ଗୁଲୁଗୁଲା

ଉଇକିପିଡ଼ିଆ‌ରୁ


ଗୁଲୁଗୁଲା
ଗୁଲୁଗୁଲା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଘୁଗୁନି
ବାଢ଼ିବାର ତାତିଗରମ
ମୂଳ ଉପାଦାନମଇଦା, ଚିନିସୁଜି

ଗୁଲୁଗୁଲା ଓଡ଼ିଶାଭାରତର ବାକି ଜାଗାରେ ତିଆରି କରାଯାଉଥିବା ଏକ ପ୍ରକାରର ମିଠା ଯାହା ମଇଦାସୁଜିରୁ ତିଆରି କରାଯାଏ । କିନ୍ତୁ ଏହା ଏବେ ସେହି ପରିମାଣର ପ୍ରସିଦ୍ଧ ହପି ରହିନାହିଁ।[୧] ଏହା ପାରମ୍ପରିକ ଭାବରେ ବିଭିନ୍ନ ସ୍ଥାନରେ ପର୍ବ ପର୍ବାଣିରେ ପ୍ରସ୍ତୁତ କରାଯାଏ ।.[୨][୩] ଉତ୍ତର ପ୍ରଦେଶରେ ଏହା ବ‌ହୁତ ସାଧାରଣ ଭାବରେ ମିଳିଥାଏ ।[୪] ଏହାର ପ୍ରସ୍ତୁତି ପ୍ରଣାଳୀକୁ ଭାରତ ବାହାରେ ମଧ୍ୟ ବ୍ୟବ‌ହାର କରାଯାଇଛି ।[୫][୬]


ଉପାଦାନ[ସମ୍ପାଦନା]

  • ୧ କପ ସୁଜି
  • ୧.୫ କପ ଚିନି/ ଗୁଡ଼ ରାସେଣି/ସିରା
  • ୩ ଚାମଚ ମ‌ଇଦା
  • ୧ ଚାମଚ ପାନମହୁରି
  • ତେଲ
  • ଅଧ ଚାମଚ ବେକିଙ୍ଗ ସୋଡ଼ା
  • ୨ଟି ଗୁଜୁରାତି ଅଳେଇଚ
  • ଅଧ ଚାମଚ ଲୁଣ
  • ପାଣି (ଦରକାର ଅନୁସାରେ)

ତିଆରି ପ୍ରଣାଳୀ[ସମ୍ପାଦନା]

ଏକ ବଡ଼ ଗହୀର ପାତ୍ରରେ ସୁଜି, ମଇଦା, ଚିନି/ଗୁଡ଼ ରାସେଣି, ଗୁଜୁରାତି ଅଳେଇଚ, ବେକିଙ୍ଗ ସୋଡ଼ା, ଲୁଣ ଓ ପାଣିଦେଇ ଗୋଳାଇବା ପରେ ଏହାକୁ ଭଲ ଭାବରେ ଫେଣ୍ଟିଦିଆଯାଇଥାଏ । ଏହି ମିଶ୍ରଣକୁ ଦୁଇଘଣ୍ଟାରୁ ଅଧିକ ରଖିଦିଆଯାଇଥାଏ ଯାହା ଫଳରେ ଏଥିରେ ଗୋଳାଯାଇଥିବା ବେକିଙ୍ଗ ସୋଡ଼ା ଏହାକୁ ଫୁଲିବାରେ ସାହାଯ୍ୟ କରିଥାଏ । କଡ଼େଇରେ ତେଲକୁ ଭଲଭାବରେ ଗରମ କରି ସାନ ସାନ ଗୁଳାମାନ ତିଆରି କରି ସେଥିରେ ଛଣାଯାଇଥାଏ । ଏହା ଛାଣି ବାଦାମି-ଲାଲ ରଙ୍ଗର ହୋଇଗଲେ ଏହାକୁ ତେଲରୁ ବାହାର କରିନିଆଯାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

  • "Gulugula". odiakitchen.com. Retrieved 2 September 2007.
  • "Gulugula". odiatube.com. Retrieved 3 August 2011.
  • Pranati Nath. "ଗୁଲୁଗୁଲା Gulugula". eOdissa.com. Retrieved 3 August 2011.
  • "Gulugula". urfindia.com.
  • "Gulgula Recipe". Indobase.com.