Jump to content

ରାଜେନ୍ଦ୍ର ପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ
ରାଜେନ୍ଦ୍ର ପ୍ରସାଦ ଦାସ
ଜନ୍ମ ଓ ଜନ୍ମସ୍ଥାନ(1930-07-15)୧୫ ଜୁଲାଇ ୧୯୩୦
ସାମିଆ, ଯାଜପୁର
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇତିହାସ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୮

ରାଜେନ୍ଦ୍ର ପ୍ରସାଦ ଦାସ (୧୫ ଜୁଲାଇ ୧୯୩୦-୨୦୦୬) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ୧୯୮୮ ମସିହାରେ ଉପନ୍ୟାସ "ଆଜି କାଲି ପଅରଦିନ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ପ୍ରତ୍ନତତ୍ତ୍ୱବିତ, ଐତିହାସିକ ଓ ଶିକ୍ଷାବିତ ଥିଲେ ।

ରାଜେନ୍ଦ୍ର ପ୍ରସାଦ, ୧୯୩୦ମସିହାରେ ଯାଜପୁର ଜିଲ୍ଲାର ସାମିଆଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୮-୬୪ ପର୍ଯ୍ୟନ୍ତ ସେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗରେ ଉପ-ଅଧିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସେ "ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ"ର ଉପାଧକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏତଦ ଭିନ୍ନ ସେ ଜଣେ ଇତିହାସ ଅଧ୍ୟାପକ ଥିଲେ । ୨୦୦୬ ମସିହାରେ ସେ ଇହଧାମ ତ୍ୟାଗ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ଆଜିକାଲି ପଅରିଦିନ -୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ବାଘୁଆ ପବନ - ୨୦୦୪ (ଲଳିତା ପ୍ରକାଶନୀ)
  • ଚାହିଁଲେ ଆକାଶ - ୧୯୯୨ (ଲଳିତା ପ୍ରକାଶନୀ)[]
  • ଶିଳ୍ପ ରତ୍ନ କୋଷ
  • New Light on the Sun Temple of Konark[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ଆଜିକାଲି ପଅରିଦିନ ପାଇଁ)[]
  1. "ରାଜେନ୍ଦ୍ର ପ୍ରସାଦ ଦାଶ". www.odiasahitya.com. www.odiasahitya.com. Retrieved 19 January 2019.[permanent dead link]
  2. "National Library of India". opac.nationallibrary.gov.in. National Library of India. Retrieved 19 January 2019.
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 280–. ISBN 978-81-260-0873-5.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.