ମନୋଜ କୁମାର ମହାପାତ୍ର

ଉଇକିପିଡ଼ିଆ‌ରୁ
ମନୋଜ କୁମାର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ (1949-05-12) ୧୨ ମଇ ୧୯୪୯ (ବୟସ ୭୪)
ଗୁଆମାଳ, ଭଦ୍ରକ, ଓଡ଼ିଶା
ବୃତ୍ତି
  • ଲେଖକ
  • ଔପନ୍ୟାସିକ
  • ଅନୁବାଦକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିନିର୍ବାଣ (ଉପନ୍ୟାସ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ), ୨୦୦୭
ସଙ୍ଗୀଜିତେନ୍ଦ୍ରନାଥ ମହାପାତ୍ର (ବାପା)
ସୁଶୀଳା ଦେବୀ (ମାଆ)
ୱେବସାଇଟ
https://www.manojmahapatra.in

ମନୋଜ କୁମାର ମହାପାତ୍ର (ଜନ୍ମ: ୧୨ ମଇ ୧୯୪୯)[୧] ଜଣେ ଓଡ଼ିଆ ଲେଖକ, ଅନୁବାଦକ ଓ ଔପନ୍ୟାସିକ । ସେ ୨୦୦୭ ମସିହାରେ ତାଙ୍କ ରଚିତ ଉପନ୍ୟାସ ନିର୍ବାଣ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]

ଜୀବନୀ[ସମ୍ପାଦନା]

୧୯୪୯ ମସିହାର ମଇ ୧୨ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ ବ୍ଲକ ଅନ୍ତର୍ଗତ ଗୁଆମାଳଠାରେ ଜିତେନ୍ଦ୍ରନାଥ ମହାପାତ୍ର ଓ ସୁଶୀଳା ଦେବୀଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ମନୋଜ । ୧୯୬୭ ମସିହାରେ ମାଟ୍ରିକ୍ ପାସ୍ କରିବା ପରେ ସେ ଭଦ୍ରକ କଲେଜରୁ ପିୟୁ ଓ ୧୯୬୯ ମସିହାରେ ବିଜେବି କଲେଜରୁ କଳାରେ ସ୍ନାତକ କରିଥିଲେ । ଏହାପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ପରେ ଓକିଲାତି ପଢ଼ିଥିଲେ ।[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

ମନୋଜ ଜଣେ ଅନୁବାଦକ ଭାବରେ ଅବଦୁଲ କଲାମଙ୍କ ପୁସ୍ତକଗୁଡ଼ିକ; ଅଗ୍ନିର ଡେଣା, ପ୍ରଜ୍ୱଳିତ ମନ, ଭାରତ ୨୦୨୦, ଏକ ଶକ୍ତିଶାଳୀ ବିକଶିତ ଭାରତର ସ୍ୱପ୍ନ, ଅଦମ୍ୟ ଉତ୍ସାହ, ମାର୍ଗଦର୍ଶୀ, ମୋ ଯାତ୍ରା, କଲାମଙ୍କୁ ପିଲାଙ୍କ ପ୍ରଶ୍ନ ଆଦି ଅନୁବାଦ କରିଛନ୍ତି । ସେ ଋଷି ମଣିଷ କଲାମ, ସମର୍ଥ ଉପନ୍ୟାସ ଏବଂ ସ୍ୱର୍ଣ୍ଣପ୍ରଭା, ଯନ୍ତ୍ରଣାର ଅନ୍ୟନାମ, କାଳିସୀ କନ୍ୟା, କାମ ତୃଷ୍ଣାତୁମ ପାଇଁ ଗପ ଭଳି ଅନ୍ୟାନ୍ୟ ପୁସ୍ତକ ରଚନା କରିଛନ୍ତି ।[୧]

ରଚନାବଳୀ[ସମ୍ପାଦନା]

  • ନିର୍ବାଣ (୨୦୦୭)
  • ଅଗ୍ନିର ଡେଣା (ଅନୁବାଦ)
  • ପ୍ରଜ୍ୱଳିତ ମନ (ଅନୁବାଦ)
  • ଭାରତ ୨୦୨୦ (ଅନୁବାଦ)
  • ଏକ ଶକ୍ତିଶାଳୀ ବିକଶିତ ଭାରତର ସ୍ୱପ୍ନ (ଅନୁବାଦ)
  • ଅଦମ୍ୟ ଉତ୍ସାହ (ଅନୁବାଦ)
  • ମାର୍ଗଦର୍ଶୀ (ଅନୁବାଦ)
  • ମୋ ଯାତ୍ରା (ଅନୁବାଦ)
  • କଲାମଙ୍କୁ ପିଲାଙ୍କ ପ୍ରଶ୍ନ (ଅନୁବାଦ)
  • ତୁମର ଫୁଟିବା ପାଇଁ ଜନ୍ମ (ଅନୁବାଦ)
  • ତୁମେ ଅସାଧାରଣ (ଅନୁବାଦ)
  • ମୋ ଯାତ୍ରା (ଅନୁବାଦ)
  • ସାସିଆ କାହାଣୀ (ଅନୁବାଦ)
  • ଇଡ୍‌ଲି, ଅର୍କିଡ଼ ଓ ଆତ୍ମବଳ (ଅନୁବାଦ)
  • ବିଦ୍ରୋହୀ ସନ୍ୟାସୀ
  • ସାଲବେଗ
  • ବୁଦ୍ଧଙ୍କର ଆଗସେବକ ଭିକ୍ଷୁ ସାରିପୁତ୍ତ
  • ଯନ୍ତ୍ରଣାର ଅନ୍ୟନାମ
  • ସମର୍ଥ
  • ତଥାଗତର ପଥ
  • ଆମ୍ରପାଲ୍ଲୀ
  • ମା
  • ଏକ ସତ୍ୟ ଅନେକ ପଥ
  • କିଏ ସେଇ ସନ୍ୟାସୀ
  • ଋଷି ମଣିଷ କଲାମ
  • ସମର୍ଥ ଉପନ୍ୟାସ ଏବଂ ସ୍ୱର୍ଣ୍ଣପ୍ରଭା
  • ଯନ୍ତ୍ରଣାର ଅନ୍ୟନାମ
  • କାଳିସୀ କନ୍ୟା
  • କାମ ତୃଷ୍ଣା
  • ତୁମ ପାଇଁ ଗପ
  • ଅନ୍ଧାରୀ ଗୁମ୍ଫା
  • ଭଗିନୀ ନିବେଦିତା
  • ପିଲାଙ୍କ କଲାମ
  • ସ୍ୱର୍ଣ୍ଣପ୍ରଭା
  • କାଳିସୀକନ୍ୟା
  • ସ୍ୱର୍ଗଦ୍ୱାର ଓ ଅନ୍ୟାନ୍ୟ ଗଳ୍ପ
  • ବୋଊ (କବିତା ପୁସ୍ତକ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ମହାପାତ୍ର, ମନୋଜ କୁମାର (1997). ବିଦ୍ରୋହୀ ସନ୍ୟାସୀ (in Oriya) (1 ed.). ଭୁବନେଶ୍ୱର: ପ୍ରତିଭାନୀ. p. ୫୭୮. Retrieved 3 April 2024.{{cite book}}: CS1 maint: unrecognized language (link)
  2. ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.
  3. "About < Manoj Kumar Mahapatra". www.manojmahapatra.in. Retrieved 2024-04-05.

ଅଧିକ ତଥ୍ୟ[ସମ୍ପାଦନା]