Jump to content

ବନ୍ଧା କୋବି ଚଟଣୀ

ଉଇକିପିଡ଼ିଆ‌ରୁ
ବନ୍ଧା କୋବି ଚଟଣୀ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନବନ୍ଧା କୋବି, ରାଶି, ରସୁଣ, ଅଦା, କଞ୍ଚାଲଙ୍କା, ତେନ୍ତୁଳି, ଲୁଣ, ହଳଦୀ, ଜିରା, ତେଲ

ବନ୍ଧା କୋବି ଚଟଣୀ ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ। ବନ୍ଧା କୋବିକୁ ସନ୍ତୁଳି ସ୍ଵାଦ ଅନୁସାରେ ଲୁଣ ମିଶାଇ ରସୁଣ, ଅଦା, କଞ୍ଚା ଲଙ୍କା, ହଳଦୀ, ଜିରା, ତେଲ ଓ ରାଶି ମିଶାଇ ଚଟଣୀ ପ୍ରସ୍ତୁତ କରାଯାଇଥାଏ। ଏହାକୁ ପଖାଳ ସହ ଖାଇଲେ ଭାରି ମଜା ଲାଗେ।

ଉପାଦାନ

[ସମ୍ପାଦନା]

ତିଆରି ପ୍ରଣାଳୀ

[ସମ୍ପାଦନା]

ବନ୍ଧାକୋବିକୁ କାଟି, ଧୋଇ, ଛାଣି ରଖନ୍ତୁ। ରାଶିକୁ ଭାଜି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ବନ୍ଧା କୋବିକୁ ପକାନ୍ତୁ। ଏହା ପରେ ଲୁଣ, ହଳଦୀ ଦେଇ ଘୋଡ଼ାଇ ଦିଅନ୍ତୁ। ତିନି ମିନିଟ୍ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ଓ ରଖିଥିବା ଭଜା ରାଶି ସହିତ ବାଟି ପରସି ଦିଅନ୍ତୁ।

ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।

  • ଖାଆନ୍ତୁ ଓ ଖୁଆନ୍ତୁ – ଅରୁଣା ମହାନ୍ତି - ପ୍ରଜାତନ୍ତ୍ର ସାପ୍ତାହିକୀ-(୨-୮ ଡିସେମ୍ବର ୨୦୦୧)