ଆରିସା ପିଠା

ଉଇକିପିଡ଼ିଆ‌ରୁ
ଆରିସା ପିଠା
ଆରିସା ପିଠା
ଆରମ୍ଭ
ଅଲଗା ନାଆଁଆରିସା
ମୂଳ ଜାଗା ଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଗରମ, ଥଣ୍ଡା
ମୂଳ ଉପାଦାନଚାଉଳ, ଗୁଡ଼, ଘିଅ

ଆରିସା ପିଠା ଏକ ଓଡ଼ିଆ ପିଠା ଯାହା ଚାଉଳ ଚୁନା ଓ ଗୁଡ଼/ଚିନିରୁ ତିଆରି ହୋଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।

ଉପାଦାନ[ସମ୍ପାଦନା]

ଆରିସା ପିଠା

ତିଆରି ପ୍ରଣାଳୀ[ସମ୍ପାଦନା]

ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ ପିଠା ଆକାରର ଛୋଟ ଛୋଟ ଗୁଳା ତିଆରି କରାଯାଇ ଗରମ ଘିଅ ବା ତେଲରେ ବାଦାମୀ ରଙ୍ଗ ହେବାଯାଏଁ ଛଣା ଯାଇଥାଏ ।[୧] [୨][୩] [୪][୫] [୬]

ଆରିସା

ଇତିହାସ[ସମ୍ପାଦନା]

ଆରିସା ପିଠା ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ଲୋକପ୍ରିୟ ହୋଇସାରିଥିବା ବିଶ୍ୱାସ କରାଯାଏ । ଯେତେବେଳେ ସିଦ୍ଧାର୍ଥ ଗୌତମ ବୁଦ୍ଧତ୍ୱ ଲଭିଲେ, ସେତେବେଳେ ସେ କଳିଙ୍ଗରୁ ଆସିଥିବା ଦୁଇ ବଣିକ ତପସୁ ଓ ବହ୍ଲିକଙ୍କଠାରୁ ଏହି ଆରିସା ପିଠା ଖାଇ ସାଷ୍ଟାମ ହୋଇଥିବା ବୌଦ୍ଧ ଗ୍ରନ୍ଥ ମାନଙ୍କରେ ଲେଖାଯାଇଅଛି । ଆରିସା ଏକ ପାଳି ଶବ୍ଦ । ପାଳି ଭାସାରେ ସେତେବେଳେ ଚାଉଳକୁ ଆରିସା ବୋଲି କୁହାଯାଉଥିଲା । ତେଣୁ ଆରିସା ପିଠା କହିଲେ ଚାଉଳ ପିଠାକୁ ହିଁ ବୁଝାଏ । ତେବେ ଆଜି ମଧ୍ୟ ତାମିଳ ଭାଷାରେ ଆରିସା ଶବ୍ଦ (ଆରିସେ) ଚାଉଳ ଅର୍ଥରେ ବ୍ୟବହାର ହେଉଥିବାରୁ କେହି କେହି ଆରିସା ଶବ୍ଦକୁ ତାମିଳ ଶବ୍ଦ ବୋଲି ଯୁକ୍ତି କରନ୍ତି, ଯାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ।

ଆରିସା ପିଠା

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Arisa Pitha". Archived from the original on 2012-03-19. Retrieved 2011-07-06.
  2. "Arisa Pitha". Archived from the original on 2011-10-04. Retrieved 2011-07-06.
  3. Arisa Pitha, eOdissa handisala
  4. "Arisa Pitha recipe". Archived from the original on 2012-03-23. Retrieved 2011-07-06.
  5. "Arisa Pitha". Archived from the original on 2011-09-27. Retrieved 2011-07-06.
  6. "Recipe of Arisa Pitha". Archived from the original on 2011-10-09. Retrieved 2011-07-06.