ଭାତ
Appearance
ଅନ୍ୟ ନାମ | steamed rice, boiled rice |
---|---|
ମୁଖ୍ୟ ଉପାଦାନ | rice, water |
ଖାଦ୍ୟରୁ ଶକ୍ତି (per 1 ବଢ଼ା) | 85 କିଲୋ କ୍ୟାଲୋରୀ (356 kJ)[୧] |
ଏକା ଧରଣର ଖାଦ୍ୟ | bap, biryani, risotto |
|
ଭାତ ପୁର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ ।
ଉପାଦାନ
[ସମ୍ପାଦନା]- ଚାଉଳ - (ଉସୁନା କିମ୍ବା ଅରୁଆ)
- ପାଣି
ତିଆରି ପ୍ରଣାଳୀ
[ସମ୍ପାଦନା]ପ୍ରଥମେ ଚାଉଳକୁ ଭଲଭାବରେ ଧୋଇ,ଗୋଡି ବଛା ଯାଇଥାଏ । ହାଣ୍ଡିରେ ଅଧା ପର୍ଯ୍ୟନ୍ତ ପାଣି ଫୁଟାଇ ସେଥିରେ ବଛା ହେଇଥିବା ଚାଉଳ ପକାନ୍ତୁ ଓ ହାଣ୍ଡି ଉପରେ ଘୋଡଣି ଘୋଡେଇ ଦିଅନ୍ତୁ । ଅଧ ଘଣ୍ଟା ଭିତରେ ଭାତ ତିଆରି ହୋଇଯିବ । ଉସୁନା ଚାଉଳ ହୋଇଥିଲେ ଭାତ ହବା ପାଇଁ ଅଧିକ ସମୟ ନେଇଥାଏ । ଅରୁଆ ଚାଉଳରେ ଭାତ ଶୀଘ୍ର ହୋଇଥାଏ ।
ବିଭିନ୍ନ ପ୍ରକାର
[ସମ୍ପାଦନା]- ନଡିଆ ଭାତ : ନଡିଆ ଭାତ ଏକ ପାରମ୍ପରିକ ଓଡ଼ିଆ ଖାଇବା ଦରବ । ଚାଉଳକୁ ଘିଅରେ ଭାଜି ତା ସହିତ ତେଜପତ୍ର, ମରିଚ, ଜୀରା, ଅଦାଛେଚା, ଓ କାଜୁ କିସମିଶ୍ର ଛୁଙ୍କକୁ ମିଶାଇ ଦିଆଯାଏ । ଏହି ସହିତ ନଡିଆ ରସ ଓ ପାଣି ଦେଇ ଭାତ ରନ୍ଧା ଯାଏ ।[୨]
- ଦହି ଭାତ : ଦହି ଭାତ ମାର୍ଗଶୀର ମାସର ଗୁରୁବାରରେ ଲକ୍ଷ୍ମୀ ପୂଜା ପାଇଁ ତିଆରି କରାଯାଏ । ଏହା ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଭୋଗ ଲାଗେ । ରନ୍ଧା ଅରୁଆ ଭାତରେ କୋରା ନଡିଆ ମିଶାଇ ତା ସହିତ ଘିଅରେ ବଘରା ଯାଇଥିବା ଜୀରା ଓ ଅଦା ଛେଚାକୁ ମିଶାଯାଏ । ବଘରା ଭାତ ଥଣ୍ଡା ହେଲା ପରେ ସେଥିରେ ଜୀରା ଗୁଣ୍ଡ, ଲେମ୍ବୁ ପତ୍ର ଓ ଲେମ୍ବୁ ରସ ମିଶାଇ ଦହିଭାତ ପାଗ ଶେଷ ହୁଏ ।[୩]
ଆଧାର
[ସମ୍ପାଦନା]- ↑ "huinbap" 흰밥. Korean Food Foundation (in କୋରିଆନ୍). Retrieved 16 May 2017.[permanent dead link]
- ↑ ରେଫରେନ୍ସ - ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।
- ↑ ରେଫରେନ୍ସ - ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।