ମାଛ ଭଜା
Jump to navigation
Jump to search
![]() ମାଛ ଭଜା | |
ପରଷା | Seafood Dish |
---|---|
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା କେରଳ |
ମୁଖ୍ୟ ଉପାଦାନ | ମାଛ,ମସଲା |
![]()
|
ମାଛ ଭଜା ଏକ ଆମିଷ ଖାଦ୍ୟ। ଏହାକୁ ପଖାଳ ସହିତ ଖାଆନ୍ତି।
ସାମଗ୍ରୀ[ସମ୍ପାଦନା]
- ମାଛ ୫୦୦ ଗ୍ରାମ୍
- ଲଙ୍କା ୪ ଗୋଟି
- ଅଦା
- ଧନିଆ ପତ୍ର
- ବେସନ ୨ ଚାମଚ
- ଲଙ୍କାଗୁଣ୍ଡ
- ୧ଟି ବଡ ପିଆଜ
- ଅଦା ରସୁଣ ପେସ୍ଟ୍
- ଚାଉଳ ଅଟା
- ଜିରା ୧ ଚାମଚ
- ହଳଦୀ ୧ ଚାମଚ
- ଲେମ୍ବୁ ରସ
- ଲୁଣ ସ୍ୱାଦ ଅନୁସାରେ
- ତେଲ
ତିଆରି ପ୍ରଣାଳୀ[ସମ୍ପାଦନା]
ପ୍ରଥମେ ମାଛକୁ ଭଲକରି ସଫାକରି ସେଥିରେ ଲୁଣ, ହଳଦୀ ପକାଇ ଭଲକରି ମିଶାଇ ରଖିଦିଅନ୍ତୁ । ଏକ ପାତ୍ରରେ ବେସନ,ଧନିଆ ପତ୍ର,ଚାଉଳ ଅଟା, ଧନିଆ ପତ୍ର, ଲଙ୍କାଗୁଣ୍ଡ,ଲେମ୍ବୁରସ ଏବଂ ଅଦାରସୁଣ ପେସ୍ଟ ପକାଇ ସାରି ମାଛକୁ ଏହା ସହିତ ଭଲ ଭାବେ ମିଶାଇ ରଖନ୍ତୁ । ଏବେ ଏକ କଢେଇରେ ତେଲ ଗରମ କରି ଲଙ୍କା ପକାନ୍ତୁ, ଏହାପରେ ମାଛକୁ ପକାଇ କିଛି ସମୟ ଭାଜନ୍ତୁ। ସବୁ ମାଛ ଖଣ୍ଡ ଭାଜି ସାରିଲା ପରେ ପାତ୍ରରେ ସଜାଇ ପଖାଳ ସହିତ ପରଷନ୍ତୁ।