ଶ୍ରୀ

ଉଇକିପିଡ଼ିଆ‌ରୁ

ଶ୍ରୀ ହେଉଛି ଶକ୍ତି। ମହାପ୍ରଭୁ ଜଗନ୍ନାଥ ଶ୍ରୀ ଶକ୍ତିକୁ ଧରିଛନ୍ତି । ସେଥିପାଇଁ କୁହାଯାଇଛି ଶ୍ରୀଜଗନ୍ନାଥ । ଶ୍ରୀଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଶ୍ରୀଙ୍କ ମନ୍ଦିର ଶ୍ରୀମନ୍ଦିରରେ ପୂଜିତ ହେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ରୋଷଶାଳାରେ ହେଉଛି ଛପନ ପଉଟି ଭୋଗ ,ସେହି ଭୋଗକୁ ଶ୍ରୀଙ୍କ ପତି ଶ୍ରୀପତି ଶ୍ରୀଜଗନ୍ନାଥ ସେବନ କରୁଛନ୍ତି । ତେଣୁ ସେହି ପ୍ରସାଦ କେବଳ ମହାପ୍ରସାଦ ନୁହେଁ ତାହା ଶ୍ରୀଶ୍ରୀପ୍ରସାଦ । ଶ୍ରୀଙ୍କ ବିନା ପ୍ରସାଦର ପରିକଳ୍ପନା ହେଉନଥିବାରୁ ଏହାକୁ ଶ୍ରୀପ୍ରସାଦ ବୋଲି କହନ୍ତି । କିନ୍ତୁ ଏବେ ମହାପ୍ରସାଦ ବା ମହାର୍ଦ୍ଦ ବୋଲି କହୁଛନ୍ତି ।

ସଂସ୍କୃତରେ ଶ୍ରୀ

ଐତିହାସିକଙ୍କ ମତ[ସମ୍ପାଦନା]

ମହାପ୍ରଭୁଙ୍କ ପ୍ରସାଦର ନାମ ଶ୍ରୀଶ୍ରୀପ୍ରସାଦ ହେଲେ ଏହାର ଯଥାର୍ଥତା ବିଶାଳ ହବ । ଶାଣ୍ଡିଲ୍ୟ ମହର୍ଷିଙ୍କ ଅମଳ କଥା । ଐତିହାସିକମାନେ ମହର୍ଷି ଶାଣ୍ଡିଲ୍ୟଙ୍କ ସମୟକୁ ଚତୁର୍ଥ ଶତାବ୍ଦୀ ବୋଲି ଧାର୍ଯ୍ୟ କରିଛନ୍ତି । ଧ୍ୟାନରତ ମହର୍ଷି ଅଖଣ୍ଡ ଭାରତର ସମସ୍ତ ଧର୍ମ ପିଠା ବୁଲିବାକୁ ଇଛା କଲେ। ସବୁ ଧର୍ମ ପିଠା ଭ୍ରମଣ କଲେ । ଶେଷରେ ତାଙ୍କର ଇଛା ହେଲା ପୁରୁଷୋତ୍ତମ ଧାମକୁ ଯାନୀ ଦର୍ଶନ କରିବେ । ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳା ଦେଖିଲେ, ପ୍ରସାଦ ମଧ୍ୟ ସେବନ କଲେ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ ଫେରିଲାପରେ ସେ ପୋଥିଟିଏ ଲେଖିଲେ ଏବଂ ତାରନାମ ଦେଲେ ଶାଣ୍ଡିଲ୍ୟସଂହିତା । ଏହି ସଂହିତାଟି ମୋଟ ୫ ଖଣ୍ଡ ପୋଥିକୁ ନେଇ ରଚନା କଲେ । ୪ ଖଣ୍ଡକୁ ବାଦ ଦେଲେ ପଞ୍ଚମ ଖଣ୍ଡ ପୋଥି ହଉଛି ହରିଭକ୍ତ ଖଣ୍ଡ। ହରିଭକ୍ତ ଖଣ୍ଡର ୪ର୍ଥ ଅଂଶର ୧୧ ଅଧ୍ୟାୟରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅନୁଭୂତିକୁ ବର୍ଣ୍ଣନା କରାଯାଇଛି ।

ଶାଣ୍ଡିଲ୍ୟ ଲେଖିଛନ୍ତି ଭାରତର ଅନେକ କ୍ଷେତ୍ରକୁ ଯିବାପରେ ଶେଷରେ ଜଗନ୍ନାଥ କ୍ଷେତ୍ରରେ ପହଞ୍ଚିଥିଲେ । ମହାପ୍ରଭୁ କ୍ଷେତ୍ରର ବହୁ ପ୍ରସିଦ୍ଧି ସେ ଶୁଣିଥିଲେ । ହେଲେ ସେସବୁ ତାଙ୍କ ମନକୁ ପାଇଲା ନାହିଁ । ଏହାପରେ ସେ ଆଖି ବନ୍ଦ କରି ଦୀର୍ଘ ସମୟ ଢେର ବିଚାର କଲେ । ମୁଦ୍ରିତ ଚକ୍ଷୁ ଖୋଲିଲେ, ସେତେବେଳକୁ ସେ ଭାବରେ ଗଦଗଦ ହୋଇ ପଡିଥିଲେ ସେ । ଶିଷ୍ୟମାନଙ୍କ ଆଗରେ ତାଙ୍କ ପାଟିରୁ ବାହାରି ଆସିଲା 'ଆଃ! ଏହି ତ ପ୍ରକୃତ ସତକ୍ଷେତ୍ର' । ସତ୍ୟର ଯେପରି ବିନାଶ ନାହିଁ ,ସେହିପରି ସତକ୍ଷେତ୍ରର ମଧ୍ୟ ବିନାଶ ନାହିଁ । ତେଣୁ ଶ୍ରୀକ୍ଷେତ୍ରରେ ମହର୍ଷି ବହୁଦିନ ପର୍ଯ୍ୟନ୍ତ ରହିଯାଇଥିଲେ ଓ ରହଣି କଳାରେ ସେ ପ୍ରସାଦ ସେବା କଲେ । ପ୍ରସାଦ ସେବା କଲା ପରେ ସେ ବୁଝିଲେ ,ଏହି ପ୍ରସାଦ ହେଉଛି ଦିବ୍ୟପ୍ରସାଦ । ଶିଷ୍ୟଙ୍କୁ ଡାକିକହିଲେ, ଏହା ମହାପ୍ରସାଦ ନୁହେଁ । ଏହି କ୍ଷେତ୍ର ଓ ମନ୍ଦିର ହେଉଛି 'ଶ୍ରୀ'ଦେବୀଙ୍କର । ତାଙ୍କରି ନାମରେ ଏହା 'ଶ୍ରୀକ୍ଷେତ୍ର' ଓ ତାଙ୍କ ଋ ନାମରେ ଏହା ଶ୍ରୀମନ୍ଦିର। ତାଙ୍କଦ୍ୱାରା ହିଁ ପାକଶାଳାରେ ରନ୍ଧନ କାର୍ଯ୍ୟ ହଉଛି । ତେଣୁ ତାଙ୍କ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ କାହିଁକି 'ଶ୍ରୀପ୍ରସାଦ'କାହିଁକି ନହେବ ।

ସେ ଆହୁରି କହିଛନ୍ତି  : ମହାପ୍ରଭୁଙ୍କର ଶକ୍ତି ବା ପତ୍ନୀ । ତେଣୁ ମହାପ୍ରଭୁ ହୋଉଛନ୍ତି ଶ୍ରୀପତି । ପାକାଶାଳାରେ ରୋଷେଇ ହେଉଛି ପ୍ରସାଦ । ପ୍ରସାଦ ରୋଷେଇ ହେବା ପୂର୍ବରୁ ହେଉଛି ପାଗ , ଯାହା 'ଶ୍ରୀ'ପାଗ । ଶ୍ରୀଦେବୀ ରୋଷେଇ କରିଥିବା ପ୍ରସାଦକୁ ଶ୍ରୀପତି ସେବନ କରୁଛନ୍ତି । ଦୁଇ ଶକ୍ତିର ମିଶ୍ରଣରେ ସୃଷ୍ଟି ଏହି ଦିବ୍ୟ ପ୍ରସାଦ 'ଶ୍ରୀଶ୍ରୀପ୍ରସାଦ' ହେବ ।

"ମହର୍ଷି ଶାଣ୍ଡିଲ୍ୟ" ହେଉଛନ୍ତି ପ୍ରଥମ ମହର୍ଷି, ମହାପ୍ରସାଦକୁ 'ଶ୍ରୀପ୍ରସାଦ' ଭାବେ ଘୋଷଣା କରିଛନ୍ତି । ସେ ଲେଖିଯାଇଛନ୍ତି ବହୁ ଅକୁହା କଥା । ସେହି ସଂହିତାରେ ସେ ବର୍ଣ୍ଣ କରିଛନ୍ତି , ଶ୍ରୀକ୍ଷେତ୍ର ବା ଶ୍ରୀମନ୍ଦିର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେବଳ ଜଗତର ସୃଷ୍ଟି କର୍ତ୍ତା ବୋଲି ଗ୍ରହଣ କରିପାରି ନାହାଁନ୍ତି । ତାଙ୍କ ମହାପ୍ରଭୁ କେବଳ ଜଗତର ସୃଷ୍ଟି କର୍ତ୍ତା ନୁହଁନ୍ତି ,ତାଙ୍କ ମତରେ ମହାପ୍ରଭୁ ହେଉଛନ୍ତି ଜଗତରସ୍ୱରୂପ । ବହୁ ଦିନର ସାଧନା ପରେ ମହର୍ଷି ଶାଣ୍ଡିଲ୍ୟ ଦିନେ ଶିଷ୍ୟଙ୍କୁ ଡାକି କହିଲେ , ଜଗତ ଓ ଜଗନ୍ନାଥ ମଧ୍ୟରେ ମୁଁ କୌଣସି ପାର୍ଥକ୍ୟ ଦେଖି ପାରୁ ନହିଁ । ଜଗତ ହିଁ ଜଗନ୍ନାଥ ଓ ଜଗନ୍ନାଥ ହିଁ ଜଗତ । ତେଣୁ ଏ ହେଉଛନ୍ତି ସାକ୍ଷାତ ପରଂବ୍ରହ୍ମ । [୧] ==ଆଧାର==}} 787858094483

  1. ପ୍ରମୟ,ପୃଷ୍ଠା-୨ ,୧୭ ମେ ୨୦୧୫