Jump to content

ରଶ୍ମି ରାଉଳ

ଉଇକିପିଡ଼ିଆ‌ରୁ
ରଶ୍ମି ରାଉଳ
ଜନ୍ମ ଓ ଜନ୍ମସ୍ଥାନରଶ୍ମୀ ରାଉଳ
ବୃତ୍ତିଔପନ୍ୟାସିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଏଠି ଗୋଟେ ଗାଁ ଥିଲା (ଉପନ୍ୟାସ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪

ରଶ୍ମି ରାଉଳ ଜଣେ ଓଡ଼ିଆ ଔପନ୍ୟାସିକା । ସେ ୨୦୦୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ରଚିତ ଉପନ୍ୟାସ ଏଠି ଗୋଟେ ଗାଁ ଥିଲା ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[]

ଶିକ୍ଷା

[ସମ୍ପାଦନା]

ରଶ୍ମି ରାଉଳ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ । ପଢ଼ା ସରିବା ପରେ ସେ ସରକାରୀ ଚାକିରିଆ ରୂପେ କାର୍ଯ୍ୟ କରୁଛନ୍ତି ।

ସାହିତ୍ୟକୃତି

[ସମ୍ପାଦନା]

ରଶ୍ମି ରାଉଳଙ୍କର ଉପନ୍ୟାସ ଗୋଟିଏ ଭଲ ଦିନ ୧୯୯୯ ମସିହାରେ ଭୁବନେଶ୍ୱରର ଅପୂର୍ବା ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା ।[] ଏହାପରେ ୨୦୦୨ ମସିହାରେ ଭୁବନେଶ୍ୱରର ବିରୂପା ପବ୍ଲିକେଶନଦ୍ୱାରା ପ୍ରକାଶିତ ହୋଇଥିଲା ଚେନାଏ ଆକାଶ ପାଇଁ ଓ ଅପୂର୍ବା ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା ସବୁଜ ଅନ୍ଧାର[] ୨୦୦୩ ମସିହାରେ କଟର ପାଦଟୀକାଦ୍ୱାରା ତାଙ୍କ ଉପନ୍ୟାସ ଅନ୍ତରଙ୍ଗ ଦୀର୍ଘଶ୍ୱାସ ପ୍ରକାଶିତ ହୋଇଥିଲା ।[] ୨୦୦୪ ମସିହାରେ ତାଙ୍କ ରଚିତ ଉପନ୍ୟାସ ଏଠି ଗୋଟେ ଗାଁ ଥିଲା ପ୍ରକାଶ ପାଇଥିଲା, ଯାହା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[] ୨୦୦୮ ମସିହାରେ କଟକର ବିଦ୍ୟାପୁରୀଦ୍ୱାରା ପ୍ରକାଶ ପାଇଥିଲା ତାଙ୍କ ଉପନ୍ୟାସ ମା ଝିଅଙ୍କ ଆକାଶ[] ୨୦୧୦ ମସିଅରେ ଖୋର୍ଦ୍ଧାର ଅନିଷା ପ୍ରକାଶନଦ୍ୱାରା ପ୍ରକାଶ ପାଇଥିଲା ତାଙ୍କ ଉପନ୍ୟାସ କହିବାକୁ ଥିଲାବୋଲି[] ୨୦୧୧ ମସିହାରେ କଟକର ଓଡ଼ିଆ ବୁକ୍ ଏମ୍ପୋରିୟମଦ୍ୱାରା ପ୍ରକାଶ ପାଇଥିଲା ତାଙ୍କ ଉପନ୍ୟାସ ତିନିଗାର ସେପାଖର ସତୀ[]

  • ଗୋଟିଏ ଭଲ ଦିନ - ୧୯୯୯ (ଅପୂର୍ବା ପ୍ରକାଶନ, ଭୁବନେଶ୍ୱର)
  • ଚେନାଏ ଆକାଶ ପାଇଁ - ୨୦୦୨ (ବିରୂପା ପବ୍ଲିକେଶନ, ଭୁବନେଶ୍ୱର)
  • ସବୁଜ ଅନ୍ଧାର - ୨୦୦୨ (ଅପୂର୍ବା ପ୍ରକାଶନ, ଭୁବନେଶ୍ୱର)
  • ଅନ୍ତରଙ୍ଗ ଦୀର୍ଘଶ୍ୱାସ - ୨୦୦୩ (ପାଦଟୀକା, କଟକ)
  • ଏଠି ଗୋଟେ ଗାଁ ଥିଲା - ୨୦୦୪ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
  • ମା ଝିଅଙ୍କ ଆକାଶ - ୨୦୦୮ (ବିଦ୍ୟାପୁରୀ, କଟକ)
  • କହିବାକୁ ଥିଲାବୋଲି - ୨୦୧୦ (ଅନିଷା ପ୍ରକାଶନ, ଖୋର୍ଦ୍ଧା)
  • ତିନିଗାର ସେପାଖର ସତୀ - ୨୦୧୧ (ଓଡ଼ିଆ ବୁକ୍ ଏମ୍ପୋରିଅମ୍, କଟକ)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

୨୦୦୪ ମସିହାରେ ରଶ୍ମି ରାଉଳଙ୍କୁ ତାଙ୍କ ରଚିତ ଉପନ୍ୟାସ ଏଠି ଗୋଟେ ଗାଁ ଥିଲା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[]

  1. 1 2 3 "Odisha Sahitya Akademi". odishasahityaakademi.org. Odisha Sahitya Academy. Archived from the original on 27 March 2019. Retrieved 27 March 2019.
  2. 1 2 3 4 5 6 "VTLS Chameleon iPortal". opac.nationallibrary.gov.in. Retrieved 2019-03-28.