ଛେନାଝିଲି

ଉଇକିପିଡ଼ିଆ‌ରୁ
(ଛେନା ଝିଲିରୁ ଲେଉଟି ଆସିଛି)
ଛେନାଝିଲି

ଛେନାଝିଲି ଏକ ପାରମ୍ପାରିକ ଓଡ଼ିଆ ମିଠା ।[୧] ଏହା ଛେନା ଓ ଚିନିସିରାରେ ତିଆରି । ଏହା ପ୍ରଥମ ଥର ପୁରୀର ନିମାପଡ଼ାରେ ତିଆରି ହୋଇଥିଲା ।[୨] ଆର୍ତ୍ତ ସାହୁ[୩] ନାମକ ଜଣେ ବ୍ୟକ୍ତି ଏହାକୁ ପ୍ରଥମ ଥର ପାଇଁ ନିମାପଡ଼ାର ଶ୍ୟାମସୁନ୍ଦର ନାମକ ଗ୍ରାମରେ ତିଆରି କରିଥିଲେ । ଏହା ଜଗନ୍ନାଥ ମନ୍ଦିରରେ ପ୍ରସାଦ ଭାବରେ ମଧ୍ୟ ବ୍ୟବହାର କରାଯାଏ । [୪]

ଉପାଦାନ[ସମ୍ପାଦନା]

ଛେନା, ଚିନି, ଅଟା, ଅଳେଇଚ ଗୁଣ୍ଡ, ଦେଶୀ ଘିଅ ଆଦି ଛେନା ଝିଲି ପ୍ରସ୍ତୁତ କରିବାରେ ବ୍ୟବହାର ହୋଇଥାଏ ।

  • ଛେନା - ୪୦୦ ଗ୍ରାମ
  • ଚିନି - ଦୁଇ କପ
  • ଅଟା - ଦୁଇ ଚାମଚ
  • ଅଳେଇଚ ଗୁଣ୍ଡ - ଅଧ ଚାମଚ
  • ଶୁଦ୍ଧ ଦେଶୀ ଘିଅ - ୫୦୦ ମିଲିଲିଟର

ସାଧାରଣତଃ ଏହାସବୁଥିରେ ଏହା ହୋଇଥାଏ । କିନ୍ତୁ ପ୍ରକୃତରେ ଅନ୍ୟ କିଛି ଜିନିଷ ମଧ୍ୟେ ପଡେ ଯାହା ଆର୍ତ ସାହୁଙ୍କର ବଂଶଧରମାନେ ଗୁପ୍ତ ଭାବରେ ରଖିଛନ୍ତି ।

ତିଆରି ପ୍ରଣାଳୀ[ସମ୍ପାଦନା]

ଛେନା, ଅଟା ଓ ଅଳେଇଚ ଗୁଣ୍ଡକୁ ଚକଟି ସେଦୁଅ ପ୍ରସ୍ତୁତ କରାଯାଏ । ସେହି ସେଦୁଅରୁ ଝିଲି ଆକାରର ଗୁଳା ପ୍ରସ୍ତୁତ କରାଯାଇ, ଘିଅରେ ଛାଣାଯାଏ । ତାପରେ ସେଗୁଡିକୁ ଗରମ ଚିନି ଶିରାରେ ପକାଯାଏ ।[୫] ଏହାର ପ୍ରସ୍ତୁତ ପ୍ରଣାଳୀ ସହଜ ଅଟେ । ନିମ୍ନରେ ଦର୍ଶାଗଲା ।[୬]

ଶିରା ପ୍ରସ୍ତୁତି[ସମ୍ପାଦନା]

  • ପ୍ରଥମେ ଆମେ ଶିରା ପ୍ରସ୍ତୁତ କରିବା । ଗୋଟିଏ କପ ପାଣି ଗରମ କରନ୍ତୁ ।
  • ପାଣି ଫୁଟିଲାପରେ ଦୁଇ କପ ଚିନି ପକାଇ ଘାଣ୍ଟନ୍ତୁ । ମନେରଖନ୍ତୁ ପାଣି ଯେତିକି କପ୍ ଦେବେ ତାହାର ଦୁଇଗୁଣା କପ୍ ଚିନି ପକାଇ ଘାଣ୍ଟିବେ ।
  • ଚିନି ପୁରା ମିଳେଇଯିବାପରେ, ଫୁଟିବା ଆରମ୍ଭ କରିବ । ବର୍ତ୍ତମାନ ଶିରା ପ୍ରସ୍ତୁତ ।

ସେଦୁଅ ପ୍ରସ୍ତୁତି[ସମ୍ପାଦନା]

  • ଛେନା ଗୋଟିଏ କପରେ ଦୁଇ ଚାମଚ ଅଟା ପକାଇ ଭଲଭାବରେ ମିଶାଇଦିଅନ୍ତୁ ।
  • ସେଥିରେ ଅଳେଇଚ ଗୁଣ୍ଡ ଅଧା ଚାମଚ ପକାନ୍ତୁ ।
  • ଭଲ ଭାବରେ ମିଶାନ୍ତୁ ଯେପରି ହାତକୁ ମସୃଣ ଲାଗିବ, କିଛି ଦାନା ଦାନା ରହିବ ନାହିଁ ।[୭]
  • ଏକ ସଫା ପଲିଥିନରେ ସେଦୁଅ ରଖନ୍ତୁ । ଏହି ପଲିଥିନରୁ ସେଦୁଅ କାଢିକରି ଆମେ ଝିଲ୍ଲୀର ଆକାର ପାଇ ପାରିବା ।

ଛେନା ଗୁଳା ପ୍ରସ୍ତୁତି[ସମ୍ପାଦନା]

  • ଏକ କଡେଇରେ ଘିଅକୁ ପକାଇ ଗରମ କରନ୍ତୁ ।
  • ଘିଅ ଉପଯୁକ୍ତ ଗରମ ହୋଇଛି କି ନାହିଁ ଜାଣିବା ନିମିତ୍ତ ଛୋଟ ସେଦୁଅ ଟିକେ ପକାନ୍ତୁ, ଯଦି ଏହା ଉପରକୁ ଉଠିଆସିଲା ତେବେ ଆମେ ଛଣା ଛଣି ନିମନ୍ତେ ପ୍ରସ୍ତୁତ ।
  • ହାତ ପାପୁଲିରେ କିଛି ତେଲ ଲଗାନ୍ତୁ ଯେଉଁଥିରେ ଝିଲ୍ଲୀର ଆକାର ଗୋଲ କରାଯିବ ।
  • ପଲିଥିନରୁ ସେଦୁଅ ଗୋଲ ଗୋଲ କରି କାଢି କଡେଇଟି ପୂର୍ଣ୍ଣ ହେବାଯାଏଁ ପକାଇ ଚାଲନ୍ତୁ ।
  • ମଧ୍ୟମ ଗ୍ୟାସ ଆଞ୍ଚରେ ଘାଣ୍ଟନ୍ତୁ ।
  • ଗାଢ଼ ସୁବର୍ଣ୍ଣ ମାଟିଆ ରଙ୍ଗ ହେଲା ପର୍ଯ୍ୟନ୍ତ ଘାଣ୍ଟି ଚାଲନ୍ତୁ ।

ଶେଷ ପର୍ଯ୍ୟାୟ[ସମ୍ପାଦନା]

  • ଛେନା ଗୁଳାଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଶିରାରେ ବୁଡ଼ାଇ ରଖନ୍ତୁ ।
  • ମନେରଖନ୍ତୁ ଗରମ ଗରମ ଗୁଳା ପକାଇବା ସମୟରେ ଶିରା କିଞ୍ଚିତ ମାତ୍ରାରେ ଗରମ ଥିବା ଆବଶ୍ୟକ ।
  • ଏହାକୁ ପାଖାପାଖି ଦୁଇ ଘଣ୍ଟା ସମୟଧରି ବୁଡ଼ାଇ ରଖନ୍ତୁ ।
  • ଦୁଇ ଘଣ୍ଟା ପରେ ଏହା ଥଣ୍ଡା ହୋଇଯାଇଥିବ । ଆପଣ ଜାଣିଥିବେ ଛେନାଝିଲ୍ଲୀକୁ ଥଣ୍ଡା ଖାଆନ୍ତି, ବର୍ତ୍ତମାନ ଝିଲ୍ଲୀକୁ ଶୀରାରୁ କାଢନ୍ତୁ । ଛେନାଝିଲ୍ଲୀ ଏବେ ପେଟପୁଜା ପାଇଁ ପ୍ରସ୍ତୁତ ।

ଆଧାର[ସମ୍ପାଦନା]

  1. https://odishasuntimes.com/delicious-odia-cuisines-on-pm-modis-platter-during-odisha-visit/
  2. https://food.ndtv.com/food-drinks/where-and-what-to-eat-in-odisha-orissa-1409381
  3. http://www.dharitri.com/main/top5_details/21
  4. https://odishasuntimes.com/lord-jagannath-his-insatiable-sweet-tooth/
  5. S. K. Das (2002). A Bride For Jagannatha. Dronequill Fiction. ISBN 978-81-901382-0-8.
  6. https://www.youtube.com/watch?v=wOn5n8Bbg7A
  7. https://www.youtube.com/watch?v=5He8RJALh_Y