ଖଜା
ଦେଖଣା
(Khajaରୁ ଲେଉଟି ଆସିଛି)
ଆରମ୍ଭ | |
---|---|
ଅଲଗା ନାଆଁ | ଫେଣି |
ମୂଳ ଜାଗା | ଭାରତ |
ଅଞ୍ଚଳ | ପୁରୀ, ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ମଇଦା, କଳା ଜିରା |
ଖଜା ([[:Media:Or-ଖଜା.oga|kʰɵd͡ʒaː]] (help·info)), ଫେଣି [[:Media:Or-ଫେଣି.oga|pʰeɳi]] (help·info) ନାମରେ ମଧ୍ୟ ଜଣା) ମଇଦାରୁ ତିଆରି ଓଡ଼ିଶାର ଏକ ପ୍ରକାର ପିଠା [୧]। ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା । ଏହାକୁ ଅନେକ ଦିନ ଧରି ବନ୍ଦ ଡବାରେ ସାଇତି ରଖି ଖିଆଯାଇପାରେ । ଏହା ଝିଅବିଦା ବେଳେ, ପର୍ବପର୍ବାଣିରେ ଓଡ଼ିଆ ଘରେ ବେଭାର ଭାବରେ ପଠାଯାଇଥାଏ ।
ଉପାଦାନ
[ସମ୍ପାଦନା]ତିଆରି ପ୍ରଣାଳୀ
[ସମ୍ପାଦନା]ମଇଦାରେ ପାଣି ମିଶାଇ ଗୋଳାଇ ରୁଟି ଗୁଳା ପରି ଗୁଳା ମାନ ତିଆରି କରି କେଇ ମିନିଟ ରଖାଯାଏ । ତାହାପରେ ଏହାକୁ ବେଲି ଗୋଲ ଗୋଲ ମୋଟା ରୁଟି ପରି ଗଢ଼ାଯାଇଥାଏ । ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ତିଆରି କରାଯାଇ ଧିମା ଆଞ୍ଚରେ ତେଲରେ ଛଣାଯାଇଥାଏ । ଚିନିରେ ରାସେଣି ବା ସିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ
ଆଧାର
[ସମ୍ପାଦନା]ଅଧିକ ପଠନ
[ସମ୍ପାଦନା]