ପୋସ୍ତ ତରକାରୀ

ଉଇକିପିଡ଼ିଆ‌ରୁ
ପୋସ୍ତ ତରକାରୀ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଆଳୁ, ଜହ୍ନି, ବାଇଗଣ, ପୋସ୍ତ ବେସର

ପୋସ୍ତ ତରକାରୀ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ପରିବା ତରକାରୀ । ଏହା ମୁଖ୍ୟତଃ ନାନା ପ୍ରକାର ପରିବାକୁ ପୋସ୍ତ ବେସର ବଟା ସହିତ ମିଶାଇ ରନ୍ଧାଯାଇଥାଏ ।[୧]

ଉପାଦାନ[ସମ୍ପାଦନା]

ପ୍ରକାର[ସମ୍ପାଦନା]

  • ଆଳୁ-ପୋସ୍ତ ତରକାରୀ:
ଏହା ଆଳୁ ଓ ପିଆଜ, ରସୁଣ, ଅଦା, ଫୁଟଣ ଓ ଲଙ୍କା ସହ ପୋସ୍ତ ବେସରରେ ଛୁଙ୍କ ଦେଇ ତିଆରି କରାଯାଇଥାଏ ।ଏହା ଓଡ଼ିଶାର ଏକ ପାରମ୍ପାରିକ ଖାଦ୍ୟ[୨]
  • ମିଶା ପରିବା ପୋସ୍ତ ତରକାରୀ:
ଆଳୁ, କୁନ୍ଦୁରି, ବାଇଗଣ ଓ ବିନ୍ସ ଆଦି ପରିବାସବୁକୁ ମିଶାଇ ସିଝାଯାଇ ତାହାକୁ ପିଆଜ, ରସୁଣ, ଅଦା, ଫୁଟଣ ଓ ଲଙ୍କା ଛୁଙ୍କ ଦେଇ ଏହା ତିଆରି କରାଯାଇଥାଏ ।[୩]
  • ପୋସ୍ତଦିଆ ବେସନ ତରକାରୀ: ଏହା ପୋସ୍ତରେ ବହଳିଆଝୋଳ କରାଯାଇ ସେଥିରେ ବେସନରେ ତିଆରି ଛୋଟ ଛୋଟ ଖଣ୍ଡକୁ ଭାଜି ପକାଯାଇ ତିଆରି କରାଯାଇଥାଏ ।[୧]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]