Jump to content

ଛେନା ମୁଡୁକି

ଉଇକିପିଡ଼ିଆ‌ରୁ
ଛେନା ମୁଡୁକି
ଛେନା ମୁଡୁକି
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନଛେନା ବା ପନିର, ସୁଜି, ଚିନି, ଅଳେଇଚ, ଗୋଲାପ ଜଳ

ଛେନା ମୁଡୁକି ଛେନାରେ ତିଆରି ଏକ ଭାରତୀୟ ମିଠା । ଛେନା, ଚିନି, ଅଳେଇଚ ଓ ଗୋଲାପ ଜଳ ଆଦି ସାମଗ୍ରୀ ମିଶାଇ ଏହାକୁ ତିଆରି କରାଯାଥାଏ । ଏହା ମୁଖ୍ୟତଃ ଓଡ଼ିଶାପଶ୍ଚିମ ବଙ୍ଗରେ ତିଆରି ହୁଏ ।[୧] ଏହାକୁ ତିଆରି କରିବା ପାଇଁ ଛେନାରୁ ପାଣି ମାରି ତାକୁ ଚକଟି ସେହି ଚକଟାକୁ ଚିନି ଶିରାରେ ମିଶାଇ ରନ୍ଧାଯାଏ । ଏହି ମିଶ୍ରଣ ପୂରା ବହଳିଆ ହୋଇଆସିଲେ ସେଥିରେ ଅଳେଇଚ ଓ ଗୋଲାପ ଜଳ ମିଶାଇ ଥଣ୍ଡା କରାଯାଏ । ଥଣ୍ଡା ହେଲା ପରେ ଖଣ୍ଡ ଖଣ୍ଡ କରି ପରସାଯାଏ ।[୨]

  1. Sunnaja, Mehak. "Chenna Murki Recipe". NDTV Smart Cooky. Retrieved 3 October 2017.
  2. Kapoor, Sanjeev. "How to make Chhenna Murki - Paneer cubes with a thick sugary crust – sweet perfection!". Sanjeev Kapoor. Retrieved 3 October 2017.