ମସୁର (ମିଠା)

ଉଇକିପିଡ଼ିଆ‌ରୁ


ମସୁର (ମିଠା)
ଗରମ କଫି ସହିତ ମସୁର
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା, ଭାରତର ବାକି ରାଜ୍ୟ
ଖାଇବାର ସବିଶେଷ
ଖାଇବାର ମେଳଣଜଳଖିଆ, ଚାହା/କଫି ସହିତ
ବାଢ଼ିବାର ତାତିଗରମ, ଥଣ୍ଡା
ମୂଳ ଉପାଦାନମ‌ଇଦା, ଚିନି, ଘିଅ

ମସୁର ଏକ ଭାରତୀୟ ଖାଦ୍ୟ ଯାହା ମ‌ଇଦାରୁ ତିଆରି ହୋଇଥାଏ । ଏହା ଦେଖିବାକୁ ଲମ୍ବା ଓ ଚାରିକୋଣିଆ ହୋଇଥାଏ । ଏହାକୁ ଅନେକ ଦିନ ଧରି ଡବାରେ ସାଇତି ରଖାଯାଇପାରେ । ଏହାକୁ ଗରମ ଓ ଥଣ୍ଡା ଖିଆଯାଇପାରେ ।

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ମ‌ଇଦାଓ ଚିନିକୁ ଅଳ୍ପ ଘିଅରେ ଗୋଳାଯାଏ, ତାହାପରେ ସେଥିରେ ଅଳ୍ପ ପାଣି ମିଶାଇ ଚକଟି ରୁଟି ଗୁଳା ପରି ବଡ଼ ବଡ଼ ଖଣ୍ଡ ମାନ ତିଆରି କରି କେଇ ମିନିଟ ରଖାଯାଏ । ତାହାପରେ ଏହାକୁ ଛୁରିରେ କାଟି ଚାରିକୋଣିଆ ଆକାରରେ ଗଢ଼ାଯାଇଥାଏ । ତାହାପରେ ଏହାକୁ ଧିମା ଆଞ୍ଚରେ ଘିଅ ବା ତେଲରେ ଛଣାଯାଇଥାଏ । ଚିନିରେ ରାସେଣି ବା ସିରା ତିଆରି କରାଯାଇ ଏହି ଛଣା ମସୁରକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]