ଗୀତା ହୋତା

ଉଇକିପିଡ଼ିଆ‌ରୁ
ଗୀତା ହୋତା
ଜନ୍ମ୯ ସେପ୍ଟେମ୍ବର ୧୯୩୬ Edit this on Wikidata
ଜଗନ୍ନାଥଖୁଣ୍ଟା Edit this on Wikidata
ମୃତ୍ୟୁ୨୯ ନଭେମ୍ବର ୨୦୨୨ Edit this on Wikidata (ବୟସ ୮୬)
ଭୁବନେଶ୍ୱର Edit this on Wikidata
ବୃତ୍ତିଲେଖକ, କ୍ଷୁଦ୍ର ଗଳ୍ପ ଲେଖକ, ଔପନ୍ୟାସିକ Edit this on Wikidata
ଜୀବନସାଥୀସାତକଡ଼ି ହୋତା Edit this on Wikidata

ଗୀତା ହୋତା (୯ ସେପ୍ଟେମ୍ବର ୧୯୩୬–୨୯ ନଭେମ୍ବର ୨୦୨୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକା, ସମ୍ପାଦକ ଓ ସଂଗଠକ ଥିଲେ । ତାଙ୍କ ରଚିତ ସାହିତ୍ୟ ମଧ୍ୟରେ ଗଳ୍ପ ସଂକଳନ ଅପୂଜା ଫୁଲ, ବିଶ୍ବାସ ଏକ ଅନ୍ଧଗଳି, ରଙ୍ଗମଞ୍ଚ ଓ ଉପନ୍ୟାସ ମାୟାବିନୀ ଆଦି ଅନ୍ୟତମ । ସେ କବିତା, ଶିଶୁ ସାହିତ୍ୟ, ଆତ୍ମଜୀବନୀ ଆଦି ପୁସ୍ତକ ମଧ୍ୟ ରଚନା କରିଥିଲେ ଏବଂ ଅମୃତାୟନ ସାହିତ୍ୟ ପତ୍ରିକାର ସମ୍ପାଦିକା ତଥା ଅମୃତାୟନ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ । ସେ କଳିଙ୍ଗ ପୁସ୍ତକ ମେଳାର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ଦକ୍ଷିଣପୂର୍ବ ରେଳବାଇର ମହିଳା ଅନୁଷ୍ଠାନର ସଭାପତି ଥିଲେ ଓ ଜଣେ ସଂଗଠିକା ଭାବରେ ୧୯୭୬-୭୭ରେ ସେ ଓଡ଼ିଶା ମହିଳା କଂଗ୍ରେସର ଆବାହିକା ଭାବେ କାର୍ଯ୍ୟ କରିଥିଲେ । ସେ ଓଡ଼ିଆ ସାହିତିକ ଓ ସମ୍ପାଦକ ସାତକଡ଼ି ହୋତାଙ୍କୁ ବିବାହ କରିଥିଲେ ।

୨୦୨୨ ନଭେମ୍ବର ୨୯ରେ ଭୁବନେଶ୍ଵରରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନୀ ଓ ବୃତ୍ତି[ସମ୍ପାଦନା]

ଗୀତା ହୋତା ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥଖୁଣ୍ଟା ଗ୍ରାମରେ ୧୯୩୬ ସେପ୍ଟେମ୍ବର ୯ରେ ଜନ୍ମଗ୍ରହଣ କରିଥିଲେ । ସେ ସାହିତ୍ୟିକ ଓ ଦୈନିକ ସମୟ ସମ୍ପାଦକ ସାତକଡ଼ି ହୋତାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଜଣେ ପୁଅ ସଞ୍ଜୀବ ଓ ଜଣେ ଝିଅ ଅଛନ୍ତି ।[୧] ବୃତ୍ତିଗତ ଜୀବନରେ ସେ ଦକ୍ଷିଣପୂର୍ବ ରେଳବାଇରରେ କାର୍ଯ୍ୟକରିଥିଲେ । ସେ ସେଠାରେ ମହିଳା ଅନୁଷ୍ଠାନର ସଭାପତି ମଧ୍ୟ ଥିଲେ । ଜଣେ ରାଜନୈତି ସଂଗଠିକା ଭାବରେ ସେ ୧୯୭୬-୭୭ରେ ଓଡ଼ିଶା ମହିଳା କଂଗ୍ରେସର ଆବାହିକା ହୋଇଥିଲେ । ସେ ଅମୃତାୟନ ନାମକ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ ଓ ଅମୃତାୟନ ସାହିତ୍ୟ ପତ୍ରିକାର ସମ୍ପାଦନା କରିଆସୁଥିଲେ ।[୨] ଏହା ବ୍ୟତୀତ ସେ କଳିଙ୍ଗ ପୁସ୍ତକ ମେଳାର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୩]

ସାହିତ୍ୟ ରଚନା[ସମ୍ପାଦନା]

ସେ ଓଡ଼ିଆରେ କବିତା, ଗଳ୍ପ, ପ୍ରବନ୍ଧ ଓ ଆତ୍ମଜୀବନୀ, ଶିଶୁ ସାହିତ୍ୟ ଆଦି ରଚନା କରିଥିଲେ ।[୪][୫]

ରଚନାବଳୀ[ସମ୍ପାଦନା]

କବିତା ସଂକଳନ[ସମ୍ପାଦନା]

  • ଏକା ଏକା ଈଶ୍ୱରୀ[୬]

ଉପନ୍ୟାସ[ସମ୍ପାଦନା]

  • ମନବୀଣା
  • ମାୟାବିନୀ

ଗଳ୍ପ ସଂକଳନ[ସମ୍ପାଦନା]

  • ସବୁ ସ୍ମୃତି ମଧୁର

ପ୍ରବନ୍ଧ ସଂକଳନ[ସମ୍ପାଦନା]

  • ମଧୁକ୍ଷରା[୭]

କ୍ଷୁଦ୍ରଗଳ୍ପ ସଂକଳନ[ସମ୍ପାଦନା]

  • ବିଶ୍ୱାସ ଏକ ଅନ୍ଧଗଳି
  • ରଂଗମଞ୍ଚ
  • ମନ ମନ୍ଥନ
  • ଅପୂଜା ଫୁଲ

ଆଧାର[ସମ୍ପାଦନା]

  1. "ଗୀତା ହୋତାଙ୍କ ପରଲୋକ". Sambad. 2022-12-01. Retrieved 2024-02-11.
  2. "More and more authors in Orissa tie the knot to deal with increasing literary hardships". India Today (in ଇଂରାଜୀ). Retrieved 2024-02-11.
  3. "20th Sishu Mahotsav 2018 Children Festival Bhubaneswar". kalingabookfair. Retrieved 8 November 2018.
  4. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  5. Jagannath Mohanty; Sudhansu Mohanty (2006). In Quest of Quality Education and Literature: An Autobiography. Deep & Deep Publications. pp. 211–. ISBN 978-81-7629-764-6.
  6. "ଗୀତା ହୋତା". ova.gov.in. ଭୁବନେଶ୍ୱର: ଓଡ଼ିଆ ଭର୍ଚୁଆଲ ଏକାଡେମୀ. Retrieved 2024-02-11.
  7. Vision. Institute of Economic & Social Studies. 2004.