ପୋଡ଼ ପିଠା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପୋଡ଼ ପିଠା
ଯନ୍ତା ପୋଡ଼ ପିଠା
ଆରମ୍ଭ
ଅଲଗା ନାଆଁ ପୋଡ଼
ମୂଳ ଜାଗା  ଭାରତ
ଅଞ୍ଚଳ ଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣ ଖାଲି ବା କ୍ଷୀର ସହିତ, ଭୋଗ ଭାବରେ
ବାଢ଼ିବାର ତାତି ଗରମ, ଥଣ୍ଡା
ମୂଳ ଉପାଦାନ ଚାଉଳ, ଗୁଡ଼, ନଡ଼ିଆ, ଗୁଡ଼

ପୋଡ଼ ପିଠା ବା ପୋଡ଼ାପିଠା ଏକ ପାରମ୍ପାରିକ ଓଡ଼ିଆ ପିଠା । ଏହା ଚାଉଳ ଚୁନା ଓ ଗୁଡ଼/ଚିନିତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରିକରାଯାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ କାଜୁ, କିସମିସ ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।[୧]

ପୋଡ଼ ପିଠା

ବାହୁଡ଼ା ଯାତ୍ରାରେ ପୋଡ଼ ପିଠା[ସମ୍ପାଦନା]

ବାହୁଡ଼ା ଦିନ ରଥାରୁଢ଼ ହୋଇ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଳଗନ୍ନାଥଙ୍କ ରଥ ମାଭସୀଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ରଥ ଗଡ଼େ । ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ । ପୁରୁଷାନୁକ୍ରମିକ ମାଉସୀ ମା'ଙ୍କ ସେବକ ଏହି ସେବା କରନ୍ତି । ଅଟା, ଘିଅ, ଚିନି, ଛେନା, ଲବଙ୍ଗ, ଗୁଜୁରାତି ପକାଯାଇ ତିନି ଠାକୁରଙ୍କ ପାଇଁ ତିନିଟି ପୋଡ଼ପିଠା ପ୍ରସ୍ତୁତ ହୁଏ । ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା' ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ । ପରେ ଏହାକୁ ମାଟିହାଣ୍ଡିରେ ରଖାଯାଏ । ହେରାପଞ୍ଚମୀରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୁଏ । ସେବକଙ୍କ ତତ୍ତ୍ବାବଧାନରେ ୩ଜଣା ବ୍ରାହ୍ମଣ ପ୍ରସ୍ତୁତ କରନ୍ତି । ମହାପ୍ରଭୁଙ୍କର ପୋଡ଼ ପିଠା ଅତ୍ୟନ୍ତ ପ୍ରିୟ ବୋଲି ବିଶ୍ଵାସ ରହିଛି । [୨]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]