ସତ୍ୟପ୍ରିୟ ମହାଳିକ
Appearance
ସତ୍ୟପ୍ରିୟ ମହାଳିକ | |
---|---|
ବୃତ୍ତି | ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ |
ସତ୍ୟପ୍ରିୟ ମହାଳିକ (ଜନ୍ମ: ୧୯୬୨) ଜଣେ ଓଡ଼ିଆ ଲେଖକ । ସେ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଲେଖନ୍ତି । ଜଣେ ଖବରକାଗଜ ସ୍ତମ୍ଭକାର ଭାବରେ ମଧ୍ୟ ସେ ପରିଚିତ । ୨୦୧୧ ମସିହାରେ ନିଜ ଉପନ୍ୟାସ "ଶୂନ୍ୟକାଳ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧] ବୃତ୍ତିରେ ସେ ଜଣେ ଅଧ୍ୟାପକ ଓ ବର୍ତ୍ତମାନ ଝାଡ଼ଖଣ୍ଡର ବହରାଗୋଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ।[୨]
ରଚନାବଳୀ
[ସମ୍ପାଦନା]- ଶହେ ବର୍ଷର ଓଡ଼ିଆ ଗଳ୍ପ ଓ ଅନ୍ୟାନ୍ୟ ଆଲୋଚନା - ୧୯୯୯ (ABCD ଭୁବନେଶ୍ୱର)
- ଗଳ୍ପପୁରୁଷ - ୨୦୦୨ (ଗ୍ରନ୍ଥକୀଟ)
- କଥାତନ୍ତ୍ର - ୨୦୦୬ (ଟାଇମପାସ)
- ଭଦ୍ରକ ଇତିହାସ - ୨୦୦୧ (ଗ୍ରନ୍ଥକୀଟ)[୩]
- ସତ୍ୟବଚନ
- କୁହୁକ ଦର୍ପଣ
- ଅଣପୁରୁଷ[୪]
- ସରିନଥିବା ଏକ ଲୋକକଥା
- ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (ସତ୍ୟପ୍ରିୟ ମହାଳିକଙ୍କଦ୍ୱାରା ସମ୍ପାଦିତ) - ୨୦୧୨ (ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୧ (ଶୂନ୍ୟକାଳ ପାଇଁ)[୫]
- ଅଖିଳ କଥା ସମ୍ମାନ - ୨୦୧୩[୬]
- ଟାଇମପାସ ବୁକର ସମ୍ମାନ - ୨୦୦୯ (ସରିନଥିବା ଏକ ଲୋକକଥା ପାଇଁ)[୭]
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
- ↑ "PRINCIPAL'S DESK". baharagoracollege.org/. Retrieved 3 January 2019.
- ↑ "National Library of India". opac.nationallibrary.gov.in. Retrieved 3 January 2019.
- ↑ "ସତ୍ୟପ୍ରିୟ ମହାଳିକ". www.odiasahitya.com. Retrieved 3 January 2019.
- ↑ http://sarbasadharana.com/?p=13224[permanent dead link]
- ↑ "Mahalik to get Akhil Katha Samman". www.dailypioneer.com. Retrieved 3 January 2019.
- ↑ "Time Pass' announces literary awards". www.thehindu.com. Retrieved 3 January 2019.