ଖଟା (ରନ୍ଧା ଖାଦ୍ୟ)

ଉଇକିପିଡ଼ିଆ‌ରୁ
ଖଟା (ରନ୍ଧା ଖାଦ୍ୟ)
ଭେଣ୍ଡି ଖଟା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଗରମ
ମୂଳ ଉପାଦାନଓଉ/ଆମ୍ବ/ବିଲାତି ବାଇଗଣ/ଭେଣ୍ଡି/କରମଙ୍ଗା/ଆମ୍ବଡା/ସପୁରୀ/ଆମ୍ବୁଲ , ଚିନି, ମସଲା

ଖଟା ଏକ ସାଧାରଣ ଓଡ଼ିଆ ରନ୍ଧା ଖାଦ୍ୟ ଯାହା ବିଲାତି ବାଇଗଣ/ ଓଉ/ଆମ୍ବ/ଭେଣ୍ଡି/କରମଙ୍ଗା/ଆମ୍ବଡା/ସପୁରୀ/ଆମ୍ବୁଲ ଆଦିରୁ ତିଆରି ହୋଇଥାଏ ଓ ଏହାର ସ୍ୱାଦ ଖଟା ହୋଇଥାଏ ।

ଉପାଦାନ[ସମ୍ପାଦନା]

ଓଉ ଖଟା ନିମନ୍ତେ[ସମ୍ପାଦନା]

ପ୍ରଣାଳୀ[ସମ୍ପାଦନା]

ଓଉ ଖଟା[ସମ୍ପାଦନା]

ଓଉକୁ ଧୋଇ ସଫା କରାଯାଇଥାଏ । ତାକୁ ଛୁରିରେ ଲମ୍ବା ସରୁ ସରୁ ଖଣ୍ଡ କରି କଟାଯାଇଥାଏ । ଚୁଲିରେ କଡ଼େଇ ବସାଇ ତାହା ଗରମ ହୋଇଗଲେ ସେଥିରେ ୧-୨ ଚାମଚ ତେଲ ଢଳାଯାଇଥାଏ । ଏଥିରେ ଫୁଟଣ ଓ ଶୁଖିଲା ଲଙ୍କା ପକାଇ ଭଜାଯାଇଥାଏ । ତାହାପରେ ହେଙ୍ଗୁ ପକାଇ ଅଳ୍ପ ବଘାରି ସେଥିରେ ଓଉକୁ ପକାଇ ଢାଙ୍କି ଦିଆଯାଇଥାଏ । ଏହା ସିଝି ଆସିଲେ ସେଥିରେ ଅଳ୍ପ ପାଣି ଓ ଚିନି ପକାଇ ଦେଇ ୫ରୁ ୧୦ ମିନଟ ବସାଯାଇଥାଏ । ତାହାପରେ ଚୁଲିର ଆଞ୍ଚ କମ କରି ସେଥିରେ କଟା ଧଣିଆ ପତ୍ର ଓ ଜିରା ଗୁଣ୍ଡ ଛିଞ୍ଚି ଭାତ ସହିତ ପରସାଯାଇଥାଏ ।

ଶ୍ରେଣୀବିଭାଗ[ସମ୍ପାଦନା]

ଆଧାର[ସମ୍ପାଦନା]