ଘାଣ୍ଟ

ଉଇକିପିଡ଼ିଆ‌ରୁ
ଘାଣ୍ଟ
ଶାମ୍ବ ଦଶମୀରେ ହେଉଥିବା ଘାଣ୍ଟ
ପ୍ରକାରତରକାରୀ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ସମ୍ବନ୍ଧିତ ଜାତୀୟ ଖାଦ୍ୟଓଡ଼ିଆ
ମୁଖ୍ୟ ଉପାଦାନପନିପରିବା (ସାରୁ, ବୁଟ, ଖମ୍ବ ଆଳୁ, କଞ୍ଚା କଦଳୀ, କଖାରୁ, ବାଇଗଣ), ମାଛ (ମୁଣ୍ଡ), ସୋରିଷ ତେଲ
ସାଦା ଘାଣ୍ଟ

ଘାଣ୍ଟ (ମହୁର ନାମରେ ମଧ୍ୟ ଜଣା) ବିଭିନ୍ନ ପନିପରିବା ବା ମାଛ ସହ ପରିବା ମିଶାଇ ତିଆରି କରାଯାଉଥିବା ଏକ ପ୍ରକାରର ଓଡ଼ିଆ ରନ୍ଧା ଖାଦ୍ୟ । ସାଦା ଘାଣ୍ଟରେ ବିଭିନ୍ନ ସିଝା ପରିବା, ସିଝା ବୁଟ ଓ ବଡ଼ିଭଜା ଆଦି ପଡ଼ି ହେଉଥିବା ବେଳେ ମାଛ ଘାଣ୍ଟରେ ମାଛ ବା ମାଛ ମୁଣ୍ଡ ପଡ଼ି ହୋଇଥାଏ । ଘାଣ୍ଟ ଦେଉଳିଆ ଖାଦ୍ୟରେ "ମହୁର" ନାମରେ ରନ୍ଧାଯାଇଥାଏ ଓ ସେଠାର ବାକି ରନ୍ଧାଖାଦ୍ୟ ଭଳି ଏଥିରେ ପିଆଜ, ରସୁଣ ନପଡ଼ି ରନ୍ଧାଯାଇଥାଏ । ମହୁରରେ ସାଧାରଣତଃ ସାରୁ, ବୁଟ, ଖମ୍ବ ଆଳୁ, କଞ୍ଚା କଦଳୀ, କଖାରୁ, ଓ ବାଇଗଣ ଆଦି ପଡ଼ିଥାଏ ।[୧] ଓଡ଼ିଶାର ବାକି ଖାଦ୍ୟ ଭଳି ଘାଣ୍ଟ ସାଧାରଣତଃ ସୋରିଷ ତେଲରେ ଛୁଙ୍କ ହୋଇଥାଏ ।[୨]

ବିହଙ୍ଗବାଲୋକନ[ସମ୍ପାଦନା]

ଖଡ଼ା ଶାଗ ପଡ଼ି ହୋଇଥିବା ଶାଗ ଘାଣ୍ଟ ।

ସାଦା ଘାଣ୍ଟ ତିଆରି ପାଇଁ ଆଳୁ, ମୂଳା, ବାଇଗଣ, କଞ୍ଚା କଦଳୀ, କଖାରୁ ଆଦି ପରିବାକୁ ସେଗୁଡ଼ିକର ସିଝିବା ସମୟ ଅନୁସାରେ ଦୁଇଭାଗ କରି ଅଲଗା କରିଦିଆଯାଏ । ଏକ ପାତ୍ରରେ ପାଣି ନେଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ସହ ସିଖିବା ପାଇଁ ଅଧିକ ସମୟ ଲାଗୁଥିବା ପରିବାକୁ ସିଝାଯାଏ । ଅଧା ସିଝି ଆସିଲେ ସେଥିରେ ବାକି ଅଧା ଭାଗ ପରିବାକୁ ସେଥିରେ ମିଶାଇ ପୂରା ସିଝାଯାଏ । ପରିବାସବୁ ସିଝିଗଲା ପରେ ଏକ ପାତ୍ରରେ ଫୁଟଣ ଓ ରସୁଣ ଛୁଙ୍କ ଦେଇ ସିଝା ପରିବା ଏଥିରେ ମିଶାଯାଏ ଓ ପାଣି ମରିଆସିବା ଯାଏ ଗରମ କରାଯାଏ ।[୩]

ଶାଗ ଘାଣ୍ଟ ପାଇଁ ଖଡ଼ା ବା କୋଶଳା, ଏବଂ ପୋଇ ଆଦି ଶାଗ ବ୍ୟବହାର କରାଯାଏ । ପୋଇ, କଖାରୁ, ବାଇଗଣ, ଜହ୍ନି, ସାରୁ, ଆଳୁ ଆଦି ସହ ମାଛ ମୁଣ୍ଡ ପକାଇ ମାଛ ଛେଞ୍ଚେଡ଼ା ଓ ମାଛ ଘାଣ୍ଟ ରନ୍ଧାଯାଇଥାଏ ।[୪]

ସମାନ ଧରଣର ଖାଦ୍ୟ[ସମ୍ପାଦନା]

ସନ୍ତୁଳା ସମାନ ଧରଣର ପଦ୍ଧତିରେ ରନ୍ଧାଯାଇଥାଏ । ସେଥିରେ ବ୍ୟବହୃତ ଉପାଦାନ ପାଖାପାଖି ସମାନ ହେଲେ ହେଁ ସେଥିରେ ସାମାନ୍ୟ ଝୋଳ ରହିଥାଏ । ଘାଣ୍ଟ ସାଧାରଣ ଖାଦ୍ୟ ଭାବେ ଖିଆ ହେଲା ବେଳେ ସନ୍ତୁଳା ପଥି ଭାବେ ମଧ୍ୟ ଖିଆଯାଇଥାଏ ।[୫]

ଜଗନ୍ନାଥ ମନ୍ଦିରରେ ରନ୍ଧା ଛପନ ଭୋଗ ଅନ୍ତର୍ଭୁକ୍ତ ମହୁରରେ ଆଳୁ ଓ ବିଲାତି ବାଇଗଣ ବ୍ୟବହାର ନ ହୋଇ କେବଳ ଖମ୍ବଆଳୁ ପଡ଼ିଥାଏ । ଏହା ଆନନ୍ଦ ବଜାରରେ ବିକ୍ରି ହେଉଥିବା ଭୋଗ ଭିତରୁ ଏକ ।[୬]

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Data and Expo India Pvt Ltd; Ashutosh Goyal (1 May 2014). RBS Visitors Guide INDIA - Odisha: Odisha Travel Guide. Data and Expo India Pvt. Ltd. pp. 40–. ISBN 978-93-80844-82-4.
  2. Rocky Singh; Mayur Sharma (25 July 2014). Highway on my Plate - II: the indian guide to roadside eating. Random House India. pp. 391–. ISBN 978-81-8400-642-1.
  3. Laxmi Parida (April 2003). Purba: Feasts From The East: Oriya Cuisine from Eastern India. iUniverse. pp. 115–. ISBN 978-0-595-26749-1.
  4. Das, Sarita. "Machha Chhencheda (with poi saga)". Odiakitchen.com. Archived from the original on 21 April 2021. Retrieved 16 April 2018.
  5. Sujata Patnaik (2010). Classic Cooking of Orissa. Allied Publishers. pp. 14–. ISBN 978-81-8424-584-4.
  6. Narayan Miśra (2007). Annals and Antiquities of the Temple of Jagannātha. Sarup & Sons. pp. 134–. ISBN 978-81-7625-747-3.