ପଞ୍ଚ ଡାଲି
Appearance
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ହରଡ଼ଡାଲି, ବୁଟଡାଲି, ମୁଗ ଡାଲି, ମସୁରଡାଲି, ବିରି ଡାଲି, କଞ୍ଚାଲଙ୍କା, ଶୁଖିଲାଲଙ୍କା, ସୋରିଷ, ଜିରା, ଅଦା, ଅଦା, ଗରମ ମସଲାଗୁଣ୍ଡ, ରସୁଣ, ଧଣିଆଁପତ୍ର, କାଗିଜିଲେମ୍ବୁ, ଚିନି, ଡାଲଚିନି, ଭୃଷଙ୍ଗପତ୍ର, ଲୁଣ, ହଳଦୀ ଓ ଆବଶ୍ୟକ ମୁତାବକ ପାଣି। |
ପଞ୍ଚ ଡାଲି ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।
ଉପାଦାନ
[ସମ୍ପାଦନା]- ହରଡ଼ଡାଲି ୧୦୦ ଗ୍ରାମ
- ବୁଟଡାଲି୧୦୦ ଗ୍ରାମ
- ମୁଗ ଡାଲି୧୦୦ ଗ୍ରାମ
- ମସୁରଡାଲି୧୦୦ ଗ୍ରାମ
- ବିରି ଡାଲି୧୦୦ ଗ୍ରାମ
- କଞ୍ଚାଲଙ୍କା ୨ଟି
- ଶୁଖିଲାଲଙ୍କା ୨ଟି
- ସୋରିଷ ୧ ଚାମଚ
- ଜିରା ୧ ଚାମଚ
- ଅଦା ଛେଚା ୧ ଚାମଚ
- ଗରମ ମସଲାଗୁଣ୍ଡ୧ଚାମଚ
- ରସୁଣ୧ଟି
- ଧଣିଆଁପତ୍ର୧ବିଡା
- କାଗିଜିଲେମ୍ବୁ୧ଟି
- ଚିନି୧ଚାମଚ
- ଡାଲଚିନି୧ଇଞ୍ଚ
- ଲବଙ୍ଗ ୫ଟି
- ଭୃଷଙ୍ଗପତ୍ର୧୦ଟି
- ଲୁଣ,
- ହଳଦୀ ଓ
- ପାଣି ଆବଶ୍ୟକ ମୁତାବକ।
ତିଆରି ପ୍ରଣାଳୀ
[ସମ୍ପାଦନା]ପାଞ୍ଚପ୍ରକାରର ଡାଲିକୁ ମିଶାଇ ଭଲ ଭାବରେ ଧୋଇ, ଲୁଣ, ହଳଦୀ ଓ ପାଣି ଆବଶ୍ୟତା ଅନୁସାରେ ଦେଇ ପ୍ରେସର କୁକରରେ ସିଝାନ୍ତୁ। ସିଝିଗଲା ପରେ ଅଲଗା ରଖନ୍ତୁ। କଡେଇରେ ତେଲ ଗରମ କରି ସେଥିରେ ଲବଙ୍ଗ, ସୋରିଷ, ଜିରା, ଡାଲଚିନି ଗୁଣ୍ଡ ପକାଇ ଭାଜନ୍ତୁ। ଅଳ୍ପ ଭାଜି ହୋଇଗଲାପରେ ସେଥିରେ ରସୁଣ ଛେଚା, ଶୁଖିଲା ଲଙ୍କା ଖଣ୍ଡ ଓ କଞ୍ଚା ଲଙ୍କା ଖଣ୍ଡ ପକାଇ ଭଲ ଭାବେ ଭାଜନ୍ତୁ। ସିଝିଥିବା ଡାଲିକୁ ଏହି ବଘରାରେ ଢାଳି ତା ଉପରେ ଗରମ ମସଲା ଗୁଣ୍ଡ ପକାଇ ଚାରି ପାଞ୍ଚ ମିନିଟ ଫୁଟାନ୍ତୁ। ଏଥିରେ ପାଣି ମାପ କରି ଦେବାକୁ ହେବ, ନା ବେଶୀ ନା ଅତି କମ୍। ନିଆଁରୁ ଓହ୍ଲାଇବା ଆଗରୁ ଧଣିଆପତ୍ର କଟା ପକାଇ ମିନିଟିଏ ପାଇଁ ଘାଣ୍ଟନ୍ତୁ ଓ ତା’ପରେ ଓହ୍ଲାଇ ଦିଅନ୍ତୁ। ଗରମ ଗରମ ପରସନ୍ତୁ।
ଏହି ଡାଲି ଭାତ ସହିତ ଖିଆଯାଏ।
ଆଧାର
[ସମ୍ପାଦନା]- ଖାଆନ୍ତୁ ଓ ଖୁଆନ୍ତୁ – ସଂଯୁକ୍ତା ଦାସ - ପ୍ରଜାତନ୍ତ୍ର ସାପ୍ତାହିକୀ