କୋରାଖଇ

ଉଇକିପିଡ଼ିଆ‌ରୁ
କୋରାଖଇ
ଆରମ୍ଭ
ଅଲଗା ନାଆଁମୁଆଁ
ମୂଳ ଜାଗା ଭାରତ
ଅଞ୍ଚଳଭୁବନେଶ୍ୱର, ଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିମନ୍ଦିର ଭୋଗ
ମୂଳ ଉପାଦାନଖଇ, ଗୁଡ଼, ନଡ଼ିଆ, ଗୁଜୁରାତି ଅଳେଇଚ

କୋରାଖଇ ଏକ ଓଡ଼ିଆ ଖାଦ୍ୟ ଯାହା ଖଇ, ଗୁଡ଼ନଡ଼ିଆରୁ ତିଆରି କରାଯାଇଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏହି ଖାଦ୍ୟ ପାଇଁ ଜଣାଶୁଣା । ଓଡ଼ିଶାର ମନ୍ଦିରମାନଙ୍କରେ ଏହା ଭୋଗ ଭାବରେ ମଧ୍ୟ ମିଳିଥାଏ । ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କୋରାଖଇ ଅର୍ପଣ କରାଯାଇଥାଏ ।[୧]

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ରାସେଣି/ସିରା ତିଆରି:

ଏଥି ପାଇଁ ଗୁଡ଼ ବା ଚିନିକୁ ଗରମ ପାଣିରେ ମିଳାଇ ବହଳିଆ ରାସେଣି ତିଆରି କରାଯାଇଥାଏ । ସେଥିରେ ଗୁଜୁରାତି ଅଳେଇଚ ଓ ଖଣ୍ଡ ନଡ଼ିଆ ମିଶାଯାଇଥାଏ ।

କୋରା ତିଆରି:

କୋରା ବା କୋରାଖଇ ପାଇଁ ଏହି ରାସେଣିରେ ଖଇ ଗୋଳାଇ ଘଣ୍ଟାଯାଇଥାଏ ଯେମିତି ଏହା ସବୁ ଖଇ ସହ ଭଲଭାବରେ ଲାଗିଯିବ । ଏହା ପରେ ଏହି ଉଖୁଡ଼ାକୁ ହାତରେ ବା ଏକ ପାତ୍ର ସାହାଯ୍ୟରେ ଚାପି ବଡ଼ ବଡ଼ ଖଣ୍ଡ ତିଆରି କରାଯାଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]