, E.J. Brill (Leiden and New York). [1993]
  • Upadhyay, Arun Kumar: Vedic View of Jagannath: Series of Centre of Excellence in Traditional Shastras:10, Rashtriya Sanskrita Vidyapeetha, Tirupati-517507, AP. [2006]

ଅଧିକ ତଥ୍ୟ[ସମ୍ପାଦନା]