କାକରା ପିଠା

ଉଇକିପିଡ଼ିଆ‌ରୁ
କାକରା ପିଠା
ପୁର ଦିଆ କାକରା ପିଠା
ଆରମ୍ଭ
ଅଲଗା ନାଆଁକାକରା
ମୂଳ ଜାଗା ଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନମଇଦା, ଗୁଡ଼, ନଡ଼ିଆ
ସୂଜି କାକରା

କାକରା ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ମଇଦା, ଗୁଡ଼ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ ।

୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ଭାର ରାଜା ପୁରୁଷୋତ୍ତମ ମର୍ଦ୍ଦରାଜ ନେଇଥିଲେ । ଜଗନ୍ନାଥ ସଂସ୍କୃତି ଜନାଦୃତ କରିବା ଉଦ୍ଦେଶରେ ରାଜାମାନେ ପ୍ରଜାଙ୍କ ଭାବନାକୁ ଆଖିରେ ରଖି ବିଭିନ୍ନ ପୂଜା ପର୍ବାଣିସବୁ ଯୋଡ଼ିଥିଲେ । ସେ ଦଧିବାମନଜଗନ୍ନାଥ ମନ୍ଦିରମାନଙ୍କରେ ପ୍ରଥମଥର ପାଇଁ ପୁର କାକରା ଓ ବସା ଦହି ଭୋଗ ଯୋଡ଼ିଥିଲେ । ଖଣ୍ଡପଡ଼ାରେ ଏହି ଭୋଗ ଅଜିଯାଏ ନିଆରା ପରମ୍ପରା ଭାବେ ପରିଚିତ ହେଉଛି । [୧]

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ପାଣି ଓ ଗୁଡ଼/ଚିନିକୁ ମିଶାଇ ଗରମ କରାଯାଏ ଓ ସେଥିରେ ମଇଦାକୁ ଗୋଳାଯାଏ । ଏହି ପ୍ରକିୟାକୁ ଜନ୍ତଣି କୁହାଯାଏ । ତାପରେ କିଛି ଘିଅ କି ଗରମ କରାଯାଇ ସେଥିରେ ଗୋଲମରିଚ, ଗୁଜରାତି, ଲବଙ୍ଗର ଗୁଣ୍ତକୁ ମିଳାଯାଏ ଏବଂ ପରେ କୋରା ନଡ଼ିଆ ମିଶାଇ କିଛି ସମୟ ଭଜା ଯାଇଥାଏ ।

ଏହି ଜନ୍ତଣିରୁ ପିଠା ଆକାରରେ ଛୋଟ ଛୋଟ ଗୁଳା ତିଆରି କରାଯାଇ ସେଥିରେ ଭଜା ହୋଇଥିବା ନଡ଼ିଆ ପୁର ମିଶାଇ ପିଠା ଗଢ଼ା ହୋଇଥାଏ ତାପରେ ତାକୁ ଗରମ ତେଲରେ ଛଣା ଯାଏ ।[୨]

କାକରା ପିଠା

ବିଭିନ୍ନ ପ୍ରକାର କାକରା ପିଠା କରାଯାଏ । ସେଗୁଡ଼ିକ ହେଲା; ସୂଜି କାକରା, ଚାଉଳ ଚୂନା କାକରା, ମଉଦା କାକରା, ଅଟା କାକରା, ପୁର କାକରା ଇତ୍ୟାଦି । ଏସବୁର ପ୍ରସ୍ତୁତି ପ୍ରଣାଳୀ ପ୍ରାୟ ସମାନ ।

ଖଣ୍ଡପଡ଼ା ପୁର କାକରା[ସମ୍ପାଦନା]

ଏଇ ପୁର କାକରା ତିଆରି ପାଇଁ ଅଟାର କାକରା କରାଯାଇ ସେଥିରେ ନଡ଼ିଆ ପୁର ଦିଆଯାଏ । ନଡ଼ିଆ ପୁରକୁ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଚିନି ଓ ଘିଅ ମିଶାଯାଇ ଭଜାଯାଇଥାଏ । ଅଧିକ ସ୍ୱାଦିଷ୍ଟ କରିବା ପାଇଁ ପରେ ସେଥିରେ ଗୋଲ ମରିଚକର୍ପୂର ମଧ୍ୟ ପକାଯାଇଥାଏ ।

ଆଧାର[ସମ୍ପାଦନା]

  1. "ଗଡ଼ଜାତରେ ଜଗନ୍ନାଥ - ଖଣ୍ଡପଡ଼ାର ଦଧିବାମନ". Odishatime.com. Retrieved 8 January 2017.
  2. "My Receipe - Suji Kakara". nuaodisha.com. 2012. Retrieved 13 June 2012. Heat oil in a frying pan and deep fry the above flatten balls in a lower flame till it turns golden brown from each side