ରସଗୋଲା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ରସଗୋଲା

ଭୁବନେଶ୍ୱର ପାଖ ପାହାଳ ରସଗୋଲା
ଆରମ୍ଭ
ଅଲଗା ନାଆଁ ରସଗୋଲା, ଖିରମୋହନ
ମୂଳ ଜାଗା ଓଡ଼ିଶା
ଅଞ୍ଚଳ ଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନ ଛେନା, ଚିନି

ରସଗୋଲା ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା ଓ ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣ ଏସୀୟ ବଂଶୋଦ୍ଭବମାନେ ବାସ କରୁଥିବା ସ୍ଥାନଗୁଡ଼ିକରେ ଜଣାଶୁଣା ।[୧][୨][୩] ଏହା ପେଣ୍ଡୁ ଆକାରରେ ହୋଇଥାଏ ଏବଂ ଛେନା ଓ ସୁଜିରୁ ତିଆରି ହୋଇ ଚିନି ସିରାରେ ଛଣାଯାଇଥାଏ । ସିରାରେ ରସଗୋଲା ସମ୍ପୂର୍ଣ୍ଣ ଭରିଯିବା ଯାଏ ଏହାକୁ ଛଣାଯାଇଥାଏ । ଏହା ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ଓ ଏବେର ଓଡ଼ିଶାପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବୀ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା ।[୪] ରଥଯାତ୍ରାର ଶେଷକୁ ବାହୁଡ଼ା ପରେ ନୀଳାଦ୍ରୀ ବିଜେ ବେଳେ ଜଗନ୍ନାଥଙ୍କ ନିକଟରେ ରସଗୋଲା ଲାଗି କରାଯାଇଥାଏ ।[୫] । ପଶ୍ଚିମବଙ୍ଗର କର୍ମକର୍ତ୍ତାମାନେ ଜଣାଇଥିଲେ ଯେ ସେମାନେ କେବଳ "ବଙ୍ଗଳାର ରସଗୋଲା" (ପଶ୍ଚିମବଙ୍ଗରେ ଜଣାଶୁଣା ଏକପ୍ରକାର ରସଗୋଲା) ଜିଓଗ୍ରାଫିକାଲ ଇଣ୍ଡିକେସନ ପାଇଁ ଆବେଦନ କରିଥିଲେ ।[୬] ସେମାନେ ଜଣାଇଥିଲେ ଯେ ଏହା କେବଳ ସେମାନଙ୍କ ଆଞ୍ଚଳିକ ରସଗୋଲାକୁ ରକ୍ଷାକରିବା ପାଇଁ ଓ ଓଡ଼ିଶା ସହ ସେମାନଙ୍କ କୌଣସି ଦ୍ୱନ୍ଦ ନାହିଁ । [୭]

ରସଗୋଲା

ଖାଦ୍ୟସାର[ସମ୍ପାଦନା]

Rosogollas

୧୦୦ ଗ୍ରାମର ରସଗୋଲାରେ ୧୮୬ କାଲୋରି ଥାଏ, ଯେଉଁଥିରୁ ପଖାପାଖି ୧୫୩ କାଲୋରିର କାର୍ବୋହାଇଡ୍ରେଟ, ୧.୮୫ ଗ୍ରାମର ଫ୍ୟାଟ ଓ ୪ ଗ୍ରାମର ପ୍ରୋଟିନ ଥାଏ ।[୮]

ପ୍ରସ୍ତୁତ ପ୍ରଣାଳୀ[ସମ୍ପାଦନା]

ରସଗୋଲା ତିଆାରି ପାଇଁ ସବୁଠାରୁ ମୁଖ୍ୟ ସାମଗ୍ରୀ ହେଉଛି ଛେନା । ଆଉ ଛେନା ସବୁବେଳେ ତାଜା ରହିଥିବ ଏହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଛେନାକୁ ପ୍ରଥମେ ମେସିନ ଦ୍ବାରା ଭଲ କରି ଚକଟା ଯାଇଥାଏ । ପୁଣି କିଛି ସମୟ ପରେ ଏଥିରେ ଅରୋରୋଟ ମିଶାଇ ଆଉ କିଛି ସମୟ ଚକଟା ଯାଇଥାଏ । ଏହାକୁ ସେପର୍ଯ୍ୟନ୍ତ ଚକଟାଯାଇଥାଏ ଯେପର୍ଯ୍ୟନ୍ତ ଏହା ଅଟା ଭଳି ହୋଇଯିବ । ଏହା ପରେ ଆବଶ୍ୟକ ଅନୁଯାୟୀ ଏହାର ଛୋଟ ଛୋଟ ଗୋଲା ତିଆାରି କରାଯାଏ । ଆଉ ଏହା ପରେ ସବୁ ରସଗୋଲାକୁ ସଫା ଓଦା ଲୁଗାରେ ବାନ୍ଧି କିଛି ସମୟ ପାଇଁ ରଖିଦିଆଯାଏ । ଏହାପରେ ସିରା ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚିନିରେ ପାଣି ମିଶାଯାଇ ଏହାକୁ ଗରମ କରାଯାଇଥାଏ । ସିରା ଗରମ ହୋଇଗଳା ପରେ ଏଥିରେ ଛେନାରେ ତିଆରି ହୋଇଥିବା ଗୋଲାକୁ ପକାଯାଇଥାଏ । ଏହାପରେ ପ୍ରାୟ 20 ମିନିଟ ପର୍ଯ୍ୟନ୍ତ ଏହାକୁ ସିରାପାଣିରେ ରନ୍ଧାଯାଇଥାଏ । ମଝିରେ ମଝତରେ ଏହି ଏହ ଭିତରେ ଅଳ୍ପ ଅଳ୍ପ ମିଶାଯାଇଥାଏ । ଯେତେବେଳେ ରସଗୋଲା ପ୍ରାୟ ନିଜ ଆକାରର 2 ଗୁଣ ହୋଇଯାଏ । ବୁଝନ୍ତୁ ରସଗୋଲା ତିଆରି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରସଗୋଲାକୁ ସେହି ସିରା ଥଣ୍ଡା ହେବାକୁ ଦିଅନ୍ତୁ ।

ଇତିହାସ[ସମ୍ପାଦନା]

ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । [୯] ରଥଯାତ୍ରା ସମୟରେ, ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀଙ୍କ ଅତିଶୟ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କର କ୍ରୋଧକୁ ଶାନ୍ତକରିବା ପାଇଁ, ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି, ତାଙ୍କୁ ଖୁଆଇ ମାନଭଞ୍ଜନ କରନ୍ତି ।[୧୦] ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡିତ ରହିଥିବାରୁ, ରସଗୋଲାର ଜନ୍ମ ଓଡ଼ିଶାରେ ବୋଲି ଦାବି କରାଯାଏ । ବଳରାମ ଦାସଙ୍କ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଦେଖାଯାଏ ।

ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ "କେଳୁ ଚରଣ ବେହେରା", ପାହାଳଠାରେ ରସଗୋଲା ପ୍ରସ୍ତୁତକରି, ବ୍ୟବସାୟ ଆରମ୍ଭ କରିଥିଲେ । [୧୧]

କିମ୍ବଦନ୍ତୀ[ସମ୍ପାଦନା]

ପାହାଳ ରସଗୋଲା ପାହାଳ ରସଗୋଲାକୁ ନେଇ କେତେକ ଲୋକକଥା ରହିଛି । ପାହାଳରେ ଅଧିକାଂଶ ଲୋକ ଗାଈ ପାଳୁଥିଲେ । ପ୍ରଚୁର କ୍ଷୀର ଉତ୍ପାଦନ ହେଉଥିଲା । ଖାଇବା ପରେ ଯାହା ବଳୁଥିଲା ତାକୁ ସ୍ଥାନୀୟ ବାସିନ୍ଦା ବାହାରେ ଫୋପାଡି ଦେଉଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତଙ୍କ ନଜରରେ ଏହା ପଡିଥିଲା । ପ୍ରଚୁର କ୍ଷୀର ନଷ୍ଟ ହେଉଥିବାରୁ ଦେଖି ସେବାୟତ ଜଣକ ଲୋକଙ୍କୁ ସେଥିରୁ ଛେନା ଓ ଛେନାରୁ ତିଆରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଶିଖାଇଥିଲେ । ସେବେଠୁ ପାହାଳରେ ଛେନାରୁ ରସଗୋଲା ତିଆରି ହୋଇ ଆସୁଛି ।

ଆଧାର[ସମ୍ପାଦନା]

  1. "ଫୁଡ ଆଣ୍ଡ ବେଭେରେଜ ନିଉଜ". ଜୁନ ୧୬, ୨୦୦୯.  Check date values in: |date= (help)
  2. ମୁନୁସ ଶଙ୍କର (୨୦୦୯). "ଭାରତୀୟ ମିଠା".  Check date values in: |date= (help)
  3. ରୋହିତ ଶ୍ରିବାସ୍ତବ (ଅକ୍ଟୋବର ୧୯-୨୦୦୮). "Woo your love with rasgullas not chocolates".  Unknown parameter |source= ignored (help); Check date values in: |date= (help)
  4. "Panel seal on rasgulla's Odisha origin". Retrieved 2016-10-02. 
  5. Sarat Chandra Mahapatra (୧୯୯୪). Car Festival of Lord Jagannath, Puri. Sri Jagannath Research Centre. 
  6. "Our Claim Only On A Variety Of Rasogolla, No Dispute With Odisha: West Bengal". Retrieved 2016-10-02. 
  7. "Our Claim Only On A Variety Of Rasogolla, No Dispute With Odisha: West Bengal". Press Trust Of India. NDTV. 27 July 2016. http://www.ndtv.com/india-news/our-claim-only-on-a-variety-of-rasogolla-no-dispute-with-odisha-bengal-1436883. Retrieved 24 August 2016. 
  8. "Nutrition Information for Rasgulla". 
  9. www.ifood.tv: Rasgulla: National Sweet of India
  10. Mohanty, Asit. "ରସଗୋଲା; ନୀଳାଦ୍ରି ବେଜେର ନୈବେଦ୍ୟ". Utkala Prasanga (July 2016): 176–181. Retrieved 4 August 2016. 
  11. ସମ୍ବାଦ ୨୨/୦୧/୨୦୧୫ ପୃଷ୍ଠା ୧୫

ବାହାର ଲିଙ୍କ[ସମ୍ପାଦନା]