କଖାରୁ ଫୁଲ ଭଜା

ଉଇକିପିଡ଼ିଆ‌ରୁ
କ‌ଖାରୁ ଫୁଲରୁ ତିଆରି ହୋଇଥିବା ବରା ।

କଖାରୁ ଫୁଲ ଭଜା ବା ବୋଇତାଳୁ ଫୁଲ ଭଜା ଓଡ଼ିଶାର ଏକ ରନ୍ଧା ଖାଦ୍ୟ । ଏହା କଖାରୁ ଫୁଲକୁ ଚାଉଳବଟାରେ ବୁଡ଼ାଇ ତେଲରେ ଭାଜି ତିଆରି କରାଯାଇଥାଏ ।[୧] ଏଥି ପାଇଁ ଅଣ୍ଡିରା କଖାରୁ ଫୁଲକୁ ବୃନ୍ତ ସହ ଛିଣ୍ଡାଇ ବ୍ୟବହାର କରାଯାଇଥାଏ । ବତୁରା ଚାଉଳକୁ ଅଦା, କଞ୍ଚାଲଙ୍କା, ଜିରା ଆଦି ସହ ବାଟି ସେଥିରେ ଲୁଣହଳଦୀ ମିଶାଯାଇଥାଏ । ଏକ ତାଉଆରେ ସୋରିଷ ତେଲ ଗରମ କରି ସେହି ବଟାରେ ଫୁଲକୁ ବୁଡ଼ାଇ ତାକୁ ଭଜାଯାଇଥାଏ । ଏହା ସାଧାରଣତଃ ଗରମ ଭାତ ସହ ପରଷାଯାଇଥାଏ ।[୨][୩]

ଆଧାର[ସମ୍ପାଦନା]

  1. "Odia Receipe". nuaodisha.com. 2012. Retrieved 13 June 2012. Kakharu Phula Bhaja
  2. Sujata Patnaik (2010). Classic Cooking of Orissa. Allied Publishers. pp. 8–. ISBN 978-81-8424-584-4.
  3. Rocky Singh; Mayur Sharma (25 July 2014). Highway on my Plate - II: the indian guide to roadside eating. Random House India. pp. 403–. ISBN 978-81-8400-642-1.