ଜହ୍ନି ଚୋପା ଚଟଣୀ
Jump to navigation
Jump to search
![]() | ଏହି ପ୍ରସଙ୍ଗଟିରେ ବୋଧ ହୁଏ ବ୍ୟାକରଣ, ଲିଖନ ଶୈଳୀ, କୋହେସନ, ଢଙ୍ଗ ବା ବନାନ ସୁଧାରିବାକୁ ପଡ଼ିପାରେ । ଆପଣ ସମ୍ପାଦନ କରି ଏହାକୁ ସୁଧାରି ପାରନ୍ତି । |
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଜହ୍ନିଚୋପା, ସୋରିଷତେଲ, ଜିରା, ରସୁଣ, ଅଦା, କଞ୍ଚାଲଙ୍କା, ତେନ୍ତୁଳି, ଲୁଣ |
ଜହ୍ନି ଚୋପା ଚଟଣୀ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।
ଉପାଦାନ[ସମ୍ପାଦନା]
- ଜହ୍ନିଚୋପା – ୫୦୦ ଗ୍ରାମ
- ସୋରିଷତେଲ – ଆବଶ୍ୟକ ମୁତାବକ
- ଜିରା – ଅଧ ଚାମଚ
- ରସୁଣ – ସାତ ଆଠ କଲି
- ଅଦା - ଇଞ୍ଚେ
- କଞ୍ଚାଲଙ୍କା – ଚାରି ପାଞ୍ଚଟି (ରାଗକୁ ଦେଖି)
- ତେନ୍ତୁଳି ଆବଶ୍ୟକତା ଅନୁସାରେ
- ଲୁଣ ଆବଶ୍ୟକତା ଅନୁସାରେ
ତିଆରି ପ୍ରଣାଳୀ[ସମ୍ପାଦନା]
ଜହ୍ନିରୁ ଚୋପା ଛଡ଼ାଇ ଚୋପାକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ଜହ୍ନି ଚୋପାକୁ ପକାନ୍ତୁ। ଏହା ପରେ ଲୁଣ ଦେଇ ଘୋଡ଼ାଇ ଦିଅନ୍ତୁ। ଦୁଇ ତିନି ମିନିଟ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ସହିତ ବାଟି ଦିଅନ୍ତୁ।
ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।
ଆଧାର[ସମ୍ପାଦନା]
- ଖାଆନ୍ତୁ ଓ ଖୁଆନ୍ତୁ – ଅରୁଣା ମହାନ୍ତି - ପ୍ରଜାତନ୍ତ୍ର ସାପ୍ତାହିକୀ-(୨-୮ ଡିସେମ୍ବର ୨୦୦୧)