ସାତକଡ଼ି ହୋତା
ସାତକଡ଼ି ହୋତା | |
---|---|
ଜନ୍ମ | ୨୯ ଅକ୍ଟୋବର ୧୯୨୯ ଜଗନ୍ନାଥଖୁଣ୍ଟା |
ମୃତ୍ୟୁ | ୧୧ ଫେବୃଆରୀ ୨୦୨୪ (ବୟସ ୯୪) ଭୁବନେଶ୍ୱର |
ବୃତ୍ତି | ଲେଖକ |
ନିଯୁକ୍ତିଦାତା |
|
ଜୀବନସାଥୀ | ଗୀତା ହୋତା |
ପୁରସ୍କାର |
|
Signature | |
ସାତକଡ଼ି ହୋତା (୨୯ ଅକ୍ଟୋବର ୧୯୨୯–୧୧ ଫେବୃଆରୀ ୨୦୨୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଖବରକାଗଜ ସମ୍ପାଦକ ଥିଲେ । କବିତାରି ସେ ନିଜ ସାହିତ୍ୟ ରଚନା ଆରମ୍ଭ କରି ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ସଂକଳନ ପୁସ୍ତକ ରଚନା କରିଥିଲେ । ଏଥି ସହିତ ସେ ଅନୁବାଦ ଓ ଆତ୍ମଜୀବନୀ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ବ୍ୟାକୁଳ ହୃଦୟ ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା । ତାଙ୍କ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ୧୯୮୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ୨୦୦୦ ମସିହାରେ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୪ରେ ଶାରଳା ପୁରସ୍କାର, ୨୦୧୭ରେ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଭାରତୀୟ ରେଳବାଇରୁ ଅବସର ପରେ ସେ ଓଡ଼ିଆ ଖବରକାଗଜ ସମୟର ସମ୍ପାଦକ ଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ମଧ୍ୟ ଥିଲେ । ୧୯୮୫ ମସିହାରେ ସେ ଭୁବନେଶ୍ୱର ପୁସ୍ତକ ମେଳାର ମୁଖ୍ୟ ଉଦ୍ୟୋକ୍ତା ଥିଲେ । ସେ ଓଡ଼ିଆ ଲେଖକ ଗୀତା ହୋତାଙ୍କୁ ବିବାହ କରିଥିଲେ ।
୨୦୨୪ ଫେବୃଆରୀ ୧୧ରେ ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ ଓ ବୃତ୍ତି
[ସମ୍ପାଦନା]ସାତକଡ଼ି ହୋତା ୧୯୨୯ ଅକ୍ଟୋବର ୨୯ରେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ବୃତ୍ତିଗତ ଭାବେ ଭାରତୀୟ ରେଳବାଇରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ଦୈନିକ ଓଡ଼ିଆ ଖବରକାଗଜ ସମୟର ସମ୍ପାଦକ ଭାବେ ଯୋଗଦେଇଥିଲେ ।[୨]
ସାହିତ୍ୟ ରଚନା
[ସମ୍ପାଦନା]ସାତକଡ଼ି ହୋତା ଓଡ଼ିଆରେ ଗଳ୍ପ, ଉପନ୍ୟାସ[୩], କବିତା, ଅନୁବାଦ ଓ ଆତ୍ମଜୀବନୀ ସାହିତ୍ୟ ରଚନା କରିଥିଲେ ।[୪] ସେ ମୋଟ ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ରଚନା କରିଥିଲେ । ୧୯୬୭ରେ ସେ ତାଙ୍କର ପ୍ରଥମ ଉପନ୍ୟାସ ବ୍ୟାକୁଳ ହୃଦୟ ରଚନାକରିଥିଲେ ।[୧][୫]
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
- ବ୍ୟାକୁଳ ହୃଦୟ
- ମୁହାଁମୁହିଁ
- ସ୍ବପ୍ନ ଶିଉଳୀ
- ଏତେ ସ୍ବପ୍ନ ଏତେ ଆଲୋକ
- ଅନେକ ଦିଗନ୍ତ
- ଅଶାନ୍ତ ଅରଣ୍ୟ
- ଅସମୟ
- ଶତାବ୍ଦୀର ଶୋଷ
- ପ୍ରଥମ ଅଧ୍ୟାୟ
- ରାଜଧାନୀର ରଙ୍ଗ
- କୃଶବିଦ୍ଧ
- ପ୍ରତ୍ୟୁଷର ପ୍ରଶ୍ନ
- ଭଙ୍ଗାକାଚ
- ସୂର୍ଯ୍ୟ ଉଇଁଲେ ସ୍ବପ୍ନ
- ସଚିବାଳୟ
- ସତ୍ୟନଗର
- ଜନନୀ ଜନ୍ମଭୂମି
- ଦୀର୍ଘ ରୋମାଞ୍ଚକର ଯାତ୍ରା
- ମୁକ୍ତିମନ୍ତ୍ର
- ଧର୍ମଯୁଦ୍ଧ
- ତୀର୍ଥଯାତ୍ରା
ଗଳ୍ପ ସଙ୍କଳନ
- କିରିବୁରୁ କନ୍ୟା
- ଫୁଲର ଗୋଟିଏ ସୁରଭି
- ସାୟାହ୍ନର ଶୋଭା
- ଅସତର୍କ ମୁହୂର୍ତ୍ତ
- ଜଗନ୍ନାଥ ହସ
- ଶୋଣିତର ସ୍ୱପ୍ନ
- ବେଗେ ସାହେବ
- ନୀଳାଚଳକୁ ରାସ୍ତା
- ମଧୁଲଗ୍ନ
- ମହାସ୍ନାନ
- ଲଙ୍ଗଳା ରାଜା
- ମୋ ଗଳ୍ପର ନାୟକ
- ଶେଷ ସମ୍ବଳ
- ସବା ଶେଷରେ
- ଆକାର ଘର
- ରାଜଧାନୀର ସକାଳ
- କଥା ଅନେକ
- ଦୀପ ଜଳିଲେ ଆଲୁଅ
- ଶୁମ୍ଭ ନିଶୁମ୍ଭ
- ଷ୍ଟୁଆର୍ଟ ସାହେବ
- ମୋ ଗଳ୍ପ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୭ (ଅଶାନ୍ତ ଅରଣ୍ୟ ପାଇଁ)
- ଶାରଳା ପୁରସ୍କାର - ୨୦୦୪ (ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମି)[୬]
- ସାହିତ୍ୟ ଭାରତୀ ସମ୍ମାନ - ୨୦୧୭[୭]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୦
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଆଉ ନାହାନ୍ତି". Sambad. 2024-02-11. Retrieved 2024-02-11.
- ↑ Suryanarayan Das (2010). Lord Jagannath. Sanbun Publishers. pp. 174–. ISBN 978-93-80213-22-4.
- ↑ "Odisha Sahitya Akademi". odishasahityaakademi.org. Retrieved 2024-02-11.
- ↑ "ସାତକଡ଼ି ହୋତା ପାଇବେ ସାହିତ୍ୟ ଭାରତୀ ସମ୍ମାନ". Sambad (in ଆମେରିକୀୟ ଇଂରାଜୀ). 2018-02-21. Retrieved 2024-02-11.
- ↑ Otv, News Desk. "ଚାଲିଗଲେ ସାତକଡ଼ି ହୋତା...୯୫ ବର୍ଷରେ ପରଲୋକ". ଚାଲିଗଲେ ସାତକଡ଼ି ହୋତା...୯୫ ବର୍ଷରେ ପରଲୋକ. Retrieved 2024-02-11.
- ↑ http://zeenews.india.com/home/satkadi-hota-to-receive-sarala-award_160979.html
- ↑ "ସାତକଡ଼ି ହୋତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ - Dharitri.Com". Dharitri.com (in ଇଂରାଜୀ). ଧରିତ୍ରୀ. ଧରିତ୍ରୀ. 8 August 2018. Retrieved 8 August 2018.