ମଣ୍ଡା ପିଠା
![]() ପୁର ଦିଆ ମଣ୍ଡା ପିଠା | |
ଆରମ୍ଭ | |
---|---|
ଅଲଗା ନାଆଁ | ମଣ୍ଡା |
ମୂଳ ଜାଗା | ଓଡ଼ିଶା |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଚାଉଳ ଚୂନା, ଗୁଡ଼, ନଡ଼ିଆ |
ମଣ୍ଡା ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଗୁଡ଼ ଓ ନଡ଼ିଆରୁ ତିଆରି ପୁରଦେଇ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ମୌସୁମୀର ଆରମ୍ଭରେ ଓ ପରେ ମାଣବସା ଗୁରୁବାର, ଦୁର୍ଗା ପୂଜା, କୁଆଁର ପୁନେଇଁ, ଗହ୍ମା ପୁନେଇଁ ଆଦିରେ ତିଆରି କରାଯାଇଥାଏ ।
ତିଆରି ପ୍ରଣାଳୀ[ସମ୍ପାଦନା]
ମଣ୍ଡା ପିଠାର ବାହାର ଏକ ବହଳିଆ ଚାଉଳ ଚୂନାରୁ ତିଆରି ଜନ୍ତଣିରେ ତିଆରି କରାଯାଇ ତାହା ଭିତରେ ଗୁଡ଼ ଓ ନଡ଼ିଆ ବା ଛେନାର ପୁର ଦେଇ ବାହାର ଭାଗକୁ ପୁରାପୁରି ବନ୍ଦ କରାଯାଇଥାଏ ଓ ଏକ ବାମ୍ଫ ପାତ୍ର ଭିତରେ ସିଝାଯାଇଥାଏ । ଅନେକ ଲୋକ ମଣ୍ଡା ପୁର ପାଇଁ ଗରମ ମସଲାରେ ଭଜା ଆଳୁ ମଟର, ବନ୍ଧାକୋବି ଇତ୍ୟାଦି ବ୍ୟବହାର କରନ୍ତି । ଦହି ଛେନା ପୁର ଦିଆ ମଣ୍ଡା ଏକ ଡେଲିକାସି ଭାବରେ ଗଣାଯାଏ ।