Jump to content

ଛେନାପୋଡ଼

ଉଇକିପିଡ଼ିଆ‌ରୁ
ଛେନାପୋଡ଼
ଛେନାପୋଡ଼
ଆରମ୍ଭ
ଅଲଗା ନାଆଁପୋଡ଼
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣମିଠା
ମୂଳ ଉପାଦାନଘରତିଆରି ଛେନା, ଚିନି, ସୁଜି, କାଜୁ ଓ କିସମିସ

ଛେନାପୋଡ଼ ଗୋଟିଏ ଓଡ଼ିଆ ମିଠା । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ । ଛେନାପୋଡ଼ର ଆକ୍ଷରିକମାନେ ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା । ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ ।[୧] ଏହା ଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଗୋଟିଏ ।

ଛେନାପୋଡ଼

ଇତିହାସ

[ସମ୍ପାଦନା]

ଏହା ଓଡ଼ିଶାର ନୟାଗଡ଼ ଜିଲାରେ ଜନ୍ମ ନେଇଥିବା କଥିତ ଅଛି । ସେଠାକାର ସୁଦର୍ଶନ ସାହୁ[୨] ନାମକ ଜଣେ ଗୁଡ଼ିଆ ଦିନେ ରାତିରେ ବଳକା ଛେନାରେ ଗୁଡ଼ ମିଶାଇ ତାହାକୁ ସାରାରାତି ଚୁଲି ଉପରେ ରଖିଦେଇଥିଲେ ଯାହା ତାହା ପର ଦିନ ସକାଳେ ଛେନାପୋଡ଼ର ରୂପ ନେଇଥିଲା ।

ଓମଫେଡ଼ ଏହାର ବିକାଶ ଓ ବାହାରେ ବିକ୍ରି ପାଇଁ ନୂଆ ନୂଆ ଯୋଜନାମାନ ଆରମ୍ଭ କରିଛି ।[୩][୪][୫][୬]

ଛେନାପୋଡ଼ ଦିବସ

[ସମ୍ପାଦନା]
ଛେନାପୋଡ଼ ତିଆରି ହେବା ଅବସ୍ଥା

୨୦୨୨ ମସିହାରୁ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅପ୍ରେଲ ମାସ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି ।[୭]

ପ୍ରସ୍ତୁତି ପ୍ରଣାଳୀ

[ସମ୍ପାଦନା]

ଉପାଦାନ

[ସମ୍ପାଦନା]

ଛେନା, ସୁଜି ଓ ଚିନିକୁ ମିଶାଇ ଏକ ବହଳିଆ ମଣ୍ଡ ତିଆରି କରାଯାଇଥାଏ । ଏହାକୁ ଏକ ସରୁ ଫନ୍ଦ ଥିବା ଥାଳିରେ ରଖି ପତ୍ରରେ ଘୋଡ଼ାଇ ନିଆଁରେ ପୋଡ଼ାଯାଇଥାଏ । ଏହା ପରେ ଏହା ଉପରେ ଅଙ୍ଗାର ଆଦି ରଖି ପୋଡ଼ାଯାଇ ଏହି ମିଠାକୁ ତିଆରି କରାଯାଇଥାଏ ।

  1. ↑ "The Sweet Bypass On NH5". UpperCrust.
  2. ↑ "Inventor of 'Chhena Poda' passes away". Odisha Television Ltd. Archived from the original on 16 June 2018. Retrieved 23 November 2016.
  3. ↑ just-food.com editorial team (August 2002). "Orissa invests in marketing traditional confectionery product".[permanent dead link]
  4. ↑ Rajaram Satpathy (15 August 2002). "Sweet wars: Chhenapoda vs rasagolla". Times of India.
  5. ↑ "Chhena poda". The Hindu. 11 April 2009. Archived from the original on 5 October 2009. Retrieved 5 July 2011.
  6. ↑ "Chhena poda". The Hindu. 11 April 2009. Archived from the original on 4 November 2012. Retrieved 5 July 2011.
  7. ↑ "ଗୋଟିଏ ତରୁଣ ମିଠା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 11 April 2022.