ମାଛ ବେସର
Appearance
ମୂଳ ସ୍ଥାନ | ଭାରତ |
---|---|
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
ମୁଖ୍ୟ ଉପାଦାନ | ମାଛ,ସୋରିଷ,ଆମ୍ବୁଲ |
ମାଛ ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ।[୧] ବେସର ବଟା (ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବା)ରେ ମାଛ ମିଶାଇ କରାଯାଇଥିବା ଏକ ତରକାରୀ । ମାଛ ବେସର ଝୋଳ ଭଳି ପାଣିଆ ନହୋଇ ବହଳିଆ ହୋଇଥାଏ ।[୨] ମାଛ ବେସର ଓ ଅନ୍ୟାନ୍ୟ କେତେ ବେସରରେ ଆମ୍ବୁଲ ମଧ୍ୟ ପଡ଼ିଥାଏ ।[୨] ମାଛ ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ତରକାରୀ ଭାବେ ଖିଆଯାଇଥାଏ ।[୩]
ପ୍ରକାର ଭେଦ
[ସମ୍ପାଦନା]ମାଛ ବେସର ବଟାରେ ବ୍ୟବହୃତ ଉପାଦାନକୁ ନେଇ ବେସର ମୁଖ୍ୟତଃ ଦୁଇପ୍ରକାରର । ପ୍ରଥମଟି ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଇଥିବା ବେସର ବଟା ପଡ଼ିହୁଏ । ଦ୍ୱିତୀୟ ପ୍ରକାରର ବେସର ସୋରିଷ, ରସୁଣ, ଜିରା ଆଦିକୁ ମିଶାଇ ବାଟି କରାଯାଇଥାଏ । ଏହା ସାଧାରଣତଃ ଘରେ ଓ ଭୋଜି ଆଦିରେ ରନ୍ଧାଯାଇଥାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ ।[୨]
ଆଧାର
[ସମ୍ପାଦନା]- ↑ Data and Expo India Pvt Ltd; Ashutosh Goyal (1 May 2014). RBS Visitors Guide INDIA - Odisha: Odisha Travel Guide. Data and Expo India Pvt. Ltd. pp. 40–. ISBN 978-93-80844-82-4.
- ↑ ୨.୦ ୨.୧ ୨.୨ Bidhu Bhusan Das; Trilochan Misra; Prabhat Nalini Das (1994). Eye to Orissa. Information & Public Relations Department, Government of Orissa.
- ↑ B. B. Jena (1980). Orissa, people, culture, and polity. Kalyani Publishers.